ETV Bharat / state

ବସ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲା ୧୧ ଜୀବନ

author img

By

Published : May 17, 2023, 11:21 AM IST

ବୌଦ୍ଧ ଜିଲ୍ଲାରେ ବସ୍ ଓ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା । ୧୧ ଜଣ ଆହତ । ଅଧିକ ପଢନ୍ତୁ

ବୌଦ୍ଧରେ ବସ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା
ବୌଦ୍ଧରେ ବସ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା

ବୌଦ୍ଧରେ ବସ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା

ବୌଦ୍ଧ: ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ପିକଅପ୍ ଭ୍ୟାନ ଡ୍ରାଇଭରଙ୍କ ସମେତ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଡ୍ରାଇଭର ଜଣକର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ବଡ଼ପଣ୍ଡା ନାମକ ଏହି ବସଟି ବ୍ରହ୍ମପୁରରୁ ପାଇକମାଳ ଅଭିମୁଖେ ଯାଉଥିଲା । ହେଲେ ବୌଦ୍ଧ ଜିଲ୍ଲାର ୫୭ନଂ ଜାତୀୟ ରାଜପଥର ଚାରିଛକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍ ଭ୍ୟାନ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ମୋଟ ୧୧ ଜଣ ଆହତ ହୋଇଥିଲେ । ଆହତ ଯାତ୍ରୀଙ୍କ ସହ ପିକଅପ୍ ଭ୍ୟାନ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପିକଅପ ଭ୍ୟାନ ଡ୍ରାଇଭର ମଦ ନିଶାରେ ବସ୍‌କୁ ଧକ୍କା ଦେଇଥିବା ବସ୍ ଡ୍ରାଇଭର ଅଭିଯୋଗ କରିଛନ୍ତି ।

ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଏଭଳି ସଡକ ଦୁର୍ଘଟଣା ଘଟୁଥିବାରୁ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ଦୁଇ ଦିନ ତଳେ ଗୋଟିଏ କାର୍ ଭାରସାମ୍ୟ ହରାଇ ଏହି ଜାତୀୟ ରାଜପଥ କଡ଼ରେ ଥିବା ଜଣକ ଘର ଭିତରେ ପଶିଯିବାରୁ ଜଣେ ମହିଳାଙ୍କୁ ଦୁଃଖଦ ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ : ଝିଅ ଦେଖିବା ପାଇଁ ଯାଉଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର, ୯ ମୃତ

ଉକ୍ତ କାରଟି ଭୁବନେଶ୍ବର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିଲା । ଭୋର୍ ପ୍ରାୟ ୫ଟା ବେଳେ ଲୁହୁରାଗାଡିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ରାସ୍ତାକଡରେ ଥିବା ଏକ ଚାଳଘର ଉପରେ କଚାଡି ହୋଇ ପଡିଥିଲା । ଫଳରେ ପାନେଶ୍ବର ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.