ମାଲକାନଗିରି:ଜେଲ୍ରେ ଚୋରା ବିଜୁଳି କାରବାର । ଚୋରା ବିଦ୍ୟୁତରେ ଚାଲିଛି ମାଲକାନଗିରି ଉପ କାରାଗାର । କଏଦୀମାନେ କିଭଳି ଭଲରେ ରହିବେ ସେଥିପାଇଁ ଗୃହ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଜେଲ୍ରେ ଯୋଗାଇ ଦିଆଯାଏ । ହେଲେ ଏହି କାରାଗାରରେ ବ୍ୟବହାର କରାଯାଉଥିବା ବିଦ୍ୟୁତ୍ ଯେ ଚୋରାରେ ଚାଲୁଛି ଏହି କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏହା ବି ପଢନ୍ତୁ...ଆସନ୍ତାକାଲିଠୁ ପୁରୀରୁ ଗଡିବ ବନ୍ଦେ ଭାରତ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ମାଲକାନଗିରି ଜିଲ୍ଲା ଉପ କାରାଗାରରେ ୬୦୦ରୁ ଊର୍ଦ୍ଧ୍ବ କଏଦୀ ଅଛନ୍ତି । ଏହି ଉପକାରାଗାର ଦାୟିତ୍ବରେ ଥିବା ଜେଲ୍ ସୁପରିଟେଣ୍ଡଙ୍କ ଜାଣତରେ ଜେଲ୍ ଭିତରେ ବାଇପାସ୍ କରେଣ୍ଟ ବ୍ୟବହାର କରାଯାଉଥିବା ବିଶେସ ସୂତ୍ରରୁ ଖବର ମିଳିଛି । ଖବର ମିଳିବା ପରେ ଆମ ଟିମ୍ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଭେଟିଥିଲେ । ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଏହି ଅଭିଯୋଗ ପାଇ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ଭିଜିଲାନ୍ସ ଟିମ୍ ଚଢାଉ କରି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଶେଷରେ ବାଧ୍ୟହୋଇ ସ୍ଥାନୀୟ ବିଜୁଳି ବିଭାଗ କର୍ମଚାରୀ ଜେଲ୍ ଆସି ବୁଲି ଦେଖିବାପରେ ଜେଲ୍ର ବହୁ ସ୍ଥାନରେ ବାଇପାସ୍ କରେଣ୍ଟ ଲାଗିଥିବା ଦେଖିବାକୁ ପାଇଥିଲେ ।