ETV Bharat / state

ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !

author img

By ETV Bharat Odisha Team

Published : Oct 7, 2023, 6:27 PM IST

murder over property issue
ଜମିବାଡି ବିବାଦରୁ ଗଲା ଜୀବନ

ପୁରୀର ଗୋପାଳପୁର ସାହିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତୃତାକୁ କେନ୍ଦ୍ର କରି ଦାଦାକୁ ଅତି ନିର୍ମମ ଭାବେ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜମିବାଡି ବିବାଦରୁ ଗଲା ଜୀବନ

ପୁରୀ: ଜମିବାଡି ବିବାଦରୁ ଗଲା ଜୀବନ । ପୁରୀ ସଦର ଥାନା କଣ୍ଠପୁର ନିକଟ ଗୋପାଳପୁର ସାହିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ପୂର୍ବ ଶତୃତାକୁ କେନ୍ଦ୍ର କରି ଦାଦାକୁ ଅତି ନିର୍ମମ ଭାବେ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରରେ ଅତି ଅମାନୁଷିକ ଭାବରେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ମୃତକ ବୀର ବରାଳ ହୋଇଥିବାବେଳେ ଅଭିଯୁକ୍ତ ପୁତୁରା ହେଉଛି ପପୁ ବରାଳ । ପପୁକୁ ପୁରୀ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ।

ତେବେ ମୃତ ବୀର ବରାଳଙ୍କ ବୋହୂ କହିଛନ୍ତି, "ଶ୍ବଶୁର ଗତକାଲି ରାତିରେ ଘର ନିକଟରେ ଥିବା ଦୋକାନ ଘର ପାଖକୁ ଯାଇଥିଲେ । ସେଠାରେ ସେ ଶୋଇବାକୁ ଯାଇଥିବାବେଳେ ପରିବାର ଲୋକେ ମଧ୍ୟ ବାରଣ କରିଥିଲେ । ସେ ନିଶା ସେବନ କରନ୍ତି । ହେଲେ ଆଜି ସକାଳୁ ତାଙ୍କର ମୃତଦେହ ଦେଖିବାକୁ ମିଲିଥିଲା । ମୃତଦେହ ନିକଟରେ ମଦ ବୋତଲ ଆଦି ପଡିଥିବା ଦେଖିବାକୁ ମିଳିଛି ।" ତେବେ ଅଟକ ଥିବା ଅଭିଯୁକ୍ତ ପପୁ ବରାଳଙ୍କ ପରିବାର ସହ ଦାଦା ବୀର ବରାଳଙ୍କର ପୂର୍ବରୁ ଜମି ବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗାଁରେ ସଭା ମାଧ୍ୟମରେ ଏହାର ସମାଧାନ ମଧ୍ୟ ହୋଇଥିଲା । ହେଲେ ପପୁ ବରାଳ ଏହି ବିବାଦକୁ ନେଇ ଅସନ୍ତୁଷ୍ଟ ଥିଲେ । ଯାହାକୁ କେନ୍ଦ୍ର କରି ସେ ଏହି ହତ୍ୟାକାଣ୍ଡ ଘଟାଇଥାଇପାରନ୍ତି ପୋଲିସ ସନ୍ଦେହ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ମଦ ନିଶାରେ ସ୍ବାମୀର ଜୀବନ ନେଲା ସ୍ତ୍ରୀ

ଶୁକ୍ରବାର ମଧ୍ୟ ରାତିରେ ଦୋକାନ ଘରେ ବୀର ବରାଳ ଏକୁଟିଆ ଥିବାର ସୁଯୋଗ ନେଇ ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକଙ୍କ ବୋହୂ ଓ ଗ୍ରାମବାସୀ ଏନେଇ ପପୁ ବରାଳ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେପଟେ ଘଟଣାର ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛି ପୁରୀ ସଦର ଥାନା ପୋଲିସ । ଏନେଇ ପୁରୀ ସଦର ଥାନା SI ସୌମ୍ୟ ରଞ୍ଜନ ବିଶ୍ବାଳ କହିଛନ୍ତି, "ଅଭିଯୁକ୍ତକୁ ଅଟକ ରଖି ପଚରଉଚରା ଚାଲିଛି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ।" ତେବେ ଏହି ହତ୍ୟାକାଣ୍ଡ ପଛରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.