ETV Bharat / state

ବ୍ରଜରାଜନଗରରେ ବିଜେପି ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ - Himanta Biswa Sarma in Brajrajnagar

author img

By ETV Bharat Odisha Team

Published : May 16, 2024, 11:06 PM IST

HIMANTA BISWA SARMA IN BRAJRAJNAGAR: ବିଜେପି ପକ୍ଷରୁ ବେଲପାହାଡରେ ଅନୁଷ୍ଠିତ ହେଲା ବିଜୟ ସଂକଳ୍ପ ସମାବେଶ । ଯୋଗଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବିଜେଡି ଏବଂ କଂଗ୍ରେସକୁ କଲେ କଡ଼ା ସମାଲୋଚନା । ସୁରେଶ ଏବଂ ପ୍ରଦୀପ ପୁରୋହିତଙ୍କ ପାଇଁ ମାଗିଲେ ଭୋଟ । ଅଧିକ ପଢନ୍ତୁ

ବ୍ରଜରାଜନଗରରେ ବିଜେପି ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ
ବ୍ରଜରାଜନଗରରେ ବିଜେପି ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ (ETV Bharat Odisha)

ବ୍ରଜରାଜନଗରରେ ବିଜେପି ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଝାରସୁଗୁଡ଼ା: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ହିମନ୍ତ ବିଶ୍ୱଶର୍ମା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ପକ୍ଷରୁ ବେଲପାହାଡରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବ୍ରଜରାଜନଗର ବିଜେପି ବିଧାନସଭା ପ୍ରାର୍ଥୀ ସୁରେଶ ପୂଜାରୀ ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ଭୋଟ ଅପିଲ କରିଛନ୍ତି ।

ହିମନ୍ତ ପ୍ରଥମେ ଜୟ ଜଗନ୍ନାଥ ଜୟ ନୃସିଂହନାଥରୁ ନିଜ ଅଭିଭାଷଣ ଆରମ୍ଭ କରି କଂଗ୍ରେସ ଏବଂ ବିଜେଡି ସରକାରକୁ କଡ଼ା ଟାର୍ଗେଟ କରିଛନ୍ତି । କଂଗ୍ରେସ ଏବଂ ବିଜେଡି ବହୁ ବର୍ଷ ଓଡିଶାରେ ଶାସନ କରିଥିଲେ ହେଁ କୌଣସି ବିକାଶ ନ କରି କେବଳ ଓଡିଶାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ । ତେଣୁ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହିଁ ବିକଶିତ ଭାରତ , ବିକଶିତ ଓଡିଶାର ସ୍ବପ୍ନ ପୂରଣ କରିବ ବୋଲି କହିଥିଲେ ହିମନ୍ତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲାଯିବ, 3000 ବାର୍ଦ୍ଧକ୍ୟ ଭତ୍ତା , 3100 ଧାନ ମୂଲ୍ୟ, ସୁଭଦ୍ରା ଯୋଜନାରେ ମହିଳାଙ୍କ ଲାଭ, ନିଶାମୁକ୍ତ , ଅପରାଧ ମୁକ୍ତ ରାଜ୍ୟ ଗଠନ ହେବ ତେଣୁ ଓଡିଶାବାସୀ ବିପୁଳ ପରିମାଣରେ ଭାରତୀୟ ଜନତା ପାର୍ଟିକୁ ଭୋଟ ଦିଅନ୍ତୁ ଏବଂ ସୁରେଶ ପୂଜାରୀ ଓ ପ୍ରଦୀପ ପୁରୋହିତଙ୍କୁ ବିଜୟୀ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ବଙ୍କର ମାରାଥନ ପ୍ରଚାର, ଭୋଟ ମାଗିବେ ଡ୍ରିମ ଗାର୍ଲ - BJP MARATHON CAMPAIGN

ଏହା ମଧ୍ୟ ପଢନ୍ତୁ......ରାଗିଗଲେ ରାଜୁ ! ବିଜେପି ଛାଡି ବିଜେଡିକୁ କଲେ ଆଲିଙ୍ଗନ - Rajendra Das Joins BJD

ଏହାସହ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ସହ ସାମଗ୍ରୀକ ବିକାଶ କରିବେ ବୋଲି କହିଛନ୍ତି ସୁରେଶ ପୂଜାରୀ । ବ୍ରଜରାଜନଗରରେ ରେକର୍ଡ ସଂଖ୍ୟକ ଭୋଟରେ ବିଜେପି ବିଜୟୀ ହେବା ସହ ଓଡିଶାରେ ମଧ୍ୟ ସରକାର କରିବ ବୋଲି ସୁରେଶ ପୂଜାରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସେହିପରି ୧୭ ତାରିଖରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କର କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଙ୍ଗା, ସନ୍ଧ୍ୟାରେ ସତ୍ୟବାଦୀ ଓ ପିପିଲିରେ ସଭା କରିବେ । ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସୁନ୍ଦରଗଡ ଏବଂ ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ସଭା କରିବେ । ଏହାସହ ହେମା ମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିଶୋରନଗର, ପିପିଲିରେ ରୋଡ ସୋରେ ଯୋଗ ଦେବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଆସିକାର ସାନଖେମୁଣ୍ଡି, କନ୍ଧମାଳର ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.