ETV Bharat / bharat

ମେ ୧୭ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - DAILY HOROSCOPE

author img

By ETV Bharat Odisha Team

Published : May 17, 2024, 12:01 AM IST

Horoscope Of 17th May 2024: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୧୭ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୧୭ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ETV Bharat Odisha)

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ । ଆପଣଙ୍କ ଶକ୍ତି ସ୍ତର ଉଚ୍ଚ ରହିବ କିନ୍ତୁ କାମ ପ୍ରତି ପ୍ରତିବଦ୍ଧତା କମ ରହିବ । ସେଥିପାଇଁ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ରାଗିବେ । ଭ୍ରମଣ ଏବଂ ଯାତ୍ରାର ସମ୍ଭାବନା ରହିଛି ।

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟା ଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସନୀୟ ହେବେ ଓ ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ ।

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।

କର୍କଟ: ଆଜି ଆପଣ କଠିନ ପରିଶ୍ରମ କରିବେ ଓ ଆକର୍ଷଣର କେନ୍ଦ୍ର ହେବା ପାଇଁ ଚେଷ୍ଟା କରିବେ । ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ଆପଣ ଆପଣଙ୍କ ବଜେଟ୍‌ ବଢାଇପାରନ୍ତି । ଆପଣ ତୁଣ୍ଡରେ ଲଗାମ ରଖନ୍ତୁ ଏବଂ ଅବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ: ଆଜି ଦିନରେ ଆପଣ ଦ୍ୱନ୍ଦ୍ବ ଭିତରେ ରହିପାରନ୍ତି । ସେଥିପାଇଁ ଆଜି ସକାଳୁ ଉଠି ଭଗବାନଙ୍କ ନାମ ନିଅନ୍ତୁ । ମାନସିକ ଶାନ୍ତି ପାଇଁ ଏକ ମନ୍ଦିର ଯାଆନ୍ତୁ । ନଚେତ ଅନ୍ୟ ପକ୍ଷରେ ଘରେ ହୋମ ଯଜ୍ଞର ଆୟୋଜନ କରନ୍ତୁ ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଆହୁରି ମଧ୍ୟ ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ଦେଖିବେ ।

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ । ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି । ଆପଣଙ୍କ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ ।

ବିଛା: ଆପଣଙ୍କ ସହଜ ଜ୍ଞାନ ଭାବନା ଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହ କାମ ଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ସଙ୍ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।

ଧନୁ: ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ରହିବ । ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ଅନୈତିକ କିମ୍ବା ଆଇନ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ପାଇଁ, ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା କରିବା କିମ୍ୱା ନୂଆ ସଂପର୍କ ବଢାଇବା ଏକ ଭଲ ଚିନ୍ତାଧାରା ପ୍ରମାଣିତ ହୋଇ ନପାରେ ।

ମକର: ବ୍ୟବସାୟରେ ବିସ୍ତାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଆଶା କରାଯାଏ । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ପାର୍ଟ୍‌ନର୍‌ ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଉତ୍ତମ ଶରୀର ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।

କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍‌ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । ଆପଣଙ୍କ ଉପରେ ବାକି ଥିବା କାମର ଏତେ ଚାପ ରହିବ ଯେ ଆପଣ ଚେଷ୍ଟା ଦୁଇ ଗୁଣ କରିଲେ ମଧ୍ୟ କାମ ଶେଷ ହେଉନଥିବ । ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ।

ମୀନ: ଆଜି ଆପଣଙ୍କ ଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ୱନ୍ଦ୍ବ ବିବାଦର ଆଶା କରାଯାଇପାରିବ, ଆପଣ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଇଅଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ । ଏଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.