ETV Bharat / state

ନିବେଦିତା ଉଭଣୀ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ: ନିର୍ମଳା ସୀତାରମଣ

author img

By

Published : Aug 17, 2023, 8:40 AM IST

Updated : Aug 17, 2023, 9:17 AM IST

ଓଡିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଦିନରେ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ନିବେଦିତା ପ୍ରଧାନ ଓ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Union Finance Minister nirmala sitharaman
Union Finance Minister nirmala sitharaman

Nirmala sitharaman tribute to Nibedita Pradhan

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଦିନରେ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ନିବେଦିତା ପ୍ରଧାନଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । ନିବେଦିତା ଭଉଣୀ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ବିୟୋଗ ବିଜେପିର ଅପୂରଣୀୟ କ୍ଷତି । ସେ ସବୁ ବେଳେ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିବେଦିତା ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି ।

Shrandhanjali Sabha of Late Nibedita Pradhan
Shrandhanjali Sabha of Late Nibedita Pradhan

ବୁଧବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧା ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପଞ୍ଚମ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଥମ ମେୟର ତଥା ବିଧାୟିକା ନିବେଦିତା ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ,'' ନିବେଦିତାଙ୍କ ନେତୃତ୍ବ ଓ କାର୍ଯ୍ୟ ଦକ୍ଷତା ସମସ୍ତଙ୍କ ପାଇଁ ଏକ ପ୍ରେରଣା ହୋଇଛି । ଆଜି ମୋତେ ଏହି ନିବେଦିତା ଉଭଣୀଙ୍କୁ ଶ୍ରଦ୍ଧାସୁମନ ପ୍ରଦାନ କରିବାକୁ ସୁଯୋଗ ମିଳି ଥିବାରୁ ମୁଁ କୃତଜ୍ଞ । ନିବେଦିତା ଭଉଣୀ ଓ ଅଟଳବିହାଟୀ ବାଜପେୟୀଙ୍କ ଭଳି କାର୍ଯ୍ୟ କରି ଦଳକୁ ଆଗକୁ ନେବାକୁ ପ୍ରୟାସ କରିବା ଉଚିତ ।''

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଟଳବିହାରୀ ବାଜପେୟୀ ଓ ନିବେଦିତା ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଅଟଳଜୀଙ୍କର ଓଡିଶା ପ୍ରତି ଥିବା ଅବଦାନକୁ ଯେପରି ଭୁଲି ହେବା ନାହିଁ ଠିକ ସେହିପରି ଦଳ ପ୍ରତି କୁନି ଅପାଙ୍କ ଯୋଗଦାନକୁ ଭୁଲା ଯାଇ ପାରିବ ନାହିଁ । 80 ଦଶକର ଶେଷ ଭାଗରେ 90 ଦଶକ ତମାମ ଦଳକୁ ରାସ୍ତାରେ ସଂଘର୍ଷ କରି ପ୍ରତିଷ୍ଠିତ କରିଥିବା କିଛି ପ୍ରମୁଖ ନାମ ରହିଛି ସେଥିରେ କୁନି ଅପାଙ୍କ ନାମ ରହିଛି । କୁନି ଅପା ସହ ଆମର ଅନେକ ସ୍ମୃତି ରହିଛି । ଅଭାବ ଅନାଟନ ଭିତରେ ବି ସେ ଦଳୀୟ କାର୍ଯ୍ୟକୁ ପ୍ରାଥମିକତା ଦେଉଥିଲେ । ସେ ଦଳ ପାଇଁ ସଂଘର୍ଷ, ସମର୍ପଣ ଓ ପରିଶ୍ରମର ଏକ ବେଞ୍ଚମାର୍କ ଛାଡି ଯାଇଛନ୍ତି ।

ଏହା ବି ପଢନ୍ତୁ...Finance Ministers in Odisha: ଭୁବନେଶ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଏହା ବି ପଢନ୍ତୁ...ସମ୍ବଲପୁରୀ ଶାଢ଼ୀରେ ମୋ ଆଲମାରୀ ଭର୍ତ୍ତି: ଅର୍ଥମନ୍ତ୍ରୀ

ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଜେପି ନେତା ଓ କର୍ମା ସାମିଲ ହୋଇଥିଲେ । ଏହି ସ୍ମୃତି ସଭାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 17, 2023, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.