ETV Bharat / politics

ତଳସରା ନିର୍ବାଚନ ମଣ୍ଡଳୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନିଜ ରାଜ୍ୟର ବିକାଶର ଉଦାହରଣ ଦେଇ ବିଜେଡିକୁ କଲେ ଟାର୍ଗେଟ୍ - Campaign By Chattisgarh CM

author img

By ETV Bharat Odisha Team

Published : May 16, 2024, 11:05 PM IST

Campaign By Chattisgarh CM: ତଳସରା ନିର୍ବାଚନ ମଣ୍ଡଳୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ ପ୍ରଚାର କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ପଢନ୍ତୁ ପୁରା ଖବର ।

Campaign By Chattisgarh CM
Campaign By Chattisgarh CM (ETV Bharat Odisha)

Campaign By Chattisgarh CM (ETV Bharat Odisha)

ରାଉରକେଲା/ ତଳସରା: ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ତଳସରାରେ ଗର୍ଜିଲେ ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ସୁନ୍ଦରଗଡ଼ ଲୋକସଭା ଅଧୀନସ୍ଥ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାରର ଶେଷ ଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଏବଂ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ଭୋଇଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏନେଇ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିଧାୟକ ପ୍ରାର୍ଥୀ ଭବନି ଶଙ୍କର ଭୋଇ ସହ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଆୟୋଜିତ ନିର୍ବାଚନ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ।

ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ପ୍ରଗତି ହେବ ବୋଲି ସିଧାସଳଖ ଓଡିଶା ସରକାରକୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ସେ କହିଛନ୍ତି, "ଓଡ଼ିଶାର ପ୍ରଗତି ହୋଇପାରୁନାହିଁ । ଏଠାରେ ଡବଲ ଇଞ୍ଜିନ ସରକାର ଦରକାର । ବର୍ତ୍ତମାନ ଯେଉଁଠି ଛତିଶଗଡ଼ରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଛି । ହେଲେ ଓଡି଼ଶାରେ ସମ୍ପୂର୍ଣ୍ଣ ଫେଲ ସମସ୍ତ ଯୋଜନା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଉନ୍ନତି କାର୍ଯ୍ୟ ସମ୍ପୂର୍ଣ୍ଣ ଫେଲ ମାରିଛି । ବର୍ତ୍ତମାନ ଓଡ଼ିଶାରେ ନିଶ୍ଚିତ ବିଜେପି ସରକାର ଦରକାର । ବିଜେପି ସରକାର ହେବାର 3 ମାସ ମଧ୍ୟରେ ଛତିଶଗଡ଼ରେ ୧୮ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଇଛି ।"

ଏହା ବି ପଢନ୍ତୁ...ପ୍ରଚାରରେ କମ୍ପୁଛି ପିପିଲି-ସତ୍ୟବାଦୀ, ମୈଦାନରେ ହେଭିୱେଟ ଲଢେଇ ଦେଖିବେ ଜନତା - Odisha Assembly Election 2024

"ପ୍ରିୟ କିଷାନ ଭାଇ ମାନଙ୍କୁ 12 ଲକ୍ଷ 37 ହଜାର 16 କୋଟି ଟଙ୍କାର ବୋନସ ରାଶି ସହାୟତା ଦିଆଯାଇଛି । 24 ଲକ୍ଷ 72 ହଜାର କିଷାନଙ୍କ ଧାନ କ୍ରୟ କରାଯାଇଛି । 70 ଲକ୍ଷରୁ ଅଧିକ ମହିଳାଙ୍କୁ ମାସିକ 1 ହଜାର ଟଙ୍କା ଲେଖାଏଁ ଭତ୍ତା ସହାୟତା ଦିଆଯାଇଛି । ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ କରନ୍ତୁ ଏବଂ ଓଡିଶାରେ ମଧ୍ୟ ଛତିଶଗଡ଼ ଭଳି ପ୍ରଗତି ହୋଇପାରିବ" ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଜନସାଧାରଣଙ୍କୁ କହିଛନ୍ତି । ତେବେ ତଳସରା ନିର୍ବାଚନ ମଣ୍ଡଳୀ ପ୍ରଚାର ଲାଗି ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁନ୍ଦରଗଡ଼ ଏବଂ ତଳସରା ବିଜେପି କର୍ମୀ ଓ ନେତା ମହଲରେ ବେଶ ଉତ୍ସାହ ଦେଖାଦେଇଛି। ଆସନ୍ତାକାଲି ମଧ୍ୟ ରାଜଗାଙ୍ଗପୁର ଏବଂ ବାଗଡେଗାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.