ETV Bharat / state

ସମ୍ବଲପୁରୀ ଶାଢ଼ୀରେ ମୋ ଆଲମାରୀ ଭର୍ତ୍ତି: ଅର୍ଥମନ୍ତ୍ରୀ

author img

By

Published : Feb 17, 2023, 5:21 PM IST

Updated : Feb 17, 2023, 5:28 PM IST

ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରୀ ଶାଢ଼ୀକୁ ଭୂୟସୀ ପ୍ରଶଂସା କରିଛନ୍ତି ନିର୍ମଳା ସୀତାରମଣ । ସମ୍ବଲପୁରୀ ଶାଢ଼ୀ ତାଙ୍କୁ ବହୁତ ପସନ୍ଦ ବୋଲି ମନ୍ତ୍ରୀ କହିଛନ୍ତି । ଅଧିକ ପଢ଼ନ୍ତୁ

ସମ୍ବଲପୁରୀ ଶାଢ଼ୀକୁ ନିର୍ମଳା ସୀତାରମଣଙ୍କ ପ୍ରଶଂସା
union minister nirmala sitharaman on sambalpuri saree

ସମ୍ବଲପୁରୀ ଶାଢ଼ୀକୁ ନିର୍ମଳା ସୀତାରମଣଙ୍କ ପ୍ରଶଂସା

ଭୁବନେଶ୍ବର: ସମ୍ବଲପୁର ଶାଢୀର ବଡ଼ ପ୍ରଶଂସକ ହେଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସମ୍ବଲପୁରୀ ଶାଢ଼ୀକୁ ଭୂୟସୀ ପ୍ରଶଂସା କରିଛନ୍ତି ଅର୍ଥମନ୍ତ୍ରୀ । ବୋମକେଇ ପାଟ, କଟକୀ ପାଟ ତାଙ୍କୁ ବହୁତ ପସନ୍ଦ ଆସୁଥିବାବେଳେ ସମ୍ବଲପୁରୀ ଶାଢୀ ତାଙ୍କର ଭାରି ପ୍ରିୟ ବୋଲି କହିଛନ୍ତି । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭୁବନେଶ୍ବରରେ ଆୟୋଜିତ ବଜେଟ ପରବର୍ତ୍ତୀ ଆଲୋଚନା ଚକ୍ରରେ ଯୋଗ ଦେଇ ସମ୍ବଲପୁରୀ ଶାଢ଼ୀ ଓ କାରିଗରଙ୍କୁ ନେଇ ଖୋଲାଖୋଲି ପ୍ରତିକ୍ରିୟା ରଖିଛନ୍ତି ।

ସମ୍ବଲପୁରୀ ଶାଢ଼ୀର ପ୍ରଶଂସକଙ୍କ ତାଲିକା ବେଶ ଲମ୍ବା । ପ୍ରଶଂସକଙ୍କ ତାଲିକାରେ ରହିଛନ୍ତି ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ ସମୟରେ ଅର୍ଥମନ୍ତ୍ରୀ ସମ୍ବଲପୁରୀ ଶାଢ଼ୀରେ ଦେଖିବାକୁ ମିଳନ୍ତି । ବିଶେଷ କରି ବଜେଟ କାର୍ଯ୍ୟକ୍ରମରେ ନିର୍ମଳା ପରିଧାନ କରିଥିବା ସମ୍ବଲପୁରୀ ଶାଢ଼ୀ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରେ । ତେବେ ଅର୍ଥମନ୍ତ୍ରୀ ଓଡିଶା ଗସ୍ତରେ ଆସିଥିବାବେଳେ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ସମ୍ବଲପୁରୀ ଶାଢ଼ୀ ଓ କାରିଗରଙ୍କୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ: ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ: ଅର୍ଥମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଶାଢ଼ୀ ଓ ବୁଣାକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, "ଏବେ ବି ମୁଁ ସମ୍ବଲପୁରୀ ଶାଢ଼ୀ କିଣୁଛି । ମୋତେ ସମ୍ବଲପୁରୀ ଶାଢ଼ୀ ବହୁତ ପସନ୍ଦ । ବହୁତ ସମ୍ବଲପୁରୀ ଶାଢୀ ମୋ ପାଖରେ ଅଛି । ବୋମକାଇ ଓ କଟିକି (ବାନ୍ଧ) ଶାଢ଼ୀ ବି ମୋର ପସନ୍ଦ । ଓଡିଶାର ପ୍ରାୟ ସବୁ ଶାଢ଼ୀ ମୋ ପାଖରେ ଅଛି । ଓଡ଼ିଶାର ଶାଢ଼ୀକୁ ନେଇ ମୋ ଆଲମୀରା ଭର୍ତ୍ତି ହୋଇଛି । ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ଶାଢ଼ୀ ବି ମୁଁ ପସନ୍ଦ କରେ । ଓଡିଶାରେ ତିଆରି ହେଉଥିବା ଅଧିକାଂଶ ଶାଢ଼ୀ ମୋ ପାଖରେ ଅଛି ।"


ଏହା ମଧ୍ୟ ପଢ଼ନ୍ତୁ: Jayanarayan Mishra-IIC scuffle: ମୋ ଉପରେ ଅତ୍ୟାଚାର ହୋଇଛି, ମୁଁ କାହିଁକି କ୍ଷମା ମାଗିବି କହିଲେ ଜୟନାରାୟଣ

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ବୁଣାକାର, ପଟ୍ଟଚିତ୍ର କାରିଗର, ଭାସ୍କର୍ଯ୍ୟ ଶିଳ୍ପୀଙ୍କ କିଭଳି ବିକାଶ ହୋଇପାରିବ ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଏହି କାରିଗରଙ୍କ ବିକାଶ ଲାଗି ନିକଟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା (ପିଏମ ବିକାଶ ଯୋଜନା) ଘୋଷଣା କରିଛନ୍ତି । ଆଗାମୀ ଦିନରେ ଏହାର ଚୂଡାନ୍ତ ସୂଚନା ଦିଆଯିବ । ଯାହା ଫଳରେ ଦେଶ ତଥା ଓଡ଼ିଶାର କାରିଗର ଉପକୃତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 17, 2023, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.