କଟକରେ ସୋଫିଆ ଫିର୍ଦୋଷଙ୍କ ନିଶ୍ଚୟ ବିଜୟ: ପବନ ଖେଡା - pawan khera urges vote for sophia

By ETV Bharat Odisha Team

Published : May 23, 2024, 1:31 PM IST

thumbnail
Pawan Khera (ETV BHARAT ODISHA)

କଟକ: କଟକରେ କଂଗ୍ରେସର ଷ୍ଟାର ପ୍ରଚାରକ ତଥା ଏଆଇସିସି ମୁଖ୍ୟ ମୁଖାପତ୍ର ପବନ ଖେଡା। କଂଗ୍ରେସ ବୈଠକ ଯୋଗ ଦେଇ ବିରୋଧୀଙ୍କୁ କଲେ ଟାର୍ଗେଟ। ଏହାସହ ବାରବାଟୀ କଟକ କଂଗ୍ରେସ ବିଧାୟକ ପାର୍ଥିନୀ ସୋଫିଆ ଫିର୍ଦୋଷ ଏକ ବଡ଼ ମାର୍ଜିନରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପବନ । ସେ କହିଛନ୍ତି ଯେ, ସୋଫିଆ ବାରବାଟୀ କଟକ ଆସନରେ ରେକର୍ଡ ସଂଖ୍ୟକ ଭୋଟ ପାଇ ବିଜୟୀ ହେବେ । ପୁରା ଓଡିଶାର ନଜର ସୋଫିଆଙ୍କ ଉପରେ । କଂଗ୍ରେସ ଯୋଉଁ ଗ୍ୟାରେଣ୍ଟି ଦେଇଛି ସେଥି ପାଇଁ ଆଜି ଏତେ ଜୋସ ରହିଛି । ସମସ୍ତ ପ୍ରାର୍ଥୀଙ୍କ ମନୋବଳ ମଧ୍ୟ ବଢିଛି । ଏଥର କଂଗ୍ରେସରେ ବିଜୟ ନିଶ୍ଚୟ । ସମାବେଶରେ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ସୋଫିଆ ଫିର୍ଦୋଷ କହିଛନ୍ତି ଯେ,  ଆଉ ମାତ୍ର ଗୋଟିଏ ଦିନ ହାତରେ ରହିଛି । ଅନିଦ୍ରା ରହି ଲୋକଙ୍କ ପାଖକୁ ଯିବା ପରେ ପୁଣି ଅନିଦ୍ରା ହୋଇ କଟକର ବିକାଶ ପାଇଁ କାମ କରିବା ଓ ସବୁଜ ସୁନ୍ଦର କଟକ ଗଢ଼ିବା ପାଇଁ ସମସ୍ତ ପ୍ରଚେଷ୍ଟା କରିବି । ହାତ ଚିହ୍ନରେ ଭୋଟ ଦେଇ କଂଗ୍ରେସକୁ ଜୟଯୁକ୍ତ କରାଇବାକୁ ଲୋକ ମାନଙ୍କୁ ନିବେଦନ କରିଛନ୍ତି ସୋଫିଆ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.