ଓଡିଶା

odisha

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

By

Published : Aug 17, 2023, 1:12 PM IST

ସୀତାରମଣଙ୍କ ପଞ୍ଚସୂତ୍ରୀ ଶପଥ

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟ ଯାଇ 'ମୋ ମାଟି, ମୋ ଦେଶ' ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ । ସେଠାରେ ଶହୀଦଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶହୀଦଙ୍କ ସ୍ମୃତିରେ ବୃକ୍ଷରୋପଣ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ।'ମୋ ମାଟି, ମୋ ଦେଶ' ଅଭିଯାନରେ ଅଭିଭାଷଣ ରଖି ସଦାଶବ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ପଞ୍ଚସୂତ୍ରୀ ଶପଥ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚପ୍ରାଣ ମନ୍ତ୍ରକୁ ନେଇ ଶପଥ କରାଇଥିଲେ ସୀତାରମଣ । 2047 ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭର କରିବାକୁ କହିବା ସହ ଗୁଲାମୀ ମାନସିକତାକୁ ମୁକୁଳି ଦେଶର ସୁରକ୍ଷା ପାଇଁ ଏକତାକୁ ମଜବୁତ କରି ଜଣେ ପ୍ରକୃତ ନାଗରିକର କର୍ତ୍ତବ୍ୟ ପାଳନ କରିବାକୁ କହିଥିଲେ । ଶୁଣନ୍ତୁ 'ମୋ ମାଟି, ମୋ ଦେଶ' ଅଭିଯାନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣଙ୍କ ବାର୍ତ୍ତା ।

ଏହା ବି ପଢନ୍ତୁ...Nirmala Sitharaman Visits Puri: ମହାପ୍ରଭୁଙ୍କୁ ଆଶିଷ ନେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଏହା ବି ପଢନ୍ତୁ...ନିବେଦିତା ଉଭଣୀ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ: ନିର୍ମଳା ସୀତାରମଣ

ABOUT THE AUTHOR

...view details