ETV Bharat / state

ମୁଖ୍ୟ ଶାସନ ସଚିବ ଡେଙ୍ଗୁରେ ପୀଡ଼ିତ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ

author img

By ETV Bharat Odisha Team

Published : Sep 11, 2023, 4:48 PM IST

Etv Bharat
Etv Bharat

ଡେଙ୍ଗୁ ରୋଗରେ ପୀଡ଼ିତ ହେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡେଙ୍ଗୁରେ ପୀଡ଼ିତ ହୋଇଛନ୍ତି । ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଏହାସହ ଡେଙ୍ଗୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା ହୋଇଥିବା ସେ ସୂଚନା ଦେଇଛନ୍ତି ।

ସରକାରୀ ସ୍ତରରେ ସଚେତନ କରାଯାଉଥିଲେ ମଧ୍ୟ ଡେଙ୍ଗୁ କମିବାରେ ନାହିଁ। ଓଡ଼ିଶାରେ ସରକାରୀ ହସ୍ପିଟାଲ ଡେଙ୍ଗୁ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି। ରାଜ୍ୟରେ ପ୍ରତ୍ୟେକଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଡେଙ୍ଗୁ ବେଡର ବ୍ୟବସ୍ଥା କରାଯାଇଥିବା ବେଳେ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଡେଙ୍ଗୁ ପାଇଁ ବେଡ ପ୍ରସ୍ତୁତ ହୋଇ ରହିଛି। ଯେହେତୁ ଭୁବନେଶ୍ବରରେ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଆଡମିଶନ ହେଉଛନ୍ତି ତେଣୁ କ୍ୟାପିଟାଲ ହସ୍ପିଟାଲରେ ୫୦ଟି ବେଡରୁ ୭୦ଟି ଡେଙ୍ଗୁ ବେଡ ବୃଦ୍ଧି କରାଯାଇଛି।

ଏହା ବି ପଢନ୍ତୁ- ୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବାକୁ ପରାମର୍ଶ

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ ଅର୍ବାନ ହସ୍ପିଟାଲଗୁଡିକରେ ମଧ୍ୟ ୧୦ଟି ଲେଖାଏଁ ବେଡ ରଖାଯାଇଛି । ଯଦି କୌଣସି ସ୍ଥାନରେ ବେଡ ବଢାଇବା ଆବଶ୍ୟକ ହୁଏ ତେବେ ସେହି ହସ୍ପିଟାଲରେ ମଧ୍ୟ ବେଡ ସଂଖ୍ୟା ବୃଦ୍ଧି କରାଯାଉଛି । ଡେଙ୍ଗୁ ରୋଗରେ ୯୫ % ଲୋକ ଏ ସିମଟମେଟିକ । ତେଣୁ ସେହି ଅନୁସାରେ ସରକାରୀ ସ୍ତରରେ ଦେଖିଲେ ରାଜ୍ୟରେ ଡେଙ୍ଗୁ ମୃତ୍ୟୁ ନାହିଁ। ତେବେ ଏହାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଗୋଟିଏ ଅଡିଟ କରାଯାଉଛି। ଯଦି ଜଣେ ଡେଙ୍ଗୁରେ ମୃତ୍ୟୁବରଣ କରିଥାଏ ତେବେ ଚିକିତ୍ସା କିଭଳି ଭାବରେ ହୋଇଥିଲା । ଡେଙ୍ଗୁ ଥାଇ ଅନ୍ୟ କୌଣସି ରୋଗ ଥିଲା କି ନାହିଁ ସମସ୍ତ ଦିଗକୁ ନଜର ଦିଆଯାଉଛି।"

ଏହା ବି ପଢନ୍ତୁ- କଟକ ଜିଲ୍ଲାରେ ନିୟନ୍ତ୍ରଣ ହେଉଛି ଡେଙ୍ଗୁ: CDMO

ଅନ୍ୟପଟେ ଡେଙ୍ଗୁ ପାଇଁ ମେଡିସିନ କୌଣସି ନାହିଁ । ଭୁବନେଶ୍ଵରରେ କ୍ୟାପିଟାଲ ହସ୍ପିଟାଲ ଉପରୁ ବୋଝ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ଅର୍ବାନ CHCରେ ରୋଗୀମାନଙ୍କ ପାଇଁ ୧୦ଟି ଲେଖାଏଁ ସ୍ଵତନ୍ତ୍ର ବେଡ ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଗହଳି ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବା କେନ୍ଦ୍ର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.