ETV Bharat / bharat

ଯୁବତୀଙ୍କୁ ପ୍ରେମ କରି ଝିଅରୁ ପୁଅ ହୋଇଥିଲେ, ମିଳାମିଶା ବନ୍ଦ କରିବାରୁ ଜିଅନ୍ତା ଜାଳି ଦେଲେ

author img

By ETV Bharat Odisha Team

Published : Dec 26, 2023, 8:54 AM IST

Tamil Nadu Shocker: ବାନ୍ଧବୀର ବର୍ବରକାଣ୍ଡ । ଯୁବତୀଙ୍କୁ ଚେନରେ ବାନ୍ଧି ଜିଅନ୍ତା ଜାଳି ହତ୍ୟା କଲା ପିଲା ଦିନର ବାନ୍ଧବୀ । ଏକ ପାଖିଆ ପ୍ରେମରେ ପଡି ଝିଅରୁ ପୁଅ ହୋଇଥିଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ଯୁବତୀଙ୍କୁ ଚେନରେ ବାନ୍ଧି ଜିଅନ୍ତା ଜାଳି ହତ୍ୟା
Woman brutally murdered in Chennai

ଚେନ୍ନାଇ: ତାମିଲନାଡ଼ୁରେ ଛାତିଥରା ଘଟଣା । ଯୁବତୀଙ୍କ ଆଖିରେ ପଟି ବାନ୍ଧି, ହାତରେ ସିକୁଳି ପକାଇ ଜିଅନ୍ତା ଜାଳି ଦେଇ ହତ୍ୟା । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସର୍‌ପ୍ରାଇଜ୍‌ ବାହାନାରେ ମନ୍ଦିରକୁ ଡାକି ଯୁବତୀଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀ ଜଣଙ୍କ ହେଉଛନ୍ତି ମୃତ ଯୁବତୀଙ୍କ ପିଲା ଦିନର ବନ୍ଧୁ । ଯିଏକି ତାଙ୍କୁ ଏକ ପାଖିଆ ପ୍ରେମ କରି ଝିଅରୁ ପୁଅ ହୋଇଥିଲେ । କିନ୍ତୁ ସେ ମିଳାମିଶା ବନ୍ଦ କରିଦେବାରୁ ଶତ୍ରୁ ପାଲଟିଯାଇଥିଲା ପିଲା ଦିନର ସାଙ୍ଗ । ଏଭଳି ହତ୍ୟାକାଣ୍ଡ ଘଟିଛି ଚେନ୍ନାଇର ଥାଲମପୁରରେ । ମୃତ ଯୁବତୀ ହେଉଛନ୍ତି ନନ୍ଦିନୀ ଓ ହତ୍ୟାକାରୀ ଜଣଙ୍କ ହେଉଛନ୍ତି ପଣ୍ଡି ମାହେଶ୍ବରୀ । ଯିଏକି ଲିଙ୍ଗ ପରିବର୍ତ୍ତନ କରିବା ସହ ନିଜ ନାମକୁ ମଧ୍ୟ ପରିବର୍ତ୍ତନ କରିଦେଇଥିଲେ । ପାଣ୍ଡି ମାହେଶ୍ବରୀରୁ ସେ ତାର ନାମ ଭେଟ୍ରି ମାରନ ରଖିଥିଲେ ।

ଏମିତି ଥିଲା ପୁରା ଘଟଣା...

ଭେଟ୍ରି ମାରନ ଓ ନନ୍ଦିନୀ ପିଲା ଦିନର ସାଙ୍ଗ । ଉଭୟ ଏକାଠି ପାଠ ପଢୁଥିଲେ । ନନ୍ଦୀନିଙ୍କୁ ଏକ ପାଖିଆ ପ୍ରେମ ମଧ୍ୟ କରୁଥିଲା ଭେଟ୍ରି । ଏହାପରେ ସେ ଲିଙ୍ଗ ପରିବର୍ତ୍ତନ କରି ଝିଅରୁ ପୁଅ ହୋଇଯାଇଥିଲା । କିନ୍ତୁ ତାର ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିନପାରି ଭେଟ୍ରିକୁ ଘରୁ ବାହାର କରିଦେଇଥିଲେ । ଏହାପରେ ମଧ୍ୟ ନନ୍ଦିନୀଠାରୁ ନିଜକୁ ଅଲଗା କରିପାରିନଥିଲା ଭେଟ୍ରି । ଉଭୟ ଏକାଠି ରହୁଥିଲେ । ଅନେକ ସମୟରେ ନନ୍ଦିନୀକୁ ଯୁବକଙ୍କ ସହ ମିଶିବାକୁ ବାରଣ କରୁଥିଲା ଭେଟ୍ରି । ଏଥିରେ ବିରକ୍ତି ହୋଇ ଭେଟ୍ରି ସହ ଧୀରେଧୀରେ ମିଳାମିଶା ବନ୍ଦ କରି ଦେଇଥଲା ନନ୍ଦିନୀ । ଫଳରେ ପ୍ରିତଶୋଧ ପରାୟଣ ହୋଇ ନନ୍ଦିନୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲା ଭେଟ୍ରି ।

ଏହା ମଧ୍ୟ ପଢନ୍ତୁ-ଜମି ବିବାଦରୁ ପ୍ରାଣାନ୍ତକ ଆକ୍ରମଣ, ରାଜଧାନୀ ହାଇସିକ୍ୟୁରିଟି ଜୋନ୍‌ରେ ହଣାକଟା

ଗତ 23 ତାରିଖରେ ନନ୍ଦିନୀର ଜନ୍ମଦିନ ଥିବାରୁ ଭେଟ୍ରି ତାଙ୍କ ପାଖକୁ ଆସିଥିଲା । ଉଭୟ ଦିନ ତମାମ ଏକାଠି ହୋଇ ବୁଲାବୁଲି କରିଥିଲେ । ସେହିଦିନ ରାତିରେ ଭଟ୍ରି ନନ୍ଦିନୀକୁ ସରପ୍ରାଇଜ ଦେବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା । ଏହାପରେ ଯୁବତୀଙ୍କ ଆଖିରେ ପଟି ବାନ୍ଧିବା ସହ ହାତ ଗୋଡ଼କୁ ଚେନରେ ବାନ୍ଧି ଦେଇଥିଲା । ଏକ ଛୁରୀରେ ନନ୍ଦିନୀର ହାତକୁ କାଟିବା ପରେ ଜୀଅନ୍ତା ଜାଳିଦେଇଥିଲା ଭଟ୍ରି । ନନ୍ଦିନୀ ଚିତ୍କାର କରିବାକୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହସ୍ପିଟାଲ ନେଉଥିବା ବେଳେ ଅଧାବାଟରେ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.