ETV Bharat / bharat

ଚେନ୍ନାଇ ରେଳ ଷ୍ଟେସନରୁ ଶିଶୁକୁ ଅପହରଣ, 3 ଘଣ୍ଟା ମଧ୍ୟରେ ଉଦ୍ଧାର କଲା ରେଲଓ୍ବେ ପୋଲିସ

author img

By ETV Bharat Odisha Team

Published : Oct 17, 2023, 10:09 AM IST

ଓଡିଶା ଶିଶୁକୁ ଚେନ୍ନାଇ ରେଳ ଷ୍ଟେସନରୁ ଅପହରଣ କରିନେଇଥିଲେ ଝାଡ଼ଖଣ୍ଡ ଦମ୍ପତି । 3 ଘଣ୍ଟା ଭିତରେ ଉଦ୍ଧାର କଲା ପୋଲିସ । ଅଧିକ ପଢ଼ନ୍ତୁ

GRP rescue one year old child
GRP rescue one year old child

ଚେନ୍ନାଇ: ଚେନ୍ନାଇ ରେଳ ଷ୍ଟେସନରୁ ନିଖୋଜ ହୋଇଗଲା ଓଡ଼ିଆ ଶିଶୁ । ନିଖୋଜ ହେବାର ତିନି ଘଣ୍ଟା ମଧ୍ୟରେ ବର୍ଷକର ଶିଶୁକୁ ଉଦ୍ଧାର କଲା ଚେନ୍ନାଇ ରେଳବାଇ ପୋଲିସ । ଝାଡ଼ଖଣ୍ଡର ଦମ୍ପତି ଶିଶୁଟିକୁ ଅପହରଣକରି ନେଇଥିଲେ । ଚେନ୍ନାଇର କୁନ୍ଦ୍ରାଥୁରରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା ।

ଘଟଣାଟି ଥିଲା ଏମିତି: ଓଡ଼ିଶା କନ୍ଧମାଳ ଜିଲ୍ଲାର ଦମ୍ପତି ନନ୍ଦିନୀ ଓ ଲଙ୍ଗେଶ୍ବର । ସେମାନଙ୍କ ଏକ ବର୍ଷକର ଶିଶୁପୁତ୍ର ମଧ୍ୟ ରହିଛି । ତିରୁପତିରେ ଉଭୟ କାମ କରନ୍ତି । ସୋମବାର ସନ୍ଦିନୀ ତାଙ୍କପୁଅକୁ ଧରି ଓଡ଼ିଶା ଯିବା ପାଇଁ ଚେନ୍ନାଇ ରେଲଓ୍ବେ ଷ୍ଟେସନରେ ପହଞ୍ଚିଥିଲେ । ପ୍ଲାଟଫର୍ମ ନମ୍ବର 8ରେ ନନ୍ଦିନୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ସେମାନଙ୍କ ପାଖରେ ବସିଥିବା ଅନ୍ୟ ଜଣେ ଦମ୍ପତି ନନ୍ଦିନୀଙ୍କ ସହ କଥା ହୋଇଥିଲେ । ସେମାନେ ଝାଡଖଣ୍ଡର ହୋଇଥିବା ବେଳେ ଓଡ଼ିଶା ଯାଉଥିବା କଥା କହିଥିଲେ ।

ଏହାପରେ ନନ୍ଦୀନି ଟଏଲେଟ ଯିବା ବେଳେ ପୁଅକୁ ଦମ୍ପତିଙ୍କ ପାଖରେ ଛାଡ଼ି ପଳାଇଥିଲେ । କିଛି ସମୟ ପରେ ଫେରି ଦେଖିଥିଲେ ଯେ, ତାଙ୍କ ପୁଅ ଓ ସେ ଦମ୍ପତି ଷ୍ଟେସନରେ ନାହାନ୍ତି । ଏହାପରେ ତାଙ୍କର ଏକ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ନେଇ କେନ୍ଦ୍ରୀୟ ରେଳ ଷ୍ଟେସନ ପୋଲିସ ନିକଟରେ ସେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅପହରଣ ହୋଇଥିବା ଯୁବକର ମିଳିଲା ରକ୍ତାକ୍ତ ମୃତଦେହ, ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ

ରାତି 2ଟା 45ମିନିଟ ସମୟରେ ଶିଶୁଟି ରେଲଓ୍ବେ ଷ୍ଟେସନରୁ ନିଖୋଜ ହୋଇଯାଇଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସମୟରେ ଶିଶୁଟିକୁ ଏକ ଦମ୍ପତି ଅଟୋରେ ବସାଇ ନେଇଯାଉଥିବା ଦେଖିବାକୁ ପାଇଥିଲେ । ପରେ ଅଟୋ ରେଜିଷ୍ଟ୍ରେସନ ନମ୍ବର ଆଧାରରେ ଅଟୋ ଡ୍ରାଇଭରକୁ ଧରାଯାଇ ପଚରାଉଚରା କରାଯାଇଥିଲା । ଡ୍ରାଇଭରର କହିବା ମୁତାବକ ସେ, ଦମ୍ପତିଙ୍କୁ ମଦୁରଭାୟାଲ ଅଞ୍ଚଳରେ ଛାଡ଼ି ଦେଇଛନ୍ତି । ଏହା ପରେ ରେଲଓ୍ବେ ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି ତଦନ୍ତକୁ ଜୋରଦାର କରିଥିଲା। ଶିଶୁକୁ ଉଦ୍ଧାର କରିବା ପାଇଁ କେନ୍ଦ୍ରୀୟ ରେଳ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା ।

ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଦମ୍ପତି ପିଲାଟିକୁ ନିଜ ଘରେ କୁନ୍ଦ୍ରାଥୁରରେ ରଖିଥିଲେ, ରେଲୱେ ସ୍ପେଶାଲ ପୋଲିସ ଫୋର୍ସ କୁନ୍ଦ୍ରାଥୁର ଯାଇ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସେମାନେ ଶିଶୁକୁ ଅପହରଣ କରିଥିବା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଶିଶୁ ଚାଲାଣରେ ସମ୍ପୃକ୍ତ ଏହି ଦମ୍ପତି ହେଉଛନ୍ତି ଝାଡଖଣ୍ଡର ପ୍ରଭାସ ମଣ୍ଡଳ ଏବଂ ନବିତା । ଏମାନେ ପ୍ରକୃତରେ ସ୍ବାମୀ-ସ୍ତ୍ରୀ ନା ନାହିଁ ସେନେଇ ସନ୍ଦେହ କରୁଛି ପୋଲିସ ।

ଉଦ୍ଧାର ହୋଇଥିବା ଏକ ବର୍ଷର ଶିଶୁକୁ କେନ୍ଦ୍ରୀୟ ରେଳ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଥିଲା । ପରେ ରେଳ ଷ୍ଟେସନ ରିଜର୍ଭ ଲାଇନ ପୋଲିସ ଶିଶୁଟିକୁ ସୁରକ୍ଷିତ ଭାବେ ତାର ମାଆକୁ ହସ୍ତାନ୍ତର କରିଥିଲା । ଶିଶୁକୁ ତିନି ଘଣ୍ଟା ମଧ୍ୟରେ ଉଦ୍ଧାର କରିଥିବାରୁ ବରିଷ୍ଠ ଅଧିକାରୀମାନେ ସ୍ୱତନ୍ତ୍ର ବାହିନୀ ପୋଲିସକୁ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.