ମହୁଲପଲ୍ଲୀ ଗାଁ ପଡ଼ିଆରୁ ନର କଙ୍କାଳ ଠାବ, ହତ୍ୟା ସନ୍ଦେହ

By ETV Bharat Odisha Team

Published : Sep 24, 2023, 2:27 PM IST

thumbnail

ବ୍ରହ୍ମପୁର: ହିଞ୍ଜିଳିକାଟୁରୁ ଏକ ନର କଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପଡ଼ିଆରୁ ନର କଙ୍କାଳ ଠାବ ହୋଇଛି । ତେବେ ନର କଙ୍କାଳଟି କୌଣସି ପୁରୁଷର ବୋଲି ଅନୁମାନ କରାଯାଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାସ୍ତବରେ ଏହି ନର କଙ୍କାଳଟି କାହାର ଓ କେତେ ଦିନ ଧରି ଏଠାରେ ପଡ଼ି ରହିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ପଚରାଉଚରା କରୁଛି ପୋଲିସ । ପ୍ରକାଶ ଥାଉକି, ପଦ୍ମପୁର ଗ୍ରାମର ପ୍ରତାପ ଦାସ ନାମକ ଜଣେ ଯୁବକ କିଛି ଦିନ ହେଲା ନିଖୋଜ ଥିଲେ । ନିଜ ଶଶୁର ଘର ଦୟାପଲ୍ଲୀ ଗ୍ରାମକୁ ଯାଇ ଆଉ ଘରକୁ ଫେରି ନଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଏହି କଙ୍କାଳ ମିଳିବା ପରେ ପ୍ରତାପ ଦାସଙ୍କ କଙ୍କାଳ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଏନେଇ ହିଞ୍ଜିଳି ପୋଲିସ ଏକ ଅପମୃତ୍ୟୁ ୨୪/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ସାଇଣ୍ଟିଫିକ ଟିମ୍ ପହଞ୍ଚି ମଧ୍ୟ ତଦନ୍ତ କରିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.