ETV Bharat / state

୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବାକୁ ପରାମର୍ଶ

author img

By ETV Bharat Odisha Team

Published : Aug 28, 2023, 6:53 PM IST

୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲାଟଲେଟସ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବା ପାଇଁ ପରାମର୍ଶ
୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲାଟଲେଟସ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବା ପାଇଁ ପରାମର୍ଶ

ରାଜ୍ୟରେ ୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବା ପାଇଁ ପରାମର୍ଶ । ଅଗଷ୍ଟ ୨୭ ସୁଦ୍ଧା ରାଜ୍ୟରେ ମୋଟ ୪୬ ହଜାର ୪୯୧ ଜଣଙ୍କ ଟେଷ୍ଟ ହୋଇଛି ।ସେଥିମଧ୍ୟରୁ ୩ ହଜାର ୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛି ।ଅଧିକ ପଢନ୍ତୁ...

ରାଜ୍ୟରେ ୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲାଟଲେଟସ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବା ପାଇଁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବା ପାଇଁ ପରାମର୍ଶ । ଅଗଷ୍ଟ ୨୭ ସୁଦ୍ଧା ରାଜ୍ୟରେ ମୋଟ ୪୬ ହଜାର ୪୯୧ ଜଣଙ୍କ ଟେଷ୍ଟ ହୋଇଛି । ସେଥିମଧ୍ୟରୁ ୩ ହଜାର ୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ୨୦ ହଜାର ପର୍ଯ୍ୟନ୍ତ ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛି ।

ଅଗଷ୍ଟ ୨୭ ସୁଦ୍ଧା ରାଜ୍ୟରେ ମୋଟ ୪୬ ହଜାର ୪୯୧ ଜଣଙ୍କ ଟେଷ୍ଟ୍‌ ହୋଇଛି । ସେଥିମଧ୍ୟରୁ ୩ ହଜାର ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ୧ ହଜାର ୪୦୯ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୩୨୪ ଜଣ, କଟକରୁ ୨୭୮, ବାଲେଶ୍ବରରୁ ୨୭୭, ଜଗତସିଂହପୁରରୁ ୧୭୩, ନୟାଗଡ଼ରୁ ୧୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ହଟ୍‌ସ୍ପଟ୍‌ ପାଲଟିଛି ଭୁବନେଶ୍ୱର ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଡେଙ୍ଗୁରେ ଅତି ବେଶୀରେ ମାତ୍ର ୫% ଲୋକ ଗୁରୁତର ହେଉଛନ୍ତି । ଭୁବନେଶ୍ଵରରେ କ୍ୟାପିଟାଲ୍‌ ହସ୍ପିଟାଲ ଉପରୁ ବୋଝ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ଅର୍ବାନ CHCରେ ରୋଗୀମାନଙ୍କ ପାଇଁ ୧୦ଟି ଲେଖାଏଁ ସ୍ଵତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଗହଳି ହେଉଥିବାରୁ କ୍ୟାପିଟାଲ୍‌ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ୍‌ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବା କେନ୍ଦ୍ର କରାଯାଇଛି । ଅଧିକ ମ୍ୟାନ୍ ପାୱାର ମଧ୍ୟ ନିୟୋଜିତ ହୋଇଛନ୍ତି ।

ଅଧିକ ପଢନ୍ତୁ...ଡେଙ୍ଗୁ ମହାମାରୀ ନୁହେଁ, ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଏହା ସହ ପଟିଆ ଅର୍ବାନ CHC ଓ ଆଇଆରସି ଭିଲେଜ ଅର୍ବାନ PHCରେ ଟେଷ୍ଟିଂ ବ୍ୟବସ୍ଥା ଆଜିଠୁ ଆରମ୍ଭ ହୋଇଛି । ଲୋକ ଗୋଟିଏ ଜାଗାରେ ଗହଳି ନକରି ଏହି ହସ୍ପିଟାଲ୍‌କୁ ଯିବାକୁ ଅନୁରୋଧ କରିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ପ୍ଲେଟ୍‌ଲେଟ କମିଲେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ୨୦ ହଜାର ପର୍ଯ୍ୟନ୍ତ ପ୍ଲେଟ୍‌ଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛି । ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଡେଙ୍ଗୁ ଅଣାୟତ୍ତ। ବିଭିନ୍ନ ପ୍ରକାରର ସଚେତନତା କରାଯାଉଥିଲେ ମଧ୍ୟ ଡେଙ୍ଗୁ ଏବେ ସାରା ରାଜ୍ୟରେ ଡରାଇବାରେ ଲାଗିଛି । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.