ETV Bharat / state

ଅପହରଣ ହୋଇଥିବା ଯୁବକର ମିଳିଲା ରକ୍ତାକ୍ତ ମୃତଦେହ, ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ

author img

By ETV Bharat Odisha Team

Published : Oct 9, 2023, 7:31 AM IST

ଅପହରଣ ହୋଇଥିବା ଯୁବକର ମିଳିଲା ରକ୍ତାକ୍ତ ମୃତଦେହ , ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ
ଅପହରଣ ହୋଇଥିବା ଯୁବକର ମିଳିଲା ରକ୍ତାକ୍ତ ମୃତଦେହ , ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ

ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରେ ଅପହରଣ ଯୁବକର ମିଳିଲା ମୃତଦେହ ।ରାସ୍ତା କଡରୁ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ହତ୍ୟାକରି ଦୁର୍ବୃତ୍ତମାନେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରେ ଜଣେ ଅପହୃତ ଯୁବକଙ୍କ ମିଳିଲା ମୃତଦେହ । ରାସ୍ତା କଡ଼ରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟାକରି ଦୁର୍ବୃତ୍ତମାନେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଗଞ୍ଜାମରେ ବଢ଼ିଚାଲିଛି ଅପରାଧୀଙ୍କ ଆତଙ୍କରାଜ । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ବେଧଡ଼କ ଘଟାଇ ଚାଲିଛନ୍ତି ବଡ଼ବଡ଼ ଅପରାଧ । ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଯୁବକଙ୍କ ଶେଷରେ ମୃତଦେହ ମିଳିଛି । କୋଦଳା ଥାନା ଅନ୍ତର୍ଗତ ସାତନଳ ରାସ୍ତା କଡ଼ରେ ଏକ ରକ୍ତାକ୍ତ ଅବସ୍ଥାରେ ଏହି ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ମୃତଦେହଟି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମର ଦୀପୁ ପାତ୍ର ବୋଲି ଚିହ୍ନଟ କରିଛନ୍ତି ପରିବାରବର୍ଗ । ଗତ ୬ ତାରିଖ ଅପରାହ୍ନରେ ଦୀପୁଙ୍କୁ ଅପହରଣ କରିବା ପରେ ହତ୍ୟା କରିବା ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ... କୋର୍ଟରୁ ଫେରିବା ବାଟରେ ଯୁବକଙ୍କୁ ଅପରହରଣ ଅଭିଯୋଗ; ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ

ସୂଚନା ଅନୁଯାୟୀ, ଗତ 6 ତାରିଖ ଦିନ ଅପରାହ୍ନ ସମୟରେ କେ.ଖରିଡା ଗ୍ରାମର ଦୀପୁ ପାତ୍ର ଏକ ମାମଲାରେ ନିଜ ଆଇନଜୀବୀଙ୍କ ସହିତ ଆଲୋଚନା କରିବାକୁ କୋଦଳା କୋର୍ଟକୁ ଯାଇ ଘରକୁ ଫେରୁଥିବା ସମୟରେ ଜେ.ଛଚିନା ଗ୍ରାମ ନିକଟରେ କିଛି ଦୁବୃର୍ତ୍ତ ତାଙ୍କୁ ଅପହରଣ କରି ନେଇଥିଲେ । ଏପରିକି ଦୀପୁଙ୍କୁ ଅପହରଣ କରିବା ପରେ ମାଡ଼ ମାରିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଭିଡ଼ିଓ କଲ କରି ଦେଖାଇଥିଲେ ଦୁବୃର୍ତ୍ତ । ଏହାପରେ ଦୀପୁଙ୍କ ପରିବାର ଲୋକେ ଏନେଇ କୋଦଳା ଥାନାରେ ଅଭିଯୋଗ କରିବା ସହ ଗଞ୍ଜାମ ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ରାସ୍ତାକଡରୁ ଜିଆରଏସଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ

ତେବେ ପୋଲିସ ଦୀପୁଙ୍କ ଅପହରଣ ନେଇ ତଦନ୍ତ ଜାରି ରଖିଥିବା ବେଳେ ରବିବାର ଦିନ ତାଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ସାତନଳ ଗ୍ରାମରୁ ପାଇଥିଲା । ଅପହରଣ କରିବା ପରେ ଦୁର୍ବୃତ୍ତମାନେ ଦୀପୁଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋଦଳା ମେଡିକାଲକୁ ପଠାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା, ପରକିୟା ପ୍ରୀତି ନେଲା ସ୍ବାମୀ ଜୀବନ !

ତେବେ ଗଞ୍ଜାମରେ ଅଣାୟତ୍ତ ସ୍ଥିତିକୁ ଯିବାକୁ ବସିଲାଣି ଆଇନଶୃଙ୍ଖଳା ବ୍ୟବସ୍ଥା । ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ଅପହରଣ କରି ହତ୍ୟା କରିବା ଘଟଣା ସାଧାରଣରେ ଚିନ୍ତା ପ୍ରକଟ କରିଛି । ଏଭଳି ଏକ ଘଟଣା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବି ସୃଷ୍ଟି କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.