ETV Bharat / state

ଗଞ୍ଜାମରେ ଚାଞ୍ଚଲ୍ୟ: ଜଙ୍ଗଲରୁ ନରକଙ୍କାଳ ଠାବ, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Sep 30, 2023, 2:07 PM IST

ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ନିକଟସ୍ଥ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ନରକଙ୍କାଳଟିକୁ ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୁଣି ଗଞ୍ଜାମରୁ ନର କଙ୍କାଳ ଠାବ
ପୁଣି ଗଞ୍ଜାମରୁ ନର କଙ୍କାଳ ଠାବ


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ନିକଟସ୍ଥ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ନରକଙ୍କାଳଟିକୁ ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ନିକଟସ୍ଥ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ନରକଙ୍କାଳ ପଡିଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ନରକଙ୍କାଳକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଛି । ଉଦ୍ଧାର ହୋଇଥିବା କଙ୍କାଳଟି ଜଣେ ଯୁବକର ବୋଲି ପୋଲିସ ଅନୁମାନ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ । ତେବେ ସେହି ନର କଙ୍କାଳଟିର ବୟସ ୨୮ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ପାରାଦ୍ବୀପରେ ଚାଞ୍ଚଲ୍ୟ: କିଆବୁଦା ଭିତରୁ ନରକଙ୍କାଳ ଉଦ୍ଧାର

ଏହାସହ ପୋଲିସ ଘଟଣାସ୍ଥଳରୁ ପ୍ରମାଣ ପାଇଁ ଉଦ୍ଧାର ଯୁବକଙ୍କ ପୋଷାକର କିଛି ଅଂଶ ଓ କିଛି ମାଟି ଜବତ କରିଛି । ସେପଟେ ଘଞ୍ଚ ଜଙ୍ଗଲ ଭିତରେ ନର କଙ୍କାଳ କେଉଁଠୁ ଆସିଲା ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପ୍ରମାଣ ନଷ୍ଟ କରିବା ପାଇଁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି । ସାଇଣ୍ଟିଫିକ ଟିମର ତଦନ୍ତ ସରିବା ପରେ କେଉଁ ପରିସ୍ଥିତିରେ ଏଭଳି ଘଟଣାଟି ଘଟିଛି ତାହା ଜଣାପଡିବ ବୋଲି କୁହାଯାଉଥିବା ବେଳେ କଙ୍କାଳଟି ପ୍ରାୟ ୧୦ ଦିନ ତଳର ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ..ମହୁଲପଲ୍ଲୀ ଗାଁ ପଡ଼ିଆରୁ ନର କଙ୍କାଳ ଠାବ, ହତ୍ୟା ସନ୍ଦେହ


ସେପଟେ ଗତ ୨୪ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପଡିଆରୁ ମଧ୍ୟ ନର କଙ୍କାଳ ଠାବ ହୋଇଥିଲା । ତେବେ ନର କଙ୍କାଳଟି କୌଣସି ପୁରୁଷର ବୋଲି ପ୍ରଥମେ ଅନୁମାନ କରାଯାଇଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ଉକ୍ତ କଙ୍କାଳଟି ପଦ୍ମପୁର ଗ୍ରାମର ପ୍ରତାପ ଦାସ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଥିଲା । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହିଞ୍ଜିଳିକାଟୁ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.