ଲଷ୍ମୀ ବସରେ ମଦୁଆ ଡ୍ରାଇଭର, ପୋଲିସ ଜିମା ଦେଲେ ଲୋକେ - drunk driver in laxmi bus

By ETV Bharat Odisha Team

Published : Mar 25, 2024, 10:04 PM IST

thumbnail

Drunk Driver In Laxmi Bus:ଅନୁଗୋଳ: ଲଷ୍ମୀ ବସରେ ମଦ ପିଇ ଡ୍ରାଇଭର ମାତାଲ । ଗାଡି ଅଟକାଇବା ସହ ମାତାଲ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଇଛନ୍ତି ଲୋକେ । ଏଭଳି ଏକ ଘଟଣା ନଜରକୁ ଆସିଛି ଅନୁଗୋଳ ଜିଲ୍ଲାରୁ । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ସୁବିଧା ପାଇଁ ଆରମ୍ଭ କରିଥିବା ଲଷ୍ମୀ ବସ ବ୍ୟବସ୍ଥା । ଗମନାଗମନର ଫାଇଦା ନେବେ ସାଧାରଣ ଲୋକେ । ହେଲେ ଅନୁଗୋଳ ଜିଲ୍ଲାରେ ଏଥିରେ ଦେଖା ଦେଇଛି ବ୍ୟତିକ୍ରମ । ଜଣେ ମଦୁଆ ଡ୍ରାଇଭର ପାଇଁ ଆଜି ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଜିଲ୍ଲାର ବଅଁରପାଳ ବ୍ଲକର ଡାବରଧୁଆଁ ଛକ ନିକଟରେ ଲକ୍ଷ୍ମୀ ବସ ଡ୍ରାଇଭରକୁ ଅଟକ ରଖିଥିଲେ ଲୋକେ ।

ଅନୁଗୋଳରୁ ପ୍ରାୟ ୧୦ ରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ବଡ କେରଜାଙ୍ଗ ଆଡକୁ ଲକ୍ଷ୍ମୀ ବସ ଯାଉଥିଲା । ଡ୍ରାଇଭରର ବେପାରୁଆ ଗାଡି ଚାଳନା ପାଇଁ ବସ ଯାତ୍ରୀମାନେ ବିରୋଧ କରିଥିଲେ । ପରେ ଲୋକମାନେ ଜାଣିବାକୁ ପାଇଥିଲେ ଯେ, ଡ୍ରାଇଭର ଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଛନ୍ତି । ଯାହାଫଳରେ ଲୋକମାନେ ଡାବରଧୁଆଁ ଛକ ଠାରେ ଗାଡିରୁ ଓହ୍ଲାଇବା ସହ ଡ୍ରାଇଭରକୁ ଅଟକ ରଖିଥିଲେ । ପରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭର ଏବଂ ବସକୁ ଅଟକ ରଖିଛି । ଏ ଘଟଣା ବିଷୟରେ ତଦନ୍ତ ଚାଲିଛି ବୋଲି କହିଛି ପୋଲିସ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.