ETV Bharat / state

କଟକ ଜିଲ୍ଲାରେ ନିୟନ୍ତ୍ରଣ ହେଉଛି ଡେଙ୍ଗୁ: CDMO

author img

By ETV Bharat Odisha Team

Published : Sep 9, 2023, 10:08 PM IST

କଟକ ଜିଲ୍ଲାରେ ନିୟନ୍ତ୍ରଣ ହେଉଛି ଡେଙ୍ଗୁ: CDMO
କଟକ ଜିଲ୍ଲାରେ ନିୟନ୍ତ୍ରଣ ହେଉଛି ଡେଙ୍ଗୁ: CDMO

କଟକରେ ଆୟତ୍ତ ହେଉଛି ଡେଙ୍ଗୁ, ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ବର୍ତ୍ତମାନ କଟକ ସହର ଓ ଜିଲ୍ଲାକୁ ମିଶାଇ ପାଖାପାଖି ୪୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

କଟକ ଜିଲ୍ଲାରେ ନିୟନ୍ତ୍ରଣ ହେଉଛି ଡେଙ୍ଗୁ: CDMO

କଟକ: କଟକରେ ଆୟତ୍ତ ହେଉଛି ଡେଙ୍ଗୁ। ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି ଡେଙ୍ଗୁ। ବର୍ତ୍ତମାନ କଟକ ସହର ଓ ଜିଲ୍ଲାକୁ ମିଶାଇ ପାଖାପାଖି ୪୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହାରି ଭିତରେ ଆଉ ରୋଗୀ ଚିହ୍ନଟ ହେଉନାହାନ୍ତି । କିନ୍ତୁ ପିକ ସମୟ ରହିଥିବାରୁ ଲୋକମାନେ ସଚେତନତା ଯୋଗୁ ବର୍ତ୍ତମାନ ଡେଙ୍ଗୁଉପରେ ନିୟନ୍ତ୍ରଣ ଆସୁଛି ବୋଲି କହିଛନ୍ତି କଟକ ସିଡିଏମଓ ମକରନ୍ଦ ବେଉରା ।

ତେବେ ସାରା ରାଜ୍ୟରେ ଏବେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ। ଡେଙ୍ଗୁ ରୋଗ ବିଶେଷ ଭାବରେ କଟକ ସହରର ସିଡିଏ ସେକ୍ଟର ନମ୍ବର୍ ୧୦ ଓ ୧୧ ଅଞ୍ଚଳରେ ଅଧିକ କାୟା ବିସ୍ତାର କରିଥିଲା । କଟକ ମହାନଗର ନିଗମର ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ନ କରାଯିବା ଯୋଗୁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ସିଡିଏମଓଙ୍କ କହିବା ଅନୁସାରେ ପରିମଳ ସେବା ଡୋର ଟୁ ଡୋର କ୍ୟାମ୍ପେନ ଜାରି ରଖିଛି । ତେବେ ଏଯାବତ କଟକରେ ଡେଙ୍ଗୁରେ ମୃତ୍ୟୁ ଶୂନ୍ୟ ରହିଛି । କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ପାର କରିଥିଲା ବେଳେ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ରହିଛି । ଗୋଟିଏ ପଟେ ସିଏମସି ସଜାଗ ରହିବା ସହ ଡେଙ୍ଗୁ ମୁକାବିଲା ଦିଗରେ ଜୋରଦାର ପ୍ରୟାସ ଜାରି ରଖିଛି କଟକ ଜିଲା ସ୍ୱାସ୍ଥ୍ୟ ବିଭାଗ। ।

ଏହା ମଧ୍ୟ ପଢନ୍ତୁ..ମଶା କାମୁଡିଲେ କେବଳ ଡେଙ୍ଗୁ ନୁହେଁ ହୋଇପାରେ ଏହି ସାଘାଂତିକ ରୋଗ

ପୂର୍ବରୁ ସିଡିଏମଓ କହିଥିଲେ, ଏହି ଡେଙ୍ଗୁ ରୋଗ ୯୫% ଭଲ ହୋଇଯାଏ । ଅବଶିଷ୍ଟ ୫% ବିପଦ ସୃଷ୍ଟି କରିଥାଏ । ଅପରିଷ୍କାର ପାଣି, ଟିଣ ଡବା, ପୁରୁଣା ଟାୟାର ଥିବା ସ୍ଥାନରେ ପାଣି ଜମି ରହିଲେ ମଶା ବଂଶ ବୃଦ୍ଧି ପାଇଥାଏ । ତେଣୁ ଜନସାଧାରଣଙ୍କୁ ସଚେତନ କରାଯାଇ ଯେ କୌଣସି ଘର କମ୍ବା ନାଳ ନରଦମାରେ ଜମି ରହିଥିବା ଅପରିଷ୍କାର ପାଣିକୁ ନିଷ୍କାସନ କରିବା ପାଇଁ ପରାମର୍ଶ ଦିଆଯାଇଛି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଥିବା ଡ଼ାକ୍ତର ଖାନାରେ ୧୦ ଟି ଏବଂ ପ୍ରତି ବ୍ଲକରେ ଦୁଇଟି ଲେଖା ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । କଟକ ବଡ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ୭୦ଟି ବେଡ୍‌ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୂର୍ବରୁ ଜିଲା ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ...କଟକରେ ଡେଙ୍ଗୁ ବିପଦ ନାହିଁ: ମେୟର

କଟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.