ETV Bharat / state

ରାସ୍ତାକଡରୁ ଜିଆରଏସଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ

author img

By ETV Bharat Odisha Team

Published : Oct 5, 2023, 11:56 AM IST

ରାସ୍ତାକଡରୁ ବେଗୁନିଆପଡ଼ା ଜିଆରଏସଙ୍କ ମୃତଦେହ ଉଦ୍ଧାର କଲା ପୋଲିସ। ଅଧିକ ପଢନ୍ତୁ

Beguniapada grs dead body was recovered
Beguniapada grs dead body was recovered

Beguniapada grs dead body was recovered

ବ୍ରହ୍ମପୁର: ଅଶାନ୍ତ ହେବାରେ ଲାଗିଛି ଗଞ୍ଜାମ ଜିଲ୍ଲା । ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ପୋଲିସର ଚିନ୍ତା ବଢାଇ ଦେଇଥିବା ବେଳେ ଏବେ ରାସ୍ତା କଡରୁ ସନ୍ଦେହ ଜନକ ଅବସ୍ଥାରେ ଜିଆରଏସଙ୍କର ମୃତଦେହ ଉଦ୍ଧାର ହୋଇଛି। ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ଜିଆରଏସ ସୁଶୀଲ କୁମାର ମହାନ୍ତିଙ୍କ ମୃତଦେହ ରାସ୍ତାକଡରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ଜିଆର୍‌ଏସ୍‌ଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପଞ୍ଚାୟତରେ କାର୍ଯ୍ୟରତ ରହିଥିବା ଗ୍ରାମ୍ଯ ରୋଜଗାର ସେବକ ସୁଶୀଲଙ୍କୁ ଯଦି ହତ୍ୟା କରାଯାଇଥାଏ ତେବେ କିଏ ଓ କାହିଁକି ତାଙ୍କୁ ଏପରି ଭାବେ ହତ୍ୟା କରି ରାସ୍ତାରେ ଫୋପାଡି ଦେଇ ଚାଲିଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପୋଲିସ ବିଭାଗର ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜାମରେ ଚାଞ୍ଚଲ୍ୟ: ଜଙ୍ଗଲରୁ ନରକଙ୍କାଳ ଠାବ, ହତ୍ୟା ସନ୍ଦେହ

ସୁଶୀଲ ବାହାରକୁ ଯାଇ ମଙ୍ଗଳବାର ରାତିରେ ଘରକୁ ଫେରିନଥିଲେ । ସେହି ଦିନ ବିଳମ୍ବିତ ରାତିରେ ଏହିଭଳି ଏକ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତଦନ୍ତ ସମୟରେ ଚାଷଜମି ମଧ୍ଯରୁ ମୃତ ସୁଶୀଲଙ୍କ ଜୋତା ଠାବ କରାଯାଇଛି । ଏହି ହତ୍ୟା ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତଦନ୍ତ ଶେଷ ହେବାପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜାମ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ: ପୂର୍ବତନ ମେୟରଙ୍କ ଗାଡିକୁ ବୋମାମାଡ

ଗତ 30 ତାରିଖରେ ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ନିକଟସ୍ଥ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିଲା । ଜଙ୍ଗଲ ଭିତରେ ନରକଙ୍କାଳ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ନରକଙ୍କାଳକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲା । ଉଦ୍ଧାର ହୋଇଥିବା କଙ୍କାଳଟି ଜଣେ ଯୁବକର ବୋଲି ପୋଲିସ ଅନୁମାନ କରୁଥିଲା । ଗତ 24 ତାରିଖରେ ମହୁଲପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପଡ଼ିଆରୁ ମଧ୍ୟ ନର କଙ୍କାଳ ଠାବ ହୋଇଥିଲା । ତେବେ ନର କଙ୍କାଳଟି କୌଣସି ପୁରୁଷର ବୋଲି ପ୍ରଥମେ ଅନୁମାନ କରାଯାଇଥିଲା । କଙ୍କାଳଟି ପଦ୍ମପୁର ଗ୍ରାମର ପ୍ରତାପ ଦାସ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଥିଲା ।

ଇଟିଭି ବାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.