ETV Bharat / state

IIT ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

author img

By

Published : Feb 18, 2023, 8:08 AM IST

Updated : Feb 18, 2023, 12:29 PM IST

ଆଇଆଇଟି ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ବିଶାଳ ଉତ୍ସାହ ସମାବେଶକୁ କଲେ ସମ୍ବୋଧିତ । ଅଧିକ ପଢ଼ନ୍ତୁ

ଆଇଆଇଟି କେନ୍ଦ୍ର ଅର୍ଥମନ୍ତ୍ରୀ
ଆଇଆଇଟି କେନ୍ଦ୍ର ଅର୍ଥମନ୍ତ୍ରୀ

IIT ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ

ଖୋର୍ଦ୍ଧା: ଆଇଆଇଟି ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଇଆଇଟି ଭୁବନେଶ୍ବରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ବିଶାଳ ଉତ୍ସାହ ସମାବେଶକୁ ସମ୍ବୋଧିତ କରିଥିଲେ ଅର୍ଥମନ୍ତ୍ରୀ । ସେ ଉଦ୍ଭାବନ ଏବଂ ଯୁବପିଢଙ୍କ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ଅର୍ଥନୀତି, ଅର୍ଥ ଏବଂ ସରକାରୀ ନୀତି ଉପରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ବାଗତ କରିଥିଲେ । ଅନୁଷ୍ଠାନ ଏବଂ ଏହାର ନବସୃଜନ କାର୍ଯ୍ୟକଳାପର ପରିଚୟ ଦେଇଥିଲେ । ସେ କହିଥିଲେ ଯେ, ଏହି ସଂସ୍ଥାନ ୨୦୦୮ରେ ସ୍ଥାପିତ ହୋଇଥିଲା । ଆଇଆଇଟିର ମନୋରମ କ୍ୟାମ୍ପସକୁ ୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପ୍ରତିଷ୍ଠା ହେବା ଦିନଠାରୁ ଏହି ଅନୁଷ୍ଠାନ ନିକଟରେ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ବାରୋପ କରାଯାଇଥିବା ସାମଗ୍ରିକ ଏବଂ ବହୁମୁଖୀ ଶିକ୍ଷାକୁ ଅନୁସରଣ କରିଆସୁଛି ।

ଏହିପରି ଅନୁଷ୍ଠାନ ବିଦ୍ୟାଳୟ ଗୁଡିକ ସହିତ ସଙ୍ଗଠିତ ହୋଇଥାଏ ଯେଉଁଥରେ ପ୍ରତ୍ୟେକ ବିଭାଗର ଏକ କ୍ଲଷ୍ଟର ଥାଏ । ପ୍ରତିଷ୍ଠା ପର ଠାରୁ ଏହାର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ପ୍ରାୟ ୫ ହଜାର ଗବେଷଣାପତ୍ର ପ୍ରକାଶ କରିବା ସହ ୫୦ଟି ପେଟେଣ୍ଟ ଆବେଦନ ଦାଖଲ କରିଛନ୍ତି । ଏହି ଅନୁଷ୍ଠାନର ଏକ ସକ୍ରିୟ ଷ୍ଟାର୍ଟଅପ୍ କେନ୍ଦ୍ର ଏବଂ ଗବେଷଣା ଓ ଉଦ୍ୟମିତା ପାର୍କ ରହିଛି ଯାହାକୁ ଅତ୍ୟାଧୁନିକ ସୁବିଧା ସହିତ ଆଧୁନିକୀକରଣ କରାଯାଉଛି ।

ଏହି ପାର୍କ ୫୦ରୁ ଅଧିକ ଷ୍ଟାର୍ଟ ଅପର ବିକାଶକୁ ସମର୍ଥନ କରିଛି । ପାଖାପାଖ୍ ୨୦ ଷ୍ଟାର୍ଟ ଅପର ବିକାଶ କରିଛି । ଇଲେକ୍ଟ୍ରିକ୍ ଯାନ ଏବଂ ଡିଜିଟାଲ୍ ଯୋଗାଯୋଗ କ୍ଷେତ୍ରରେ ଦୁଇଟି ଆଶାଜନକ ଷ୍ଟାର୍ଟ ଅୟୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରାଯାଉଥିବା ବେଳେ ଡୋମେନରେ ୧୧ଟି ଷ୍ଟାର୍ଟ ଅପ୍ ଇନକ୍ୟୁବେସନ ପ୍ରକ୍ରିୟାରେ ଅଛନ୍ତି ।

ପାର୍କ କିଭଳି ଏକ ଉଦ୍ୟୋଗ ଆରମ୍ଭ କରିବା ଉପରେ କର୍ମଶାଳା ଆୟୋଜନ କରେ ଯାହାର ସାମ୍ପ୍ରତିକ ସଂସ୍କରଣରେ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଥିଲେ । ଏହା ପ୍ରତିବର୍ଷ ଏକ ଇ-ମେଳା ମଧ୍ୟ ଆୟୋଜନ କରିଥାଏ । ଯେଉଁଥରେ ଅତିଥି ଆଲୋଚନା , ପ୍ରତିଯୋଗିତା, କର୍ମଶାଳା, ଇଣ୍ଟର୍ଣ୍ଣସିପ୍ ମେଳା ଏବଂ ନିବେଶକମାନେ ଭାଗ ନେଉଥିବା ଅଂଶ ଗ୍ରହଣକାରୀମାନଙ୍କୁ ସେମାନଙ୍କ ଉଦ୍ୟୋଗୀ ଦକ୍ଷତା ବାହାରକୁ ଆଣିବାରେ ସାହାଯ୍ୟ କରିଥାନ୍ତି । ନିକଟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ମହାବିଦ୍ୟାଳୟରୁ ୨ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।


ଇଟିଭି ଭାରତ ଖୋର୍ଦ୍ଧା

Last Updated : Feb 18, 2023, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.