ETV Bharat / bharat

ଝିଅ ଦେଖିବା ପାଇଁ ଯାଉଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର, ୯ମୃତ

author img

By

Published : May 17, 2023, 9:38 AM IST

ଝିଅ ଦେଖିବା ପାଇଁ ଯାଉଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର । ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

road accident in fatehpur
road accident in fatehpur

ଲକ୍ଷ୍ନୌ: ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଘରୁ ବାହାରି ଥିଲେ ପରିବାର ଲୋକେ । ଭାବିଥିଲେ ପୁଅ ପାଇଁ ଝିଅକୁ ଦେଖି ଘରକୁ ଫେରିବେ । ହେଲେ କ୍ଷଣକ ଭିତରେ ସବୁ ଓଲଟପାଲଟ ହୋଇଗଲା । କେହି କିଛି ଭାବିବା ଆଗରୁ ଲିଭିଗଲା ଜୀବନ ଦୀପ । ପୁରା ପରିବାର ଶୂନ୍. ହୋଇଗଲା । ଟ୍ୟାଙ୍କର ସହ ଅଟୋର ଧକ୍କା ହେବା ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମଙ୍ଗଳବାର ଜହାନାବାଦର ଚିଲ୍ଲୀ ଅଞ୍ଚଳରେ ହୋଇଥିଲା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି ।

ମୃତକମାନେ ଘାଟମପୁରର ମୁଶାନଗର ଅଞ୍ଚଳର ବାସିନ୍ଦା ରହିଥିଲେ । ଏକ ବାହାଘର ପାଇଁ ଝିଅ ଦେଖିବାକୁ ଏକ ଅଟୋ ଯୋଗେ ପୁରା ପରିବାର ଜହାନାବାଦର ବାରାଦରୀ ମୋହଲେ ଆସୁଥିଲେ । ଏହି ସମୟରେ ଜହାନାବାଦର ଚିଲ୍ଲୀ ଅଞ୍ଚଳରେ ଏକ ମୋଡରେ ସାମ୍ନା ପଟୁ ଆସୁଥିବା ଏକ ଟ୍ୟାଙ୍କର ଅଟୋକୁ ଧକ୍କା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: Karnataka CM tussle: ସୋନିଆଙ୍କ ସହ ଆଲୋଚନା ପରେ କାଲି ବେଙ୍ଗାଲୁରୁରେ ଘୋଷଣା କରିବେ ଖଡଗେ

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଯିବା ପୂର୍ବରୁ ଡିକେ ଶିବକୁମାରଙ୍କ ବଡ ବୟାନ; ଦଳ ପିଠିରେ ଛୁରୀ ଭୁସିବିନି କି ବ୍ଲାକମେଲ୍‌ କରିବିନି

ଦୁର୍ଘଟଣା ସମୟରେ ଅଟୋରେ ୧୧ଜଣଲୋକ ରହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଦୁର୍ଘଟଣା ପରେ ଅଟୋଟି ପୁରା ଛିନଛତ୍ର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୯ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ରହିଥିବା ଜଣାପଡ଼ିଛି । ଘଟଣାପରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତକମାନେ ହେଲେ ଅନିଲ ବି, ତାଙ୍କ ପତ୍ନୀ, ପୁଅ ଝିଅ ଏବଂ ଅନ୍ୟ ସମ୍ପର୍କୀୟମାନେ ରହିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

  • उत्तर प्रदेश के फतेहपुर में हुआ सड़क हादसा अत्यंत दुखद है। इसमें जिन्होंने अपने परिजनों को खोया है, उनके प्रति मेरी गहरी संवेदनाएं। इसके साथ ही मैं घायलों के जल्द स्वस्थ होने की कामना करता हूं। राज्य सरकार की निगरानी में स्थानीय प्रशासन पीड़ितों की पूरी मदद में जुटा है: PM Modi

    — PMO India (@PMOIndia) May 16, 2023 " class="align-text-top noRightClick twitterSection" data=" ">

ଏହି ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ଉତ୍ତରପ୍ରଦେଶର ଫତେପୁରରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ପ୍ରାଣ ହରାଇଥିବା ପରିବାର ପରିଜନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ଏହାସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁରୁତରମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.