ETV Bharat / state

10 ମିନିଟରେ ଲୁଟିନେଲେ 6ଲକ୍ଷର ଗହଣା, ସରକାରୀ କ୍ବାଟରରେ ବୁଲେଇଲେ କଳାକନା

author img

By ETV Bharat Odisha Team

Published : Oct 7, 2023, 9:53 AM IST

Updated : Oct 7, 2023, 10:44 AM IST

ନୟାପଲ୍ଲୀ ଥାନା ୟୁନିଟ 8 ଅଞ୍ଚଳରେ ଏକ ସରକାରୀ କ୍ବାଟରରେ ଚୋରି । 10 ମିନିଟରେ ଲୁଟି ନେଲେ 6 ଲକ୍ଷ ଟଙ୍କାର ଗହଣା । ଅଧିକ ପଢନ୍ତୁ

10ମିନିଟର ଲୁଟିନେଲେ 6ଲକ୍ଷର ଗହଣା
10ମିନିଟର ଲୁଟିନେଲେ 6ଲକ୍ଷର ଗହଣା

10ମିନିଟର ଲୁଟିନେଲେ 6ଲକ୍ଷର ଗହଣା

ଭୁବନେଶ୍ବର: 10 ମିନିଟର ଲୁଟିନେଲେ 6ଲକ୍ଷ ଟଙ୍କାର ଗହଣା । ସରକାରୀ କ୍ବାଟରରେ କଳାକନା ବୁଲେଇଲେ ଦୁର୍ବୃତ୍ତ । କବାଟ ଭାଙ୍ଗି ଲକର ତାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଗହଣା । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରର ନୟାପଲ୍ଲୀ ଥାନା ୟୁନିଟ 8 ଅଞ୍ଚଳର ଏକ ସରକାରୀ କ୍ବାଟରରେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ସୁଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ 9ଟା 15ମିନିଟ ସମୟରେ ସବୁଦିନ‌ ପରି ନିଜ ଝିଅକୁ ସ୍କୁଲକୁ ଛାଡିବାକୁ ଯାଇଥିଲେ ବସନ୍ତ କୁମାର ସେନାପତି । ଝିଅକୁ ଛାଡି 10ମିନିଟ ପରେ ଆସି ଦେଖିଲା ବେଳକୁ ଘରର ଭିତରୁ ପଟୁ ଲକ୍ ହୋଇଥିଲା । ଘରେ କେହି ଥିବା ସନ୍ଦେହ କରି ଝରକା ପଟେ ଦେଖିଲା ବେଳକୁ ଘରର ପଛ କବାଟ ଖୋଲାଥିଲା । ପରେ ଜଣେ ପଡୋଶୀଙ୍କ ଘର ପଟେ କ୍ବାଟର ପଛକୁ ଯାଇ ଘର ଭିତରକୁ ପଶିବା ପରେ ଘରେ କଳାକନା ବୁଲି ଯାଇଥିବା ଦେଖିବାକୁ ପାଇଥିଲେ । ଦୁର୍ବୁତ୍ତମାନେ ତାଙ୍କ ଅନୁପସ୍ଥିତିରେ ଘରେ ପଶି ଲକର ତାଡି 6ଲକ୍ଷ ଟଙ୍କାର ଗହଣା ଓ କିଛି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ କରିଛନ୍ତି ବସନ୍ତ ।

ଏନେଇ ଖବର ପାଇ ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରି ହୋଇଥିବା ସ୍ଥାନ ସହ ବିଭିନ୍ନ ସ୍ଥାନରୁ ଚୋରଙ୍କ ପତ୍ତା ଲଗାଇବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ତେବେ ଚୋରମାନେ ସେହି ପାଖ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଆଭିଯୋଗକାରୀଙ୍କ ଉପରେ କଡା ନଜର ରଖିଥିବା ପୋଲିସ ସନ୍ଦେହ କରିଛି । ତେବେ ତୁରନ୍ତ ଦୁର୍ବୃତ୍ତମାନଙ୍କୁ ପୋଲିସ ଗିରଫ କରିବ ବୋଲି ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ...ଚୋର ଗ୍ୟାଙ୍ଗକୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ

ସେପଟେ କମିଶନରେଟ ପୋଲିସ କହିଛି ଯେ, ପାର୍ବଣ ସମୟରେ ଚୋରଙ୍କ ପାର୍ଦୁଭାବ ବୃଦ୍ଧି ପାଇଥାଏ । ସରକାରୀ କ୍ବାଟରରୁ ଚୋରି କରିବା ଚୋରଙ୍କ ପାଇଁ ସହଜ ହୋଇଥାଏ । ଘରେ ନଥିବା ସମୟରେ ସ୍ବତନ୍ତ୍ର ଧ୍ୟାନ ରଖନ୍ତୁ । ସିସିଟିଭି କିମ୍ବା ପଡୋଶୀଙ୍କ ଜରିଆରେ ଘର ଉପରେ ନଜର‌ ରଖନ୍ତୁ । ଆବଶ୍ୟକ ପଡିଲେ ପୋଲିସର ସହାୟତା ନିଅନ୍ତୁ । କାରଣ ଆପଣଙ୍କ ଜନଜୀବନ ସୁରକ୍ଷା ଆପଣଙ୍କ ସଚେତନତା ଉପରେ ନିର୍ଭର କରୁଛି । ଅନ୍ୟପଟେ ପୋଲିସ ପେଶାଦାର ଅପରାଧି ଏବଂ ଦୁର୍ବୁତ୍ତଙ୍କ ଉପରେ ପାଟ୍ରୋଲିଂ ଓ କ୍ରାଇମ୍ କ୍ରିମିନାଲ ଟ୍ରାକିଂ ଜରିଆରେ ନଜର ରଖୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 7, 2023, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.