ETV Bharat / politics

ବିଜେଡି ଓ ବିଜେପି ଜନମତକୁ ବିଭ୍ରାନ୍ତ କରୁଛନ୍ତି: କଂଗ୍ରେସ - Congress Slam BJP BJD

author img

By ETV Bharat Odisha Team

Published : May 23, 2024, 9:34 PM IST

Congress Press Meet: କଂଗ୍ରେସ ବିଜେପି ଓ ବିଜେଡିର ନିର୍ବାଚନୀ ଇସ୍ତାହାରକୁ ନେଇ କରିଛି ସମାଲୋଚନା । ପ୍ରଭୁ ଜଗନ୍ନାଥଙ୍କ ପ୍ରସଙ୍ଗରେ ଉଭୟ ଦଳ ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ

Congress Press Meet
Congress Press Meet (ETV Bharat Odisha)

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ପ୍ରତି କଂଗ୍ରେସ ଆପଣାଇଛି ଆକ୍ରମଣାତ୍ମକ ଆଭିମୁଖ୍ୟ । ଉଭୟ ଦଳକୁ ଟାର୍ଗେଟ କରି କଂଗ୍ରେସ କରିଛି ପ୍ରେସମିଟ । ସାମ୍ବାଦିକ ସମିଳନୀରେ ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ କହିଛନ୍ତି ଯେ ବିଜେଡି ଏବଂ ବିଜେପି ଦଳ ଜନମତକୁ ବିଭାନ୍ତି କରିବାକୁ ଅପଚେଷ୍ଟା କରୁଛନ୍ତି । ଉଭୟ ଦଳର ନେତା ଭଗବାନଙ୍କ ଠାରୁ ବଡ ବୋଲି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଗୋଟେ ପଟେ ମୋଦିଙ୍କ ଭକ୍ତ ଜଗନ୍ନାଥ ବୋଲି କହୁଛନ୍ତି ବିଜେପି ନେତା ଅନ୍ୟପଟେ ବିଜେଡି କହୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କ ଠାରୁ ବଡ । ଏହା କି ପ୍ରକାର ରାଜନୀତି । ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ ସିଏ ହିଁ ଓଡ଼ିଶାର ବଡ ପରିଚୟ । ଯେଉଁ ଦଳମାନେ ମହାପ୍ରଭୁ ସମ୍ମାନ ଦେଇପାରୁନାହାନ୍ତି ସେମାନଙ୍କୁ ବହିଷ୍କାର କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ।

Congress Press Meet (ETV Bharat Odisha)

ଭକ୍ତ ଚରଣ ଦାସ କହିଛନ୍ତି ଯେ, ଏବେ ଉଭୟ ଦଳ ବିଜୁଳି ୟୁନିଟ ଛାଡ଼ କରିବା କଥା କହୁଛନ୍ତି । ଯେବେ କଂଗ୍ରେସ ବିଜୁଳି ବିଲ ଛାଡ଼ କରିବ ବୋଲି ଗ୍ୟାରେଣ୍ଟି ଦେଲା ସେତେବେଳେ ଏମାନଙ୍କର ମନେ ପଡିଲା । ସେହିଭଳି 10କେଜି ଚାଉଳ ଦେବା, ଓଡିଶା ଚାଷୀର ଋଣ ଛାଡ଼ କରିବା, ଚାଷୀ ଉତ୍ପାଦିତ ସାମଗ୍ରୀରେ ଜିଏସଟି ମୁକ୍ତ କରିବା, ବେକାରୀ ଯୁବକ ଯୁବତୀଙ୍କୁ ପାଇଁ 30 ଲକ୍ଷ ସରକାରୀ ପଦ ପୂରଣ କଂଗ୍ରେସ ଦଳ ହିଁ ଗ୍ୟାରେଣ୍ଟି ଦେଇଛି । କଂଗ୍ରେସ ଦଳ ହିଁ ଏହି ଗ୍ୟାରେଣ୍ଟି ପୂରଣ କରିବା । ତେଣୁ ଅନ୍ୟ ଦଳର ମିଛ ପ୍ରତିଶୃତିକୁ ରାଜ୍ୟ ବାସୀ ବିଶ୍ବାସ କରନ୍ତୁ ନାହିଁ । ୟୁପିଏ ସରକାର ସମୟରେ ଆଣିଥିବା ଖାଦ୍ୟ ସୁରକ୍ଷା ଆଇନ ବଳରେ ହିତାଧିକାରୀ ମାନେ ଚାଉଳ ପାଉଛନ୍ତି । ପ୍ରଧାନମନ୍ତ୍ରୀ କେବଳ ଏହାର ନାମ ବଦଳେଇବା ପରିବର୍ତ୍ତେ ଆଉ କୌଣସି କାମ କରି ନାହାଁନ୍ତି । ମୋଦି ସରକାର ତାଙ୍କ ପୁଞ୍ଜିପତି ବନ୍ଧୁ ମାନଙ୍କର ଋଣ ଛାଡ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ‘ରାଜନୀତି ପାଇଁ ଜଗନ୍ନାଥଙ୍କୁ ଅପମାନିତ କରିବାର ଅଧିକାର ବିଜେପିକୁ କିଏ ଦେଲା’ - Pawan Khera Target BJD

ଚାଷୀ ଓ ଯୁବ ବର୍ଗଙ୍କ ସମ୍ପର୍କରେ ଭକ୍ତ କହିଛନ୍ତି ଯେ ଓଡ଼ିଶାରେ ଚାଷୀ ହତାଶ,ଚାଷୀର ଆୟ ସର୍ବନିମ୍ନ ରହିଛି । ରାଜ୍ୟରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଶିକ୍ଷିତ ପଞ୍ଜିକୃତ ବେରୋଜଗାରୀ ଅଛନ୍ତି । ଉତ୍କଟ ବେରୋଜଗାରୀ ସମସ୍ୟା ସହିତ ଅତ୍ୟାବଶ୍ୟକ ସାମଗ୍ରୀ, ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସର ,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଔଷଧର ଅହେତୁକ ଦରଦାମ ବୃଦ୍ଧି ଜନତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଘରେ ରହିଲେ ପେଟ କାଟୁଛି ଆଉ ବାହାରକୁ ଗଲେ ପକେଟ କଟୁଛି । ଉଭୟ ସରକାରଙ୍କ ଗରିବ ମାରଣ ନୀତି ଯୋଗୁଁ ପୁଞ୍ଜିପତି ମାନେ ଲାଭବାନ ହେଉଛନ୍ତି । କଂଗ୍ରେସ ସର୍ବଦା ମହିଳା ମାନଙ୍କ ଉପରେ ହୋଇ ଆସୁଥିବା ଅତ୍ୟାଚାରର ତୀବ୍ର ପ୍ରତିବାଦ କରୁଛି । ଯୁବ ନ୍ୟାୟରେ 30 ଲକ୍ଷ ସରକାରୀ ପଦବୀ ପୂରଣ ହେବ । ରାଜ୍ୟରେ ସରକାର ଆସିଲେ ପ୍ରତ୍ୟେକ ପରିବାରର ମୁଖ୍ୟ ମହିଳାଙ୍କୁ 2 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଭକ୍ତ ଦାସ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.