ETV Bharat / politics

‘ରାଜନୀତି ପାଇଁ ଜଗନ୍ନାଥଙ୍କୁ ଅପମାନିତ କରିବାର ଅଧିକାର ବିଜେପିକୁ କିଏ ଦେଲା’ - Pawan Khera target BJD

author img

By ETV Bharat Odisha Team

Published : May 23, 2024, 11:49 AM IST

Pawan Khera targets BJP: ପିସିସି ଅଫିସରେ ପବନ ଖେଡା । ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ନେଇ ବର୍ଷିଲେ । ରାଜନୀତି ପାଇଁ ବିଜେପି ଜଗନ୍ନାଥଙ୍କୁ ଅପମାନିତ କରିଛି । ଲୋକେ ଭୋଟ ମାଧ୍ୟମରେ ଜବାବ ଦେବେ । ଅଧିକ ପଢନ୍ତୁ

‘ରାଜନୀତି ପାଇଁ ଜଗନ୍ନାଥଙ୍କୁ ଅପମାନିତ କରିବାର ଅଧିକାର ବିଜେପିକୁ କି’ଏ ଦେଲା’
‘ରାଜନୀତି ପାଇଁ ଜଗନ୍ନାଥଙ୍କୁ ଅପମାନିତ କରିବାର ଅଧିକାର ବିଜେପିକୁ କି’ଏ ଦେଲା’ (ETV Bharat Odisha)

‘ରାଜନୀତି ପାଇଁ ଜଗନ୍ନାଥଙ୍କୁ ଅପମାନିତ କରିବାର ଅଧିକାର ବିଜେପିକୁ କି’ଏ ଦେଲା’ (ETV Bharat Odisha)

ଭୁବନେଶ୍ବର: କୋଟି ଓଡ଼ିଆଙ୍କ ଆରାଧ୍ଯ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ତୁଚ୍ଛ ରାଜନୀତି ପାଇଁ ଅପମାନିତ କରିବାର ଅଧିକାର ବିଜେପି ନେତାଙ୍କୁ କି’ଏ ଦେଲା ? କେବଳ ସମ୍ବିତ ପାତ୍ର ନୁହନ୍ତି ବରଂ ତାଙ୍କ ପରେ ଅମିତ ଶାହ ମଧ୍ୟ “କୋଣାର୍କ ମନ୍ଦିରର ପ୍ରସିଦ୍ଧି ମୋଦିଙ୍କ ପାଇଁ” ବୋଲି କହିଥିଲେ । ବିଜେପି ନେତାଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ମୁଖପାତ୍ର ପବନ ଖେଡା । ଏହା ସହ ସେ ଏଥର ଦେଶରେ ‘ଇଣ୍ଡିଆ’ ମେଣ୍ଟ ସରକାର ଗଠନ କରିବ ବୋଲି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଗତକାଲି ଭୁବନେଶ୍ବରରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ କରି ସେ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି । ସମ୍ବିତ ପାତ୍ରଙ୍କର “ମୋଦିଙ୍କ ଭକ୍ତ ଜଗନ୍ନାଥ” ମନ୍ତବ୍ୟ ସନାତନ ଧର୍ମର ପ୍ରତିଟି ବ୍ୟକ୍ତିଙ୍କୁ ଆଘାତ ଓ ବ୍ୟଥିତ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ “ମୋଦିଙ୍କ ପାଇଁ କୋଣାର୍କ ବିଶ୍ବପ୍ରସିଦ୍ଧ ହେଲା” ମଧ୍ୟ ସମାନ ଢ଼ଙ୍ଗରେ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । ପ୍ରଥମେ ଭଗବାନ ଶ୍ରୀରାମଙ୍କ ପ୍ରତିକୃତିକୁ ବିଭିନ୍ନ ପ୍ରଚାରପତ୍ର ଏବଂ ବିଜେପି ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଛୋଟ ଦେଖାଇ ମୋଦିଙ୍କୁ ବଡ଼ ଦେଖାଇବା ପରେ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନିତ କରିବା ଏବଂ ଅର୍କକ୍ଷେତ୍ର କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଭାରତୀୟ ଜନତା ପାର୍ଟି ଏବଂ ତାଙ୍କର ନେତାମାନଙ୍କର ନୀଚ ମାନସିକତାର ସ୍ପଷ୍ଟ ଉଦାହରଣ ବୋଲି ପବନ କହିଛନ୍ତି ।


ଏଆଇସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ପବନ କହିଛନ୍ତି, ସମ୍ବିତ ପାତ୍ର ସେହି ବ୍ୟକ୍ତି ଯିଏକି ଆଗରୁ ମୋଦିଙ୍କୁ ଦେଶର ବାପା କହି ବିବାଦ ସୃଷ୍ଟି କରିଥିଲେ । ସେ ଆହ୍ବାନ ଦେଇ କହିଛନ୍ତି ଯେ ଯଦି ମୋଦିଙ୍କର ସତସାହସ ଅଛି ଏବଂ ସମ୍ବିତ ପାତ୍ରଙ୍କ ମତ ସହିତ ସେ ଏକମତ ନୁହଁନ୍ତି ତାହାହେଲେ ଅବିଳମ୍ବେ ତାଙ୍କୁ ଦଳରୁ ବରଖାସ୍ତ କରନ୍ତୁ । ଦେଶରେ ୪୫ ବର୍ଷର ସର୍ବାଧ‌ିକ ବେରୋଜଗାରୀ ଓ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଭିନ୍ନ ବିଭାଗରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ପଦବୀ ଖାଲି ପଡ଼ିଛି । ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ମୋଦି ସରକାର। ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣା ପାଲଟିଛି । ପ୍ରତିଟି ବର୍ଗପ୍ରତି ଅନ୍ୟାୟ କରିଥିବା ପ୍ରଧାନମନ୍ତ୍ରୀ ନିଜର ଦୋଷ ତ୍ରୁଟିକୁ ଲୁଚାଇବାପାଇଁ ବକ ଧାର୍ମିକ ସାଜିଛନ୍ତି ବୋଲି ମଧ୍ୟ ପବନ କଡା ଭାଷାରେ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସମୀରଙ୍କ ଏଣ୍ଟ୍ରି ପରେ ନିମାପଡାରେ ଫୁଟିବ କି ପଦ୍ମ ? କଟିବ ବିଜେଡି ଭୋଟ ! - nimapara assembly constituency

ରାଜ୍ୟରେ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର ମୋଦିଙ୍କ ହାତବାରିସି ସାଜିଛନ୍ତି । ସଂସଦରୁ ସଂସଦ ବାହାର ପର୍ଯ୍ୟନ୍ତ ଉଭୟ ଦଳ ଭିତରେ ଥ‌ିବା ସଲାସୁତରା ଓଡ଼ିଶାବାସୀଙ୍କ ସାମନାରେ ଉଜାଗର ହୋଇଛି । ଉଭୟ ଦଳ ମିଳିମିଶି ଓଡ଼ିଶାକୁ ଲୁଟ କରିବା ପାଇଁ ପଣ କରିଛନ୍ତି । ଓଡ଼ିଶାବାସୀ ଏମାନଙ୍କର ଚାଲ ଓ ଚରିତ୍ରକୁ ବୁଝି ଉଭୟଙ୍କୁ ପ୍ରତ୍ୟାଖାନ କରିବା ସହ ସେମାନଙ୍କର ଅଧିକାର ବିଦ୍ବେଷର ବିଷ ମଞ୍ଜି ବୁଣୁଥୁବା ଶକ୍ତିକୁ ଦେଶର ଜନସାଧାରଣ ଏହି ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ଖେଡା କହିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.