ETV Bharat / state

ଦୁଇଦିନିଆ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମୋ ମୋଟି ମୋ ଦେଶ ଅଭିଯାନରେ ହେବେ ସାମିଲ

author img

By

Published : Aug 16, 2023, 9:14 AM IST

ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି(ଗୁରୁବାର) ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

union finance minister nirmala sitaraman
ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜିଠୁ ଅର୍ଥମନ୍ତ୍ରୀଙ୍କ ଏହି ଗସ୍ତ ରହିଛି । ପ୍ରଥମ ଦିନରେ ଭୁବନେଶ୍ବର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟାକ୍ରମରେ ଯୋଗ ଦେବେ । କଟକ ମହାନଗର ନିମଗର ପ୍ରଥମ ମହିଳା ମେୟର ତଥା ପୂର୍ବତନ ବିଧାୟିକା ଦିବଙ୍ଗତ ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେବେ । ଗସ୍ତର ଦ୍ବିତୀୟ ଦିନରେ ପ୍ରଥମେ ପୁରୀ ଗସ୍ତ କରି ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ନିର୍ମଳା ସୀତାରମଣ ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଥମନ୍ତ୍ରୀଙ୍କ ଏହି ଗସ୍ତରେ ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଦି ଦୁଇଦିନିଆ ଓଡିଶା ଗସ୍ତରେ ପ୍ରଥମ ଦିନରେ ଅର୍ଥାତ ଆଜି ଓଡିଶାର ପ୍ରବୀଣା ନାରୀ ନେତ୍ରୀ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ପୂର୍ବତନ ବିଧାୟିକା ସ୍ବର୍ଗତଃ ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଏହି ସଭା ଅନୁଷ୍ଠିତ ହେବ ।

ଦ୍ବିତୀୟ ଦିନରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପେଣ୍ଠକଟା ନିକଟ 'ମୋ ମୋଟି, ମୋ ଦେଶ' ବୃକ୍ଷରୋପଣ ଅଭିଯାନରେ ଯୋଗ ଦେବେ । ଏହା ସହିତ ସେଠାରୁ ବୀର ହରେକୃଷ୍ଣସ୍ଥିତ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପରେ ଭୁବନେଶ୍ବର ଫେରି ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦିଲ୍ଲୀ ଫେରିଯିବା ନେଇ ସୂଚନା ମିଳିଛି । ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ସାଧାରଣ ସଂପାଦକ ଶାରଦା ଶତପଥୀ, ଯତୀନ ମହାନ୍ତି ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...IIT ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

ପ୍ରକାଶ ଥାଉ କି , ଚଳିତ ବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଏହା ଦ୍ବିତୀୟ ଓଡିଶା ଗସ୍ତ । ଗତ ଫେବୃଆରୀ ମାସରେ ଓଡିଶା ଗସ୍ତରେ ଆସି ଆଇଆଇଟି ଭୁବନେଶ୍ବରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ବିଶାଳ ଉତ୍ସାହ ସମାବେଶକୁ ସମ୍ବୋଧିତ କରିଥିଲେ । ଏହା ସହିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.