ETV Bharat / state

Nirmala Sitharaman Visits Puri: ମହାପ୍ରଭୁଙ୍କୁ ଆଶିଷ ନେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

author img

By

Published : Aug 17, 2023, 9:37 AM IST

Updated : Aug 17, 2023, 10:46 AM IST

ଅର୍ଥମନ୍ତ୍ରୀ ସୀତାରମଣଙ୍କ ପୁରୀ ଗସ୍ତ
ଅର୍ଥମନ୍ତ୍ରୀ ସୀତାରମଣଙ୍କ ପୁରୀ ଗସ୍ତ

ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ । ଅଧିକ ପଢନ୍ତୁ

Nirmala Sitharaman Visits Puri

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି(ଗୁରୁବାର) ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ସକାଳୁ ସକାଳୁ ଅର୍ଥମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ସୀତାରମଣ ଆଜି ସକାଳେ ପୁରୀରେ ପହଞ୍ଚିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା । ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ଯାଇ ବାଲୁକା କଳା ବୁଲି ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା 'ମୋ ମାଟି, ମୋ ଦେଶ' ଥିମ୍ ଉପରେ ପ୍ରସ୍ତୁତ ବାଲୁକା କଳାକୁ ଦେଖିଛନ୍ତି । ଏହାପରେ ସେ ପୁରୀ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟ ଯାଇ 'ମୋ ମାଟି, ମୋ ଦେଶ' ବୃକ୍ଷରୋପଣ ଅଭିଯାନରେ ଯୋଗ ଦେବେ । ସେଠାରୁ ସାଢେ ୧୦ଟାରୁ ୧୧ଟା ୧୫ ମଧ୍ୟରେ ବୀର ହରେକୃଷ୍ଣପୁରକୁ ଗସ୍ତ କରି ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଓ ଭୁବନେଶ୍ବରରୁ ଫେରିଯିବେ । ଭୁବନେଶ୍ବରରେ ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆଜି ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ: ଦୁଇଦିନିଆ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମୋ ମୋଟି ମୋ ଦେଶ ଅଭିଯାନରେ ହେବେ ସାମିଲ

ଗତକାଲି(ବୁଧବାର) କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଭୁବନେଶ୍ବରରେ ପହଞ୍ଚିଥିଲେ । ପ୍ରଥମ ଦିନରେ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ବର୍ଗତ ନିବେଦିତା ପ୍ରଧାନଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । ଏହାସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ନିବେଦିତା ଉଭଣୀ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ: ନିର୍ମଳା ସୀତାରମଣ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଏହା ଦ୍ବିତୀୟ ଓଡ଼ିଶା ଗସ୍ତ । ଗତ ଫେବୃୟାରୀ ମାସରେ ସେ ଓଡି଼ଶା ଆସି ଆଇଆଇଟି ଭୁବନେଶ୍ବରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ବିଶାଳ ଉତ୍ସାହ ସମାବେଶକୁ ସମ୍ବୋଧିତ କରିଥିଲେ । ଏଥିସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ପୁରୀ

Last Updated :Aug 17, 2023, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.