ETV Bharat / state

ଆସନ୍ତାକାଲିଠୁ ପୁରୀରୁ ଗଡିବ ବନ୍ଦେ ଭାରତ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : May 17, 2023, 10:24 AM IST

ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ପାଇଁ ସଜେଇ ହୋଇଛି ପୁରୀ ରେଲଓ୍ବେ ଷ୍ଟେସନ । ଆସନ୍ତାକାଲି ଆଭାସୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

odishas first vande bharat express
odishas first vande bharat express

ପୁରୀ: ସତ ହେବାକୁ ଯାଉଛି ଓଡିଶାବାସୀଙ୍କ ସ୍ବପ୍ନ । ପୁରୀରୁ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି(ଗୁରୁବାର) ପୁରୀ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପିତ ହେବ । ପ୍ରାଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଏହି ଅତ୍ୟାଧୁନିକ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସିରେ ପତାକା ଦେଖାଇ ଶୁଭାରମ୍ଭ କରିବେ । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିବା ପାଇଁ ପୁରୀ ରେଲଓ୍ବେ ଷ୍ଟେସନରେ ବ୍ୟାପକ ବ୍ୟସ୍ଥା କରାଯାଇଛି । ଗୁରୁବାରଠାରୁ ପୁରୀରୁ ହାଓ୍ବଡାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ।

ଲୋକାର୍ପଣ ଦେଖିବା ପାଇଁ ଷ୍ଟେସନ ବାହାରେ ଏଲଇଡି ସ୍କ୍ରିନ୍‌: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଲୋକାର୍ପଣ ପାଇଁ ପୁରୀ ଷ୍ଟସନରେ ଚାଲିଛି ଜୋରଦାର ପ୍ରସ୍ତୁତି । ଷ୍ଟେସନ ବାହାରର ପ୍ରବେଶ ପଥରେ ଏକ ବଡ ଏଲଇଡି ସ୍କ୍ରିନ୍‌ ଲଗାଯାଇଛି । ଟ୍ରେନ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଦେଖିପାରିବେ ଲୋକେ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ଟ୍ରାଏଲ ରନ ସରିଥିବା ବେଳେ ଆସନ୍ତା କାଲି ଟ୍ରାକରେ ଦୌଡିବ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ ଯେଉଁ ଷ୍ଟେସନରେ ଅଟକିବ ସେଠାରେ ତାକୁ ଭବ୍ୟ ସ୍ବାଗତ କରାଯିବା ନେଇ ମଧ୍ୟ ସୂଚନା ରହିଛି ।

ଲୋକାର୍ପଣରେ ଯୋଗଦେବେ ଏହି ନେତା ମନ୍ତ୍ରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ପୁରୀ ସାଂସଦ ପିନାକି ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚୀ ରହିଛି । ଗୁରୁବାର ୧୨ଟା ସମୟରେ ଏହି ଟ୍ରେନର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।

ଟ୍ରେନ ଟାଇମିଂ: ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ସକାଳ ୬ଟା ୧୦ ମିନିଟ ସମୟରେ ଏହି ବନ୍ଦେ ଭାରତ ଟ୍ରେନ ହାଓ୍ବଡା ଷ୍ଟେସନରୁ ବାହାରି ୧୨ଟା ୧୫ ମିନିଟରେ ପୁରୀରେ ପହଞ୍ଚିବ । ସେହିପରି ଅପରାହ୍ନ ୧ଟା ୫୦ ମିନିଟରେ ପୁରୀରୁ ବାହାରି ରାତି ସାଢେ ୮ଟାରେ ହାଓ୍ବଡାରେ ପହଞ୍ଚିବ । ଯାତ୍ରା ସମୟରେ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, ଖଡକପୁର ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ୨ମିନିଟ ଲେଖାଏଁ ରହିବ ।

ଟ୍ରେନରେ ରହିଛି ଏହି ସବୁ ସୁବିଧା: ଏହି ଏକ୍ସପ୍ରେସ ଟ୍ରେନରେ ୧୬ଟି କୋଚ ରହିଛି । ଘଣ୍ଟାପ୍ରତି ୧୮୦ କିଲୋମିଟର ଗତି କରିବ ଏହି ଟ୍ରେନ । ଫଳରେ ପୁରୀରୁ ହାଓ୍ବଡା କିମ୍ବା ହାଓ୍ବଡାରୁ ପୁରୀକୁ ୨ ଘଣ୍ଟା ଶୀଘ୍ର ପହଞ୍ଚିପାରିବ । ଟ୍ରେନ ଚାଲିବା ସମୟରେ ଏହାର ଡୋର୍‌ ଖୋଲିବ ନାହିଁ । ଅଟୋମେଟିକ ଡୋର୍‌ ଖୋଲିବା ଏବଂ ବନ୍ଦ ହେବାର ସିଷ୍ଟମ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.