ବଲାଙ୍ଗୀର ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଜେପି ନଡ୍ଡାଙ୍କୁ କଲେ କାଉଣ୍ଟର - VK pandian Campaign in Balangir

By ETV Bharat Odisha Team

Published : May 16, 2024, 11:04 PM IST

thumbnail
Odisha Assembly Election 2024 (ETV Bharat Odisha)

Odisha Assembly Election 2024 :ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତରେ ଆସି ପାଣ୍ଡିଆନ ବିଭିନ୍ନ ଜନ ସଭାରେ ଯୋଗ ଦେଇଥିଲେ । ସଭାରେ ସେ ବିଜେପି ଉପରେ ବର୍ଷିବା ସହ ବିଜେପି କେନ୍ଦ୍ରନେତାଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି । ଏମାନେ ମିଛ କହନ୍ତି ଓ କେବଳ ନିର୍ବାଚନ ସମୟରେ ଆସି ଅପପ୍ରଚାର କରି ପଳାନ୍ତି ବୋଲି ପାଣ୍ଡିଆନ କହିଛନ୍ତି । ନିକଟରେ ପଦ୍ମପୁର ଠାରେ ବିଜେପି ଦଳ ଜାତୀୟ ସଭାପତି ଜେପି ନଡ୍ଡା ଆସି ଓଡ଼ିଶାର ବିଏସକେୱାଇ ଉପରେ ପ୍ରଶ୍ନ କରିଥିଲେ । ଏବଂ ଆୟୁଷ୍ମାନ ଯୋଜନା ତାଠୁ ଭଲ ବୋଲି କହିଥିଲେ । ପାଣ୍ଡିଆନ କାଉଣ୍ଟର କରି ଜବାବ୍ ରଖିଛନ୍ତି । ତେବେ ଆୟୁଷ୍ମାନ ଯୋଜନାରେ ଭାରତ ସରକାର ମୋଟ ସାତ ହଜାର କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛନ୍ତି । ଯେଉଁଥିରେ ଓଡ଼ିଶାର ଭାଗ ବର୍ଷକୁ 300 କୋଟି ବୋଲି ସେ କହିଥିଲେ । ସେହିପରି ଏହି ଯୋଜନାରେ ଓଡ଼ିଶାର ମାତ୍ର 40 ପ୍ରତିଶତ ପରିବାର ଉପକୃତ ହୋଇଥାନ୍ତେ । ସେହିପରି ଏଥିରେ ମାତ୍ର ପାଞ୍ଚ ଲକ୍ଷ୍ୟ ଟଙ୍କା ତାହା ପୁଣି ଇନ୍ସୁରାନ୍ସ କମ୍ପାନୀ ଜରିଆରେ ପାଇବେ । ଲୋକ ସୁବିଧା ପାଇବା ପରିବର୍ତ୍ତେ ହଇରାଣ ହୋଇଥାନ୍ତେ ବୋଲି ସେ କହିଛନ୍ତି । ଅନ୍ୟପଟେ ଓଡ଼ିଶାର ବିଏସକେୱାଇ କାର୍ଡରେ ଓଡ଼ିଶାର 90 ପ୍ରତିଶତ ପରିବାର ଲାଭ ପାଇ ମାଗଣା ଚିକିତ୍ସା ସେବା ପାଉଛନ୍ତି। ତେବେ ବିଜେପି ନେତା ମିଛ ଓ ଅପପ୍ରଚାର କରୁଛନ୍ତି ଏବଂ ଆସନ୍ତା 20 ତାରିଖରେ ଏମାନଙ୍କୁ ଉଚିତ ଜବାବ୍ ଦେବୁ ବୋଲି ପାଣ୍ଡିଆନ କହିଛନ୍ତି।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.