ଓଡିଶା

odisha

IPL ବେଟିଂ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ, ୫ ଗିରଫ

By

Published : Apr 12, 2023, 10:15 PM IST

IPL ବେଟିଂ ଚାଲିଥିବା ବେଳେ ନୂଆପଡ଼ା ଜିଲ୍ଲା ଜ୍ୟୋଙ୍କ ଥାନା ପୋଲିସର ଅତର୍କିତ ଚଢ଼ାଉ । ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୧ଟି ମୋବାଇଲ ଫୋନ, ୪ଟି ଲାପଟପ, ବିଭିନ୍ନ ବ୍ୟାଙ୍କର ATM କାର୍ଡ, ଚେକ୍‌ବୁକ ଓ ପାସ୍‌ବୁକ୍‌ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ବେଆଇନ IPL ବେଟିଂ ଖେଳ ଚାଲିଥିବା ବେଳେ ଚଢ଼ାଉ
ବେଆଇନ IPL ବେଟିଂ ଖେଳ ଚାଲିଥିବା ବେଳେ ଚଢ଼ାଉ

ବେଆଇନ IPL ବେଟିଂ ଖେଳ ଚାଲିଥିବା ବେଳେ ଚଢ଼ାଉ

ନୂଆପଡା: ଜାରି ରହିଛି ଆଇପିଏଲ ୨୦୨୩ । ପ୍ରତିଦିନ ଟ୍ରଫି ହାତେଇବାକୁ ମୈଦାନରେ ବିଭିନ୍ନ ଦଳ ଲଢ଼ୁଥିବା ବେଳେ ଦିନକୁ ଦିନ ଏହି ଲିଗ୍‌ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ତେବେ ପ୍ରତିବର୍ଷ ଆଇପିଏଲ ଆସିଲେ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ବଢ଼ିଥାଏ । ସେହିଭଳି ବଢ଼ିଥାଏ ଅନଲାଇନ୍‌ ବେଟିଂ । ସେହିଭଳି ନୂଆପଡ଼ା ଜିଲ୍ଲାରେ ଆଜି ଆଇପିଏଲ ଅନଲାଇନ ବେଟିଂ ବେଳେ ଚଢ଼ାଉ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜ୍ୟୋଙ୍କ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ରାଜନାଥଗାଁଓ, ଛତିଶଗଡ଼, ରାୟପୁର ଅଞ୍ଚଳର ବୋଲି ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ରଣଜୀ ଦଳରୁ ଇଂଲଣ୍ଡ କ୍ରିକେଟ କ୍ଲବ୍: ଚର୍ଚ୍ଚାରେ ନୂଆପଡ଼ାର କ୍ରିକେଟର ପ୍ରୟାସ ସିଂହ

ଘଟଣା ସମ୍ପର୍କରେ ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଜ୍ୟୋଙ୍କ ଥାନା IIC କୈଳାସ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି (ମଙ୍ଗଳବାର) ମଧ୍ୟରାତ୍ରିରେ ASI ଅରବିନ୍ଦ ମେହେରଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଖରିଆର ରୋଡ଼ ସହରର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ପୋଲିସ ପେଟ୍ରୋଲିଂ ସମୟରେ ସହରର ରାମ ମନ୍ଦିର ନିକଟରେ ଥିବା ଏକ ଘର ଭିତରେ ଅନଲାଇନ IPL ବେଟିଂ ଚାଲୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏଥିରେ ବ୍ୟାପକ ମାତ୍ରାରେ ଅର୍ଥ କାରବାର ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଘର ଚତୁର୍ପାଶ୍ବରେ ଘେରିଯାଇ ଅତର୍କିତ ଚଢ଼ାଉ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ସରଗାଦିରେ କିଡନୀ ରୋଗ ଆତଙ୍କ: 15 ବର୍ଷରେ ଗଲାଣି 20 ଜୀବନ, ଏବେବି 40 ଆକ୍ରାନ୍ତ

ଏହି ଚଢ଼ାଉ ସମୟରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜ୍ୟୋଙ୍କ ଥାନା ପୋଲିସ । ଅଭିଯୁକ୍ତମାନଙ୍କ ଠାରୁ ୨୧ଟି ମୋବାଇଲ ଫୋନ, ୪ଟି ଲାପଟପ, ବିଭିନ୍ନ ବ୍ୟାଙ୍କର ୧୫ଟି ATM କାର୍ଡ, ଗୋଟିଏ ଚେକବୁକ, ୫ଟି ପାସବୁକ, ଗୋଟିଏ ଆଧାର କାର୍ଡ, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ, ୨ଟି ଏୟାର ବ୍ୟାଗ ଆଦି ଜବତ କରିଛି ପୋଲିସ । ଆଜି (ବୁଧବାର) ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ଅଧିକ ତଦନ୍ତ ଚାଲିଥିବା ନୂଆପଡା ଆରକ୍ଷୀ ଅଧିକ୍ଷକ ଜି ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି SP ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details