ETV Bharat / state

ଗୁଇନ୍ଦାଗିରି‌ର ଫିଟିବ ଗୁମର ପେଡ଼ି; ସନ୍ଦିଗ୍ଧ ଆତଙ୍କୀ ବୁଖାରିକୁ ୫ଦିନିଆ ରିମାଣ୍ଡରେ ନେଲା STF

author img

By ETV Bharat Odisha Team

Published : Dec 18, 2023, 11:02 PM IST

Kashmir Terrorist: ଯାଜପୁରରୁ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ଧରାପଡ଼ିବା ଘଟଣା । ସୟଦ ଇଶାନ ବୁଖାରିକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆଜି କୋର୍ଟ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମକୁ ଅନୁମତି ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସନ୍ଦିଗ୍ଧ ଆତଙ୍କୀ ଇଶାନ୍‌କୁ ୫ ଦିନିଆ ରିମାଣ୍ଡରେ ନେଲା STF ଟିମ୍‌
ସନ୍ଦିଗ୍ଧ ଆତଙ୍କୀ ଇଶାନ୍‌କୁ ୫ ଦିନିଆ ରିମାଣ୍ଡରେ ନେଲା STF ଟିମ୍‌

ଭୁବନେଶ୍ବର: ଖୋଲିବ ଟେରର୍‌ ଫଣ୍ଡିଂର ଲିଙ୍କ୍‌ । ଗୁଇନ୍ଦାଗିରି‌ର ଫିଟିବ ଗୁମର ପେଡ଼ି । କିଭଳି ଛଦ୍ମ ବେଶରେ ଚାଳାଇଥିଲା ଗୁଇନ୍ଦାଗିରି । ଭିନ୍ନ ଭିନ୍ନ ସ୍ଥାନରୁ କିଭଳି ସଂଗ୍ରହ କରୁଥିଲା ତଥ୍ୟ । କାଶ୍ମିରରୁ ଆସି ଯାଯପୁରରେ ରହି କଣ କରୁଥିଲା ବୁଖାରି । କାହା କାହା ସଂଶ୍ପର୍ଶରେ ଆସି କିଭଳି ତଥ୍ୟ ଲିକ୍‌ କରିଛି । ସେନେଇ ରିମାଣ୍ଡରେ ପଚରାଉଚରା କରିବ ଏସ୍‌ଟିଏଫ୍‌ ଟିମ୍ । ଏନେଇ ୭ ଦିନ ବଦଳରେ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ମଙ୍ଗଳବାରରୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିବ ଏସ୍‌ଟିଏଫ୍‌ ଟିମ୍‌ ।

ଏଥିପାଇଁ ରିମାଣ୍ଡ ବେଳେ କେଉଁ ତଥ୍ୟକୁ ଆଧାର କରି ଜେରା କରାଯିବ, ସେନେଇ ଭିଡିଓ କନଫରେନ୍ସିଂରେ ସେଣ୍ଟ୍ରାଲ ଆଇବି ଓ ଏନ୍‌ଆଇଏ ଭଳି ସଂସ୍ଥାଠାରୁ କିଛି ତଥ୍ୟ ସଂଗ୍ରହ କରିଛନ୍ତି ଏସ୍‌ଟିଏଫ୍‌ ଆଇଜି । ଏନେଇ ସୋମବାର ଭର୍ଚୁଆଲ ମୋଡ୍‌ରେ ବୈଠକରେ ଦିଲ୍ଲୀର NIA ଓ IB ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ କଠୋରପନ୍ଥୀ ମୁଫ୍‌ତି ତାରିକ୍‌ ମାସୁଦ୍‌ ସହ ବୁଖାରିର କଣ ରହିଛି କନେକ୍ସନ୍ ? କିପରି ତା ସହ ଯୋଗାଯୋଗରେ ଆସିଥିଲା ଇଶାନ ବୁଖାରି ? କେଉ କେଉଁ ବ୍ୟବଧାନରେ କେଉଁ ଜରିଆରେ କଥା ହୋଇଥିଲା ତା ସହ ? ସେନେଇ ତାରିକ ମାସୁଦ୍‌ ସହ ଥିବା ବୁଖାରି କନେକ୍ସନ୍‌ର କିଛି ପ୍ରମାଣ ସହ ତାକୁ ପଚରାଉଚରା କରାଯିବ । ସେହିପରି ISI ଏଜେଣ୍ଟ ସହ କେବେଠାରୁ ଯୋଗାଯୋଗରେ ଥିଲା ବୁଖାରି, ମେସେଜ୍‌ ଯୋଗେ ସେମାନଙ୍କୁ କେଉଁ ତଥ୍ୟ ପଠାଇଛି, ISI ଏଜେଣ୍ଟଙ୍କ ଏଠାରେ କେହି ତା ସହ ଯୋଗାଯୋଗ ଅଛନ୍ତି କି, ଆଇବି ପାଖରେ ଥିବା ତଥ୍ୟ ଆଧାରରେ ଯେଉଁ ମାନଙ୍କ ସହ ସେ ନିତିଦିନ ଯୋଗାଯୋଗରେ ଥିଲା, ସେମାନେ କିଏ ? ଏସ୍‌ଟିଏଫ୍‌ ଫଟୋ ଦେଖାଇ ସେମାନଙ୍କୁ ଚିହ୍ନଟ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ STF, ଆଜି କୋର୍ଟରେ କରିବ ଆବେଦନ

ଏଥିସହ ଟେରର୍‌ ଫଣ୍ଡିଂର ମଧ୍ୟ ତଥ୍ୟ କାଢ଼ିବ ଏସ୍‌ଟିଏଫ୍‌ । ଏନେଇ ଫାଇନାନ୍ସିଆଲ୍‌ ଇଣ୍ଟେଲିଜେନ୍ସ ୟୁନିଟ୍‌ର ତଥ୍ୟ ଆଧାରରେ ମିଳିଥିବା ୬ଟି ଆକାଉଣ୍ଟରୁ କିଛି ସନ୍ଦେହଜନକ ଟ୍ରାନ୍‌ଜାକ୍ସନର ତଥ୍ୟ ଖୋଜିବ ଏସ୍‌ଟିଏଫ୍‌ । ଏନେଇ କାହା କାହାଠୁ ଟଙ୍କା ଆଣିଛି, ଏହିସବୁ ଟଙ୍କାର ସୋର୍ସ୍‌ କଣ, କାହିଁକି ଏସବୁ ଟଙ୍କା ଆସିଛି, ଦେଶ ବାହାରୁ କେତେ ଟଙ୍କା ପାଇଛି, ଏବଂ କେଉଁମାନେ ଟଙ୍କା ପଠାଇଛନ୍ତି ସେସବୁ ଉପରେ ତନାଘନା କରିବ ଏସ୍‌ଟିଏଫ୍‌ । ଏହାସହ ଆର୍ମସ ଓ ସେଭଳି କିଛି ପଦାର୍ଥ କାରବାର ନେଇ ମଧ୍ୟ କିଛି ପଚରାଉଚରା କରାଯାଇପାରେ । ୫ ଦିନ ରିମାଣ୍ଡର ପ୍ରାରମ୍ଭିକ ତଥ୍ୟରୁ NIA ଓ IBର ଟିମ୍‌ ସେନେଇ ଅଧିକ ପଚରାଉଚରା ପାଇଁ ପ୍ରସ୍ତୁତ ହୋଇ ଆସିବେ ଓଡ଼ିଶା । ଏନେଇ ୫ ଦିନ ରିମାଣ୍ଡବେଳେ ଏସ୍‌ଟିଏଫ୍‌ ଜାତୀୟ ସୁରକ୍ଷା ଏଜେନ୍ସି ଠାରୁ ପାଇଥିବା ତଥ୍ୟ ଆଧାରରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ସେପଟେ ତାର ରଗଡ଼ି ଜେଲରୁ ଅନ୍ୟ କୌଣସି ଜେଲ୍‌ ତଥା ଚୌଦ୍ବାର ବା ଝାରପଡ଼ା ଜେଲକୁ ସ୍ଥାନାନ୍ତର ନେଇ ମଧ୍ୟ ବିଚାର ବିମର୍ଶ ଚାଲିଛି । କାରଣ ବୁଖାରି ପାଇଁ ସୁରକ୍ଷା ମଧ୍ୟ ଏକ ବଡ଼ ବିଷୟ । ଅନ୍ୟପଟେ ସେ ଏସ୍‌ଟିଏଫ୍‌ ପାଖରେ ରହିଲେ ତଦନ୍ତ ପାଇଁ ମଧ୍ୟ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ସିନିୟର୍ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.