ଓଡିଶା

odisha

ଆଳିରେ ଡରାଇଲାଣି ଡେଙ୍ଗୁ, ଜନ ସଚେତନତା ଦାବି କଲେ ଲୋକେ

By ETV Bharat Odisha Team

Published : Sep 11, 2023, 9:30 PM IST

କେନ୍ଦ୍ରାପଡା ଜିଲ୍ଲା ଆଳିରେ ଡରାଇଲାଣି ଡେଙ୍ଗୁ । ଜନ ସଚେତନତା ଲାଗି ଦାବି କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

Etv Bharat
Etv Bharat

ଆଳିରେ ଡରାଇଲାଣି ଡେଙ୍ଗୁ

କେନ୍ଦ୍ରାପଡ଼ା: କାୟା ମେଲାଇଲାଣି ଡେଙ୍ଗୁ ଜ୍ବର । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ଏବେ ଭୟର ବାତାବରଣ ସାଧାରଣ ଲୋକଙ୍କ ମନରେ ସୃଷ୍ଟି କଲାଣି । ପ୍ରଥମେ ସହର ଆଉ ଏବେ ଗାଁରେ ଏବେ ଡେଙ୍ଗୁ ଆତଙ୍କ । ରାଜ୍ୟରେ ଡେଙ୍ଗୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଭଳି ଲାଗୁଥିବା ବେଳେ ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଲୋକେ ଜନ ସଚେତନତା ଲାଗି ଦାବି କରିଛନ୍ତି ।

ଜିଲ୍ଲାର ଆଳି ସଦର ମହକୁମା ମେଣ୍ଢପୁର ପଞ୍ଚାୟତ ଆଖ ପାଖ ଅଞ୍ଚଳରେ ୧୫ ଜଣରୁ ଊର୍ଦ୍ଧ୍ବ ବ୍ୟକ୍ତି ଡେଙ୍ଗୁ ଜ୍ବରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ କିଛି ଲୋକ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଯାଇଥିବାର ସୂଚନା ମିଳିଛି। ଗାଁ ଗହଳିରେ ପାଣି ଜମି ରହୁଥିବା, ବିଭିନ୍ନ ନାଳ ନର୍ଦ୍ଦମା ସଫା ହେଉନଥିବା, ଗାଁ କଲ୍ୟାଣ ସମିତିରେ ପ୍ରତ୍ୟେକ ୱାର୍ଡକୁ ଆସୁଥିବା ଟଙ୍କାର ସୁବିନିଯୋଗ ନହୋଇପାରିବା,ବ୍ୟାପକ ଜନ ସଚେତନତା ସୃଷ୍ଟି ନକରିବା କାରଣ ଯୋଗୁଁ ଏହି ଗାଁର ୧୦ରୁ ଊର୍ଦ୍ଧ୍ବ ଲୋକେ ଡେଙ୍ଗୁ ଜ୍ବରରେ ପୀଡିତ ହୋଇଥିବା ଅଭିଯୋଗ ହୋଇଛି।

ଏହା ବି ପଢନ୍ତୁ- ମୁଖ୍ୟ ଶାସନ ସଚିବ ଡେଙ୍ଗୁରେ ପୀଡ଼ିତ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ

ଡେଙ୍ଗୁ ବ୍ୟାପିବା ନେଇ କୌଣସି ସଚେତନତା ସୃଷ୍ଟି ନ କରାଯିବା ଫଳରେ ଡେଙ୍ଗୁ ଜ୍ବର ଅଧିକ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭାଗୀୟ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନଙ୍କ ପ୍ରତିକ୍ରିୟା ଅନୁଯାୟୀ, ୧୦ରୁ ୧୨ ଦିନ ଭିତରେ ୧୨ଟି କେସ ଆସିଛି । ଯେଉଁମାନେ ଅଧିକ ଗୁରୁତର ହେଉଛନ୍ତି ସେମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଉଛି ବୋଲି କହିଛନ୍ତି । ଅନ୍ୟପଟେ ଯଥାସମ୍ଭବ ରୋଗୀଙ୍କ ରକ୍ତ ନମୁନା ମାଗଣା ପରୀକ୍ଷା କରିବା ଓ ଡେଙ୍ଗୁ ୱାର୍ଡ ଖୋଲିବା ଏବଂ ଉତ୍ତମ ଚିକିତ୍ସା ଯୋଗାଇଦେବା ଓ ଗାଁରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି ହୋଇଛି ।

ଏହା ବି ପଢନ୍ତୁ- ୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବାକୁ ପରାମର୍ଶ

ସୂଚନା ଥାଉ କି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡେଙ୍ଗୁ ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଓଡ଼ିଶାରେ ସରକାରୀ ହସ୍ପିଟାଲ ଡେଙ୍ଗୁ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି। ରାଜ୍ୟରେ ପ୍ରତ୍ୟେକଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଡେଙ୍ଗୁ ବେଡର ବ୍ୟବସ୍ଥା କରାଯାଇଥିବା ବେଳେ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଡେଙ୍ଗୁ ପାଇଁ ବେଡ ପ୍ରସ୍ତୁତ ହୋଇ ରହିଛି ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details