ETV Bharat / state

କଂଗ୍ରେସ ପାଇଁ ଭୋଟ ମାଗିଲେ ଇଣ୍ଡିଆ ମେଣ୍ଟର ନେତା - Campaign In Balasore

author img

By ETV Bharat Odisha Team

Published : May 23, 2024, 10:52 PM IST

Campaign In Balasore: କଂଗ୍ରେସର ଜାତୀୟ ସ୍ତରରେ ନେତା ବାଲେଶ୍ବରରେ ପ୍ରଚାର କରିଛନ୍ତି । ଦଳ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ଇଣ୍ଡିଆ ମେଣ୍ଟର ନେତା । ଅଧିକ ପଢନ୍ତୁ

Campaign In Balasore
Campaign In Balasore (ETV Bharat Odisha)

ବାଲେଶ୍ୱର: ଗଡ଼ ହାତେଇବାକୁ କଂଗ୍ରେସ ଚଳାଇଛି ଜୋରଦାର କସରତ । କଂଗ୍ରେସର ଜାତୀୟ ସ୍ତରରେ ନେତା ବାଲେଶ୍ବରରେ କ୍ୟାମ୍ପେନ କରିଥିଲେ । ସହରର ଏକ ହୋଟେଲରେ ଇଣ୍ଡିଆ ମେଣ୍ଟର ନେତାମାନେ ଏକଜୁଟ ହୋଇ ଡବଲ ଇଞ୍ଜିନ କିମ୍ବା ଡବଲ ଶଙ୍ଖକୁ ଭୋଟ ନଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କରିଛନ୍ତି ନିବେଦନ । ଓଡ଼ିଶା ଆସିଛନ୍ତି କର୍ଣ୍ଣାଟକ ବିଧାନସଭାର ପୂର୍ବତନ ଉପବାଚସ୍ପତି ବି.ଆର ପାଟିଲ । ଏହି ସଭାରେ ଯୋଗ ଦେଇ ସେ କହିଛନ୍ତି, "କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ନିର୍ବାଚନ ପରେ ପୂରଣ ହୋଇଛି । ଏହାସହ ମହିଳା ଏବଂ ବେରୋଜଗାର ଲୋକଙ୍କୁ 1 ଲକ୍ଷ ଟଙ୍କା, 10 କିଲୋଗ୍ରାମ ଶସ୍ୟ ଏବଂ ସର୍ବନିମ୍ନ ମଜୁରୀ 400 ଟଙ୍କା ପ୍ରଦାନ କରାଯାଇଛି ।" କଂଗ୍ରେସ ଗ୍ୟାରେଣ୍ଟିରେ ବିଶ୍ୱାସ କରି ଶ୍ରୀକାନ୍ତ ଜେନାଙ୍କୁ ଭୋଟ୍ ଦେବାକୁ ବାଲେଶ୍ୱରର ଭୋଟରଙ୍କୁ ସେ ନିବେଦନ କରିଛନ୍ତି।

Campaign In Balasore (ETV Bharat Odisha)

ସେ କହିଛନ୍ତି, "ଗତଥର ନରେନ୍ଦ୍ର ମୋଦି ସ୍ଲୋଗାନ ଦେଇ ମିଛ କହି ଭୋଟରଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ । କିନ୍ତୁ 10 ବର୍ଷର ତିକ୍ତ ଅଭିଜ୍ଞତା ପରେ ବର୍ତ୍ତମାନ ଭୋଟରମାନେ ବିଜେପି ବିରୋଧରେ ଏବଂ ଇଣ୍ଡିଆ ଆଲାଇନ୍ସ ସପକ୍ଷରେ ମତ ଦେବାକୁ ନିଷ୍ପତ୍ତି ନେଇଛନ୍ତି।" ସେହିପରି ସମାଜବାଦୀ ସମାଗମର ସାଧାରଣ ସମ୍ପାଦକ ଅରୁଣ ଶ୍ରୀବାସ୍ତବ କହିଛନ୍ତି, "ମୋଦି ସରକାର ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି । ଏଭଳି ସମୟରେ ଶ୍ରୀକାନ୍ତ ଜେନାଙ୍କ ଭଳି ନେତାଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ସରକାରଙ୍କୁ ତଥା ସେମାନଙ୍କର ନେତୃତ୍ୱକୁ ମଧ୍ୟ ପ୍ରଶ୍ନ କରିପାରିବେ।"

ଏହା ବି ପଢନ୍ତୁ...ବିଜେଡି ଓ ବିଜେପି ଜନମତକୁ ବିଭ୍ରାନ୍ତ କରୁଛନ୍ତି: କଂଗ୍ରେସ - Congress Slam BJP BJD

ଏହା ବି ପଢନ୍ତୁ...କଟକରେ ସୋଫିଆ ଫିର୍ଦୋଷଙ୍କ ନିଶ୍ଚୟ ବିଜୟ: ପବନ ଖେଡା - Pawan Khera Urges Vote For Sophia

ଅନ୍ୟପଟେ ସଂଯୁକ୍ତ କିଷାନ ମୋର୍ଚ୍ଚାର କୋର କମିଟି ସଦସ୍ୟ ଡକ୍ଟର ସୁନୀଲମ କୃଷକମାନଙ୍କୁ ନିବେଦନ କରିଛନ୍ତି ଯେ, ଯେତେବେଳେ ସେମାନେ ଭୋଟ୍ ଦେବାକୁ ଯାଆନ୍ତି । ସେତେବେଳେ ଡବଲ ଇଞ୍ଜିନ ସରକାରଙ୍କ ଦ୍ୱାରା କୃଷକମାନଙ୍କ ଉପରେ ହୋଇଥିବା ଅତ୍ୟାଚାର, ବନାରସର ମୋହନ ସାରାଇରେ ଚାଷୀଙ୍କ ଉପରେ ହୋଇଥିବା ଅତ୍ୟାଚାର ମନେ ରଖିବା ଉଚିତ୍ । ଏହାସହ ଲକ୍ଷ୍ମୀପୁର ଖେରୀ ଘଟଣାକୁ ମନେ ପକାଇ ଦେଇଛନ୍ତି । ୩ଟି କୃଷକ ବିରୋଧୀ ନିୟମକୁ ବିରୋଧ କରିବା ସହ କଂଗ୍ରେସକୁ ଭୋଟ ଦେବା ପାଇଁ ଆହ୍ୱାନ ଦେଇଛନ୍ତି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.