ETV Bharat / state

ବଡ଼ବାବୁ କି ସାନ କାହାକୁ ନିସ୍ତାର ନାହିଁ, ମଦୁଆ ଚେକିଂରେ ଧରାପଡିଲା ଏଡିଏମଙ୍କ କାର - Cuttack ADM Car Seized

author img

By ETV Bharat Odisha Team

Published : Mar 25, 2024, 11:49 AM IST

Updated : Mar 25, 2024, 1:24 PM IST

Police Seized Cuttack ADM Car: ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ ଧରା ପଡିଲା କଟକ ଏଡିଏମଙ୍କ କାର । ମଦ ପିଇ ଗାଡି ଚଳାଉଥିଲେ ଡ୍ରାଇଭର । ଅଧିକ ପଢନ୍ତୁ

CUTTACK ADM CAR SEIZED
CUTTACK ADM CAR SEIZED

CUTTACK ADM CAR SEIZED

ଭୁବନେଶ୍ୱର: ରାଜଧାନୀରେ କଠୋର ହେଉଛି ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ । ନାଇଟ ବ୍ଲକି ଚେକିଂ ବେଳେ ଧରାପଡୁଛନ୍ତି ବଡବଡିଆ ବାବୁ । ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ ସିଜ ହେଲା ଏଡିଏମଙ୍କ କାର । କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାରକୁ ଜବତ କରିଛି ଟ୍ରାଫିକ ଥାନା ପୋଲିସ । ଗାଡିରେ ଥିଲେ ଦୁଇ ଜଣ ଯୁବତୀ ଓ ଦୁଇ ଜଣ ଯୁବକ । ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଛି ।



ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ‌ ରାତ୍ରି ପର୍ଯ୍ୟନ୍ତ ଚନ୍ଦ୍ରଶେଖର‌ପୁର ଥାନା ରେଳ ସଦନ ପାଖରେ ଚେକିଂ କରୁଥିଲା ପୋଲିସ । ସେହି ସମୟରେ କଟକ ପଟୁ ଆସୁଥିବା କାରକୁ ଅଟକାଇ ଚେକିଂ କରାଯାଇଥିଲେ । ଯେଉଁଥିରେ ଥିଲେ ଦୁଇ ଜଣ ଯୁବତୀ ଓ ଦୁଇ ଜଣ ଯୁବକ । ଗାଡିର ଡ୍ରାଇଭିଂ କରୁଥିବା ଯୁବକର ଡ୍ରଙ୍କେନ ଡ୍ରାଇଭ୍ କରୁଛନ୍ତି କି ନାହି ଚେକ୍ ବେଳେ ବ୍ରେଥ ଆନାଲାଇଜରରେ ଫୁଙ୍କି ବା ପାଇଁ ହଠାତ୍ ଯୁବକ ଜଣକ ରାଜି ହୋଇନଥିଲେ । ଏହାପରେ ଗାଡି ଭିତରୁ ଜଣେ ଯୁବତୀ ବାହାରି ଆସି ନିଜକୁ ଓକିଲ କହି ଚେକିଂ କରାଯିବନି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ମଉକା ପଡ଼ିଛି ମଦୁଆଙ୍କୁ ଚେକିଂ, ୨ ହଜାର ଲାଞ୍ଚ ନେଇ SI ଗିରଫ - Vigilance Raid

ପୋଲିସ କିନ୍ତୁ କାହାରି କଥା ନଶୁଣି ବ୍ରେଥ ଆନାଲାଇଜର ଚେକିଂ କରିଥିଲେ । ପରେ ଡ୍ରାଭଇିଂ କରୁଥିବା ଯୁବକ ଜଣଙ୍କ ନିଶା ସେବନ କରିଥିବା ଜଣାପଡିଥିଲା । ପୋଲିସ ଗାଡିକୁ ସିଜ କରିବା ସହ ଗାଡି ଡ୍ରାଇଭିଂ କରୁଥିବା ଯୁବକକୁ ଗିରଫ କରିଥିଲା । ତେବେ ସିଜ ବେଳେ ଜଣାପଡିଥିଲା ଯେ ଗାଡିଟି କଟକ ଏଡିଏମଙ୍କର । କାରଟି ଗିରଫ ଯୁବକଙ୍କ ନାଁରେ ରହିଛି । ଗାଡିଟିକୁ ଭଡାରେ ଉପଜିଲ୍ଲାପାଳଙ୍କ ଯାତାୟତ ପାଇଁ ବ୍ୟବହାର କରାଯାଏ । ଗିରଫ ଯୁବକ ହେଉଛନ୍ତି ଦିନେଶ ମହାପାତ୍ର ।

କମିଶନରେଟ ପୋଲିସର ସୂଚନା ଅନୁଯାୟୀ, ଶନିବାର ୧୪ଟି ସ୍ଥାନରେ ବ୍ଲକିଂ ଚେକିଂ ବେଳେ ୫୭ଟି ଗାଡି ଧରାପଡିଛି । ମଦ୍ୟପାନ ଯୋଗୁଁ ୩୧ଟି ଗାଡି ସିଜ‌ ହୋଇଛି । ମୋବାଇଲ ବ୍ୟବହାର‌ କରି ଗାଡି ଚାଳନା କରୁଥିବା ୭ଟି ଗାଡି ସିଜ ହୋଇଛି । ସେହିପରି ୧୮ଟି ଗାଡି ରେଡ ଲାଇଟ ଜମ୍ପ କରିଥିବା ବେଳେ ଧରାପଡ଼ିଛନ୍ତି । ସମସ୍ତ ଗାଡିକୁ ସିଜ କରି କୋର୍ଟକୁ ପଠାଯାଉଛି । ନିୟମ ଉଲ୍ଲଘଂନକାରୀ ଗାଡ଼ିର ପିଆର ରିଲିଜ କରି କୋର୍ଟରୁ ଅନୁମତି ନେଇ ଗାଡି ରିଲିଜ କରିପାରିବେ । ଏନେଇ ଅନେକ ଥାନା ଆଗରେ ଅନେକ ନାମିତ ଦାମି ଗାଡି ପଡ଼ି ରହିଛି । କାରଣ କୋର୍ଟରୁ ଗାଡି ରିଲିଜ କରିବାକୁ ମଧ୍ୟ ୧୫ଦିନ ସମୟ‌ ଲାଗୁଛି । ଯେଉଁମାନେ ମାତ୍ରାଧିକ ମଦ୍ୟପାନ କରି ଗାଡି ଚଲାଇବା ବେଳେ ଧରାପଡୁଛନ୍ତି ସେମାନଙ୍କ ନାଁରେ କେସ ରୁଜୁ କରାଯାଉଛି । ୨୭୯ରେ ଧତବ୍ୟ ଅପରାଧ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଉଛି । ଯାହାକି ଅନେକ ଛାତ୍ର ଓ ବ୍ୟକ୍ତିଙ୍କ ପାଇଁ ଅଡୁଆ ହେବ । କେସ ଯୋଗୁ ସେମାନଙ୍କ ପୋଲିସ ଭେରିଫିକେସନ ଓ ପାସପୋର୍ଟ ଭେରିଫିକେସନ ସମୟରେ ସମସ୍ୟା ସୃଷ୍ଟି କରିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 25, 2024, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.