ETV Bharat / state

ରଗଡ଼ି ଜେଲରେ STF ଟିମ, ଆଜିଠୁ 5ଦିନିଆ ରିମାଣ୍ଡରେ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

author img

By ETV Bharat Odisha Team

Published : Dec 19, 2023, 4:52 PM IST

Updated : Dec 19, 2023, 5:00 PM IST

Bukhari on 5 days remand: ଧର୍ମଶାଳାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଗିରଫ ଘଟଣାର ଖୋଲିବ ଗୁମର । ଆଜି ସନ୍ଦିଗ୍ଧ ଆତଙ୍କୀକୁ ୫ ଦିନିଆ ରିମାଣ୍ଡରେ ନେଲା ଏସଟିଏଫ ଟିମ । ଅଧିକ ପଢନ୍ତୁ

Bukhari on 5 days remand
Bukhari on 5 days remand

ରଗଡ଼ି ଜେଲରେ STF ଟିମ, ଆଜିଠୁ 5ଦିନିଆ ରିମାଣ୍ଡରେ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ଯାଜପୁର: ଧର୍ମଶାଳାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଠାବ ହେବା ଘଟଣା । ଏହି ମାମଲାରେ ଫିଟିବ ଗୁମର । କାହିଁକି ଯାଜପୁରକୁ ବାଛିଥିଲା ବୁଖାରି ? ଏହାପଛରେ କଣ ରହିଛି ରହସ୍ୟ ? ସେନେଇ ଛାନଭିନ କରିବ ଏସଟିଏଫ ଟିମ । ଆଜି (ମଙ୍ଗଳବାର) ଏସଟିଏଫ ଟିମ ରଗଡ଼ି ଜେଲରେ ପହଞ୍ଚି ବେଳେ କାଶ୍ମୀର ସନ୍ଦିଗ୍ଧ ବୁଖାରିକୁ ୫ ଦିନିଆ ରିମାଣ୍ଡରେ ନେଇଛି । ଏସଟିଏଫ ଟିମର ଆବେଦନର ଶୁଣାଣି କରି ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଆଜି ଦିନ ୧୧ଟା ସମୟରେ ବୁଖାରିକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ କାଶ୍ମୀରି ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ ଘଟଣାର ତଦନ୍ତ କରି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଜେଏମଏଫସି କୋର୍ଟରେ ହାଜର କରିଥିଲେ । ସେଠାରେ ସନ୍ଦିଗ୍ଧ ଆତଙ୍କୀ ବୁଖାରିର ଜାମିନ ନାକଚ କରିଥିଲେ କୋର୍ଟ । ତେବେ ଜାମିନ ନାକଚ ହେବା ପରେ ସନ୍ଦିଗ୍ଧ ଆତଙ୍କୀ ବୁଖାରି ରଗଡି ଜେଲରେ ବନ୍ଦୀ ରହିଛି । ସେପଟେ ବୁଖାରିର ଆଇଏସଆଇ ଲିଙ୍କ ଥିବା ଏସଟିଏଫ ଟିମ ଅନୁମାନ କରିଛି । ଏଣୁ ଘଟଣାର ଅଧିକ ତଦନ୍ତ ପାଇଁ ଗତକାଲି ଏସଟିଏଫ ଟିମ ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟରେ ରିମାଣ୍ଡରେ ଆବେଦନ କରିଥିଲେ ।

ଏହା ବି ପଢନ୍ତୁ- ଗୁଇନ୍ଦାଗିରି‌ର ଫିଟିବ ଗୁମର ପେଡ଼ି; ସନ୍ଦିଗ୍ଧ ଆତଙ୍କୀ ବୁଖାରିକୁ ୫ଦିନିଆ ରିମାଣ୍ଡରେ ନେବ STF

ଆଜି ଏସଟିଏଫ ଟିମର ଆବେଦନର ଶୁଣାଣି କରି ଚଣ୍ଡିଖୋଲ ଜେଏମସି କୋର୍ଟ ମଙ୍ଗଳବାର ଦିନ ୧୧ଟା ସମୟରେ ସନ୍ଦିଗ୍ଧ ଆତଙ୍କୀ ବୁଖାରିକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣି ପରେ ଏସଟିଏଫ ଟିମ ଅଧିକାରୀଙ୍କ ନେତୃତ୍ବରେ ୩ଟି ଗାଡ଼ିରେ ପୋଲିସ ବାହିନୀ ରଗଡି ଜେଲରେ ପହଞ୍ଚି କଡା ସୁରକ୍ଷା ବଳୟରେ ସନ୍ଦିଗ୍ଧ ଆତଙ୍କୀ ବୁଖାରିକୁ ୫ ଦିନିଆ ରିମାଣ୍ଡରେ ନେଇଛି । ପ୍ରକାଶ ଥାଉ କି ଏସଟିଏଫ ଟିମ ବୁଖାରିକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଚଣ୍ଡିଖୋଲ କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଗତକାଲି ଏସଟିଏଫ ଟିମ ଭର୍ଚ୍ଚୁଆଲ ମୋଡ ବୈଠକରେ ଦିଲ୍ଲୀର NIA ଓ IB ଅଧିକାରୀଙ୍କ ସହ ଆଲୋଚନା କରିଛି । ଆତଙ୍କୀ ସଂଗଠନ ସହ ସନ୍ଦିଗ୍ଧ ଆତଙ୍କୀ ବୁଖାରିର କଣ ରହିଛି କନେକ୍ସନ ? କିପରି ତା' ସହ ଯୋଗାଯୋଗରେ ଆସିଥିଲା ଈଶାନ ବୁଖାରି ? କାହା ଜରିଆରେ କଥା ହୋଇଥିଲା ? ସେହିପରି ISI ଏଜେଣ୍ଟ ସହ କେବେଠାରୁ ଯୋଗାଯୋଗରେ ଥିଲା ବୁଖାରି ? ମେସେଜ ଯୋଗେ ସେମାନଙ୍କୁ କେଉଁ ତଥ୍ୟ ପଠାଇଛି ? ଏଭଳି ଅନେକ ଦିଗକୁ ଦୃଷ୍ଟିରେ ରଖି ବୁଖାରିକୁ ଏସଟିଏଫ ଟିମ ପଚରାଉଚରା କରିବ ।

ଇଟିଭି ଭାରତ, ଯାଜପୁର

Last Updated :Dec 19, 2023, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.