ETV Bharat / state

ଜମି ବିବାଦରୁ ପ୍ରାଣାନ୍ତକ ଆକ୍ରମଣ, ରାଜଧାନୀ ହାଇସିକ୍ୟୁରିଟି ଜୋନ୍‌ରେ ହଣାକଟା

author img

By ETV Bharat Odisha Team

Published : Dec 24, 2023, 10:56 PM IST

Two man brutally attacked: ଭୁବନେଶ୍ବର ଏୟାରପୋର୍ଟ ରାସ୍ତାରେ ହଣାକଟା । ପୋଲିସର କଡ଼ା ପ୍ରହର ସତ୍ତ୍ବେ ଦୁଇ ଯୁବକଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ଜମି ବିବାଦରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ ହଣାକଟା
ଭୁବନେଶ୍ବରରେ ହଣାକଟା

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ଜମି ଜବରଦଖଲ ନେଇ ହଣାକଟା । ଏୟାରପୋର୍ଟ ଥାନା ଅଞ୍ଚଳର ଏୟାରପୋର୍ଟ ପାଣି ଟାଙ୍କି ପାଖରେ ଘଟିଛି ଘଟଣା । ଜବରଦଖଲକାରୀଙ୍କୁ ବିରୋଧ କରିବାରୁ ଘଟିଛି ତୁମୁଳକାଣ୍ଡ । ଅତି ନିର୍ମମ ଭାବେ ହାତ ମୁଣ୍ଡ ଓ ଗୋଡକୁ ହାଣିଦେଲେ । ରାକା ଓ ଶିବା ନାମକ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଘର ଏୟାରପୋର୍ଟ ଅଞ୍ଚଳର‌ ବୋଲି ଜଣାପଡିଛି ।

ତେବେ ମିଳିଥିବା ସୂଚନା ମୁତାବକ ଏହି ଘଟଣା ଆଜି (ରବିବାର) ରାତି ପ୍ରାୟ ୯ଟା ସମୟର । ଦୁଇ ଯୁବକ ଶିବା ଓ ରାକା ସେହିଠାରେ ଥିବା ଗାଡ଼ି ଡ୍ରାଇଭ୍‌ ସେଲ୍‌ ବେପାର କରୁଥିବା ଲୋକଙ୍କୁ ସେଠାରେ ଜବର ଦଖଲ ହଟାଇବାକୁ କହିଥିଲେ । ତେବେ ପୂର୍ବ ଯୋଜନା ମୁତାବକ ସେଠାରେ କିଛି ସ୍ଥାନୀୟ ଯୁବକ ଓ କିଛି ଭଡ଼ାଟିଆ ଗୁଣ୍ଡା ପାଖାପାଖି ୩୦ ଜଣ ମିଶି ଉଭୟ ରାକା ଓ ଶିବାଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୋଡେଇ ଗୋଡେଇ ହାଣିବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଭୟର ମାହୋଲ ଖେଳି ଯାଇଥିଲା । ଏୟାରପୋର୍ଟ ଟ୍ରାଫିକ୍‌ ଛକକୁ ପଳାଶପଲ୍ଲୀ ରାସ୍ତା ପର୍ଯ୍ୟନ୍ତ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହାଣି ପକାଇଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇଁ ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଇଆଇସି ଛୁଟିରେ ଥିବାବେଳେ ତଦନ୍ତ ଚାଲିଥିବା ଏସିପି କହିଛନ୍ତି । ଏୟାରପୋର୍ଟ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ବର୍ବର କାଣ୍ଡ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଘୁଷୁରୀ ପାଇଁ ଗଡିଲା ମୁଣ୍ଡ, ମଠ ମହନ୍ତଙ୍କୁ ବୀଭତ୍ସ ହତ୍ୟା

ପାଖରେ ଏୟାର‌ପୋର୍ଟ ସମେତ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭଳି ହାଇପ୍ରୋଫାଇଲ ଅଞ୍ଚଳ । ଏପରିକି ବଡ଼ଦିନ‌ ପାଇଁ ଚାରିଆଡ଼େ କଡ଼ା ପ୍ରହର ଦେଉଛି ପୋଲିସ । ତଥାପି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ‌ ଏପରି ହଣାକଟା ଘଟଣା ଏବେ ଚର୍ଚ୍ଚାର ବିଷୟ ବାଲଟିଛି । ସହରର ଅପରାଧିକ ଛବି ଏକ ପ୍ରକାର ବିଗିଡିବାରେ ଲାଗିଛି । ଏନେଇ କୌଣସି ବରିଷ୍ଠ ଅଧିକାରୀ ଅଧିକ ସୂଚନା ‌ଦେଇନାହାନ୍ତି । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଆହାତଙ୍କ ସମ୍ପର୍କୀୟଙ୍କୁ ହସ୍ପିଟାଲ ଭିତରକୁ ଛଡାଯାଉନଥିବା ଅଭିଯୋଗ‌ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.