ETV Bharat / state

ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ, କଳା ପଲସରରେ ଆସି ଝାମ୍ପିନେଲେ

author img

By ETV Bharat Odisha Team

Published : Dec 18, 2023, 10:57 PM IST

5 years old girl abducted in Deogarh
5 years old girl abducted in Deogarh

5 years old girl abducted in Deogarh: ଦେବଗଡ଼ରେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ ଅଭିଯୋଗ । ଟ୍ୟୁସନରେ ଫେରୁଥିବା ସମୟରେ ଝାମ୍ପିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ, କଳା ପଲସରରେ ଆସି ଝାମ୍ପିନେଲେ

ଦେବଗଡ଼: ଜିଲ୍ଲାରେ ଜଣେ ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ ଅଭିଯୋଗ । ଆଈ କୋଳରୁ ନାତୁଣୀକୁ ଝାମ୍ପିନେଲେ ଦୁର୍ବୃତ୍ତ । ଆଜି (ସୋମବାର) ସନ୍ଧ୍ୟା ସମୟରେ କୁନି ଶିଶୁଟି ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ପରିବାର ବର୍ଗଙ୍କ ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଶିଶୁକୁ ଉଦ୍ଧାର କରାଯିବ ବୋଲି କହିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ସହରର ଜଣେ ପ୍ରତିଷ୍ଠିତ କପଡା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ପାଞ୍ଚ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପରହଣ ହୋଇଛି । ଆଜି ସନ୍ଧ୍ୟା ସାଢ଼େ ୬ଟା ସମୟରେ ଟିୟୁସନ ସାରି ନିଜ ଆଈ ସହିତ ସହର ମୁଖ୍ୟ ବଜାରରେ ଥିବା ଘରକୁ ଫେରୁଥିଲା । ଠିକି ଏହି ସମୟରେ କଳା ରଙ୍ଗର ପଲସର ବାଇକରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ । ଆଉ ଘର ସାମ୍ନାରେ ପିହୁର ଆଈ ତଥା ବୃଦ୍ଧାଙ୍କୁ ଧକ୍କା ଦେଇ ପିହୁକୁ ଅପହରଣ କରି ନେଇଥିଲେ । ଅପହରଣ ସମୟରେ ଆଈର ଚିତ୍କାର ଶୁଣି ଆଖପାଖ ଲୋକ ଘଟଣା ସ୍ଥଳକୁ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ସେଠାରୁ ଫେରାର ହୋଇ ଯାଇଥିଲେ ।

ଏହା ବି ପଢନ୍ତୁ- ଚେନ୍ନାଇ ରେଳ ଷ୍ଟେସନରୁ ଶିଶୁକୁ ଅପହରଣ, 3 ଘଣ୍ଟା ମଧ୍ୟରେ ଉଦ୍ଧାର କଲା ରେଲଓ୍ବେ ପୋଲିସ

ଏ ସଂକ୍ରାନ୍ତରେ ଅପହୃତା ପିହୁଙ୍କ ପିତା ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇ ଯାଇଛି । ଦେବଗଡ଼ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲା ବାହାରକୁ ଯାଇଥିବା ସମସ୍ତ ରାଜପଥକୁ ସିଲ କରି ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ଅପହୃତା ଶିଶୁ ଜଣକ ଦେବଗଡ଼ ଚିନ୍ମୟ ବିଦ୍ୟାଳୟର ଏଲକେଜି ଶ୍ରେଣୀର ଛାତ୍ରୀ । ଏହି ଶିଶୁ ଅପହରଣର ସଠିକ କାରଣ କିଛି ଜଣା ପଡ଼ିନାହିଁ ।

ତେବେ ଅପହୃତା ଶିଶୁ ପିହୁ ଅଗ୍ରୱାଲଙ୍କ ପିତା ଆଲୋକ ଅଗ୍ରୱାଲ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାରୁ ବ୍ୟବସାୟିକ ଶତ୍ରୁତା କିମ୍ବା ଦାଦାବଟି ଅସୁଲି ଉଦ୍ଦେଶ୍ୟରେ ଏହି ଅପହରଣ କରାଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.