ETV Bharat / state

ମଦ ନିଶାରେ ସ୍ବାମୀର ଜୀବନ ନେଲା ସ୍ତ୍ରୀ

author img

By ETV Bharat Odisha Team

Published : Oct 7, 2023, 2:19 PM IST

wife killed husband in bargarh
wife killed husband in bargarh

ବରଗଡରେ ଜଘନ୍ୟ ହତ୍ୟାକାଣ୍ଡ । ମଦ ନିଶାରେ ମାତାଲ ହୋଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଅଧିକ ପଢନ୍ତୁ

wife killed husband in bargarh

ବରଗଡ: ମଦ ନିଶାରେ ମାତାଲ ହୋଇ ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ । ମଦ ପିଇ ନିଶା ଚଢିବା ପରେ ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ନିଶାସକ୍ତ ଅବସ୍ଥାରେ ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ । ଏଭଳି ହତ୍ୟାକାଣ୍ଡ ଘଟିଛି ବରଗଡ଼ ସହର ସ୍ଥିତ 16 ନମ୍ବର ୱାର୍ଡ଼ ଡେମ କଲୋନୀ ଠାରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି 55 ବର୍ଷୀୟ ବୁଲୁ ବାରିକ ।

ଏହା ମଧ୍ୟ ପଢନ୍ତୁ-ସ୍ବାମୀ ସାଜିଲା ସଇତାନ, ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା

ବରଗଡ଼ ଡେମ କଲୋନୀ ଠାରେ ବୁଲୁ ବାରିକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହାପରେ ଘଟଣାସ୍ଥଳର ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରି ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଜ୍ୟୋତି ବାରିକଙ୍କୁ ପଚରାଉଚୁରା କରିଥିଲା ପୋଲିସ । ମୃତକଙ୍କ ସ୍ତ୍ରୀ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଶୋଇ ପଡିଥିଲେ । ମାତ୍ର ହତ୍ୟା ବିଷୟରେ ସେ କିଛି ଜାଣିନଥିବା ପୋଲିସକୁ ମହିଳା ଜଣକ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଯୌତୁକ ଜୁଇରେ ଜଳିଗଲେ ମହିଳା, ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ତେବେ ଅଧିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ସମୟରେ ସ୍ତ୍ରୀର ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ନେଇ ପୋଲିସ ସନ୍ଦେହ କରି ଜ୍ୟୋତି ବାରିକକୁ ଅଟକ ରଖି ଜେରା କରାଯାଇଥିଲା । ପରେ ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ସ୍ୱାମୀକୁ ମାଡ଼ ମାରିଥିବା ଜଣାଇଥିଲେ । ମାଡରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ଏବଂ ମହିଳା ଜଣଙ୍କୁ ଗିରଫ କରିଛି । ବୁଲୁ ବାରିକ ପ୍ରଥମେ ଜ୍ୟୋତିଙ୍କୁ ଆକ୍ରମଣ କରିଥିବା ସେ ପୋଲିସକୁ କହିଥିଲେ । ବୁଲୁର ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ଗତ ସେପ୍ଟେମ୍ବର ମାସରେ ମୟୂରଭଞ୍ଜରେ ସ୍ତ୍ରୀକୁ ତାର ସ୍ବାମୀ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଅନ୍ୟ ଏକ ଝିଅର ପ୍ରେମରେ ପଡି ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ ଏହି ଘଟଣା ଘଟିଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.