ଓଡିଶା

odisha

କଟକରେ କିଡନୀ ରାକେଟ, ସ୍ୱାମୀ ସ୍ତ୍ରୀ ଅଟକ

By ETV Bharat Odisha Team

Published : Dec 20, 2023, 10:50 PM IST

Kidney Racket Busted in Cuttack: କିଡନୀ ବିକ୍ରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ସ୍ୱାମୀ ସ୍ତ୍ରୀକୁ ଅଟକ ରଖିଛି ପୋଲିସ । ଏହି କିଡନୀର ଚେର କେତେ ଦୂର ଲମ୍ବିଛି ତାହା ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

କଟକରେ କିଡନୀ ରାକେଟ ,ସ୍ୱାମୀ ସ୍ତ୍ରୀ ଅଟକ
କଟକରେ କିଡନୀ ରାକେଟ ,ସ୍ୱାମୀ ସ୍ତ୍ରୀ ଅଟକ

କଟକରେ କିଡନୀ ରାକେଟ ,ସ୍ୱାମୀ ସ୍ତ୍ରୀ ଅଟକ

କଟକ:କିଡନୀ ବିକ୍ରି ନାଁରେ ଠକେଇ ।କିଡନୀ ଦାନ କରିବା ଏବଂ କିଡନୀ ଗ୍ରହଣ କରିବା ନେଇ ରାଜ୍ୟ ସରକାର ଏକ ନିର୍ଦ୍ଧିଷ୍ଟ ନିୟମାବଳି ଧାର୍ଯ୍ୟ କରିଥିବା ବେଳେ ଏହି ସମସ୍ତ ନିୟମଗୁଡ଼ିକୁ ଖିଲାପି କରି ବେଆଇନ କିଡନୀ କାରବାର ଚାଲିଛି । ମଣିଷ କିଡ଼ନିକୁ ନେଇ ବେପାର ଚାଲିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାରେ କିଡନି ମଧ୍ୟ ବିକ୍ରି ହେଉଛି ।ଏହାର ଏକ ନିଛକ ଉଦାହରଣ କଟକ ସହରରେ ଦେଖିବାକୁ ମିଳିଛି । ମାର୍କଣ୍ଡ ନାମକ ଜଣେ ନିଜ ପତ୍ନୀଙ୍କ କିଡ଼ନି ବିକ୍ରି କରିବା କହି ଜଣେ କିଡନୀ ରୋଗୀଙ୍କୁଠାରୁ ୧୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବାଲେଶ୍ବର ବାସିନ୍ଦା ମାର୍କଣ୍ଡ ନାଥଙ୍କୁ ସ୍ଥାନୀୟ ଥାନାରେ ଅଟକ ରଖିଛି ପୋଲିସ ।ତେବେ ତଦନ୍ତ ବେଳେ କିଡନୀ ଦେବା ପାଇଁ ଟଙ୍କା ନେଇଥିବା କଥା ସ୍ବୀକାର କରିଛି ଅଭିଯୁକ୍ତ ।ଏହି ଘଟଣାରେ ଦୁଇ ଜଣକୁ ଅଟକ ରଖିଛି ପୋଲିସ ।

ସୂଚନାଯୋଗ୍ୟ କେନ୍ଦୁଝର ବାସିନ୍ଦା କୁତୁଲୁ କୁମାର ମାଝି ନିଜର ଦୁଇଟି ଯାକ କିଡନୀ ହରାଇଥିବା ବେଳେ କଟକ ଏସସିବିରେ ଭର୍ତ୍ତି ହୋଇଥିବା ଚିକିତ୍ସା ହେଉଥିଲେ ।ଏହି ସମୟରେ ବାଲେଶ୍ୱର ବାସିନ୍ଦା ମାର୍କଣ୍ଡ ନାଥଙ୍କ ନାମକ ଜଣ ବ୍ୟକ୍ତି କଟକ ଏସସିବିରେ କୁତୁଲୁଙ୍କ ସହ ସାକ୍ଷାତ ହୋଇଥିଲା । ମାର୍କଣ୍ଡ ନିଜ ପତ୍ନୀଙ୍କ କିଡନି କୁତୁଲୁକୁ ବିକ୍ରି କରିବେ ଏବଂ ଏହା ବଦଳରେ ସେ ୧୨ ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ । ହେଲେ ଗତ ମେ ମାସ ୧୨ ତାରିଖରେ ଉଭୟ ପକ୍ଷଙ୍କ ମଧ୍ୟରେ ନୋଟାରିରେ ଏକ ଚୁକ୍ତି ପତ୍ର ସ୍ବାକ୍ଷରିତ ହୋଇଥିଲା । କିନ୍ତୁ ଟଙ୍କା ନେବା ପରେ ମାର୍କଣ୍ଡ ଫେରାର ହୋଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ରଗଡ଼ି ଜେଲରେ STF ଟିମ, ଆଜିଠୁ 5ଦିନିଆ ରିମାଣ୍ଡରେ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ଏହା ମଧ୍ୟ ପଢନ୍ତୁ...ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ, କଳା ପଲସରରେ ଆସି ଝାମ୍ପିନେଲେ

ଅନ୍ୟପଟେ ଅନେକ ଖୋଜା ଖୋଜି ପରେ ମାର୍କଣ୍ଡ ରାଣୀହାଟ ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିବା ଜାଣିବାକୁ ପାଇଥିଲେ କୁତୁଲୁଙ୍କ ପରିବାର ଲୋକେ ।ପରେ ସ୍ଥାନୀୟ ସାହି ମୁରବୀଙ୍କ ସହ ଯୋଗଯୋଗ କରି ଅଭିଯୁକ୍ତ ଏବଂ ତା ସ୍ତ୍ରୀକୁ କାବୁ କରିଥିଲେ । ପରେ ଉଭୟଙ୍କୁ ପୋଲିସ ଜିମା ଦିଆଯାଇଥିଲା । ତେବେ ଏହା ପଛରେ ଏକ ବଡ ଧରଣର କିଡନୀ ରାକେର୍ଟ କାମ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ପୋଲିସ ମାର୍କଣ୍ଡ ଏବଂ ତାର ପତ୍ନୀଙ୍କ ଅଟକ ରଖି ଅଧିକ ଖୋଳତାଡ଼ ଆରମ୍ଭ କରିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details