ETV Bharat / state

ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା, ପରକିୟା ପ୍ରୀତି ନେଲା ସ୍ବାମୀ ଜୀବନ !

author img

By ETV Bharat Odisha Team

Published : Oct 5, 2023, 8:09 PM IST

ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବାଳି ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା । ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା
ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା

ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା

କଟକ: ପରକୀୟା ପ୍ରୀତିକୁ ନେଇ ସ୍ବାମୀକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହେଲା ସ୍ତ୍ରୀ । ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବାଳି ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଏପରି ହତ୍ୟା କରାଯାଇଥିବା ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଆଠଗଡ଼ ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ବାଳି ଗାଁର ମୋହନ ନାଏକ ଗତକାଲି (ବୁଧବାର) ରାତିରେ ଗାଁ କୋଠ ଘରେ ଶୋଇଥିଲେ । ଏହି ସମୟରେ କେହି ତାଙ୍କୁ ପଥରେ ଅତି ନିର୍ମମ ଭାବେ ଛେଚି ହତ୍ୟା କରିଥିଲା । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଗୁରୁଡ଼ିଝାଟିଆ ପୋଲିସ ସହ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଘଟଣାର ଖୁବଶୀଘ୍ର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତକୁ ଗିରଫ କରିବେ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ।

ତେବେ ମୃତକ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସ୍ବାମୀ ମୋହନ ଏକ ବିଧବା ମହିଳାଙ୍କ ସମ୍ପର୍କ ଥିଲା । ଏପରିକି ଅନେକ ବାର ମନା କରିଥିଲେ ମଧ୍ୟ ଖାତିର କରିନଥିଲେ ମୋହନ । ତେବେ ଗତକାଲି ବିଳମ୍ବିତ ରାତିରେ ବାହାରେ ଥିବା ବେଳେ ଘରକୁ ଆଉ ଆସି ନଥିଲେ । ଖୋଜାଖୋଜି କରିବା ପରେ ଆଜି ସକାଳୁ କୋଠ ଘର ବାରେଣ୍ଡାରେ ମୋହନଙ୍କ ମୃତ ଶରୀର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚିବା ପରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର, କାରଣ ଅସ୍ପଷ୍ଟ

କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି ଦେବଦତ୍ତ ବରାଳ କହିଛନ୍ତି, ‘‘ଗାଁର କୋଠଘରେ 37 ବର୍ଷୀୟ ମୋହନ ମାଝିଙ୍କ ମୃତଦେହ ଗ୍ରାମବାସୀ ଦେଖି ସୂଚନା ଦେଇଥିଲେ । ସୂଚନା ପାଇ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛୁ । ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି । ଘଟଣାର ଖୁବଶୀଘ୍ର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତକୁ ଗିରଫ କରାଯିବ ।’’

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.