ETV Bharat / state

କୋର୍ଟରୁ ଫେରିବା ବାଟରେ ଯୁବକଙ୍କୁ ଅପରହରଣ ଅଭିଯୋଗ; ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ

author img

By ETV Bharat Odisha Team

Published : Oct 8, 2023, 9:56 AM IST

Updated : Oct 8, 2023, 12:53 PM IST

ଗଞ୍ଜାମରେ ଯୁବକଙ୍କୁ ଅପରହରଣ ଅଭିଯୋଗ
ଗଞ୍ଜାମରେ ଯୁବକଙ୍କୁ ଅପରହରଣ ଅଭିଯୋଗ

କୋର୍ଟରୁ ଫେରୁଥିବା ସମୟରେ ଯୁବକଙ୍କୁ ଅପହରଣ ଅଭିିଯୋଗ । ପୁଅକୁ ଫେରାଇ ଆଣିବାକୁ ଗଞ୍ଜାମ ଏସ୍‌ପିଙ୍କୁ ଗୁହାରି କଲେ ମାଆ । ଅଧିକ ପଢନ୍ତୁ

ଗଞ୍ଜାମରେ ଯୁବକଙ୍କୁ ଅପରହରଣ ଅଭିଯୋଗ

ବ୍ରହ୍ମପୁର: କୋର୍ଟରୁ ଫେରିବା ବାଟରେ ଯୁବକଙ୍କୁ ଅପହରଣ ଅଭିିଯୋଗ । ଅପହୃତ ପୁଅକୁ ଫେରାଇ ଆଣିବାକୁ ଏସପିଙ୍କୁ ଗୁହାରି କଲେ ପରିବାର ଲୋକେ । ଏଭଳି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା କେ.ଖରିଡା ଗ୍ରାମରୁ । ନିଖୋଜ ଯୁବକ ହେଲେ ଦୀପୁ ପାତ୍ର । ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପୁଅର ଖୋଜଖବର ନମିଳିବାରୁ ମାଆ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !

ସୂଚନା ଅନୁଯାୟୀ, କେ.ଖରିଡା ଗ୍ରାମର ଦୀପୁ ପାତ୍ର ଶୁକ୍ରବାର ନିଜର ଜଣେ ସାଙ୍ଗ ସହ କୋଦଳା ଥାନା ଅନ୍ତର୍ଗତ ଅତିରିକ୍ତ ଜିଲ୍ଲା ଦୌରାକୋର୍ଟକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଓକିଲଙ୍କ ସହ କଥାବର୍ତ୍ତା ହୋଇ ଘରକୁ ଫେରୁଥିଲେ । ହେଲେ ଫେରିବା ବାଟରେ ୪ରୁ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଉଠେଇ ନେଇଥିଲେ । ପରିବାର ଲୋକେ ତାଙ୍କ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ଏହାପରେ ଦୀପୁଙ୍କୁ ମାଡ଼ ମରାଯାଉଥିବାର ଏକ ଫଟୋ ତାଙ୍କର ଅନ୍ୟ ଜଣେ ସାଙ୍ଗର ମୋବାଇଲକୁ ଆସିଥିଲା । ଯାହାକୁ ନେଇ ପୁରା ପରିବାର ଚିନ୍ତାରେ ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ: 10 ମିନିଟରେ ଲୁଟିନେଲେ 6ଲକ୍ଷର ଗହଣା, ସରକାରୀ କ୍ବାଟରରେ ବୁଲେଇଲେ କଳାକନା

ଏହାପରେ ଅପହରଣର ଶିକାର ହୋଇଥିବା ଯୁବକଙ୍କ ମାଆ ଅଲେଖା ପାତ୍ର ନିଜ ସାନପୁଅକୁ ଧରି ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦୀପୁଙ୍କୁ ନିସ୍ତୁକ ମାଡ ମରା ଯାଇଥିବାର ଭିଡିଓ ଓ ଫଟୋ ମିଳିବା ସମ୍ପର୍କରେ ଏସପିଙ୍କୁ ଜଣାଇଥିଲେ । ପୁଅର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଖୋଜି ବାହାର କରିବାକୁ ମହିଳା ଏସପିଙ୍କୁ ଗୁହାରି କରିଥିଲେ ଏବଂ ଅପହରଣକାରୀମାନେ ଜେ. ଛଞ୍ଚିନା ଗ୍ରାମର ବୋଲି ତାଙ୍କ ସେ କାନ୍ଦି କାନ୍ଦି ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ମିଳିବା ପରେ ପୁରୁଷୋତ୍ତମ ଏସ୍‌ଡିପିଓ ଓ କୋଦଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଖୁବଶୀଘ୍ର ନିଖୋଜ ଯୁବକଙ୍କ ପତ୍ତା ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ପୋଲିସ କେବେ ଯୁବକଙ୍କୁ ଖୋଜି ବାହାର କରୁଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Oct 8, 2023, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.