ଓଡିଶା

odisha

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ, 11ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି

By ETV Bharat Odisha Team

Published : Jan 15, 2024, 10:16 PM IST

Updated : Jan 15, 2024, 10:50 PM IST

Dhanu Yatra 2024 inaugurated: ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ । ଆସନ୍ତା 11 ଦିନ ପାଇଁ ବରଗଡ଼ରେ ଚାଲିବ ମହାରାଜା କଂସଙ୍କ ରାଜୁତି। ଅଧିକ ପଢନ୍ତୁ

Dhanu Yatra 2024
Dhanu Yatra 2024 inaugurated

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦଘାଟନ କଲେ ସାଂସଦ ସୁରେଶ ପୂଜାରି
ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ, 11ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି

ବରଗଡ଼:ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆଜି (ସୋମବାର) ଉଦଘାଟିତ ହୋଇଛି । ବରଗଡ ସାଂସଦ ସୁରେଶ ପୂଜାରି ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି । ଆଜିଠୁ ଆସନ୍ତା 11 ଦିନ ପର୍ଯ୍ୟନ୍ତ ବରଗଡ଼ରେ ଚାଲିବ ମହାରାଜା କଂସଙ୍କ ରାଜୁତି । ଆଜିଠାରୁ ଆମ୍ବପାଲି ପାଲଟିଯାଇଛି ଗୋପପୁର ଏବଂ ଉଭୟ ବରଗଡ ଓ ଅମ୍ବାପାଳି ମଝିରେ ବହିଯାଇଥିବା ଜୀରା ନଦୀ ୧୧ ଦିନ ପାଇଁ ହୋଇଯାଇଛି ଯମୁନା ନଦୀ । ଉଦଘାଟନୀ ସମାରୋହରେ ଦର୍ଶକଙ୍କ ବ୍ୟାପକ ଭିଡ଼ ଜମିଥିବା ବେଳେ ସାରା ଜିଲ୍ଲାରେ ଖେଳିଯାଇଛି ଉତ୍ସବର ମାହୋଲ ।

ଆଜି ସନ୍ଧ୍ୟା 6ଟା ସମୟରେ ବରଗଡ ତଳିପଡା ସ୍ଥିତ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରଥମେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ନିଆଯାଇଥିଲା ଓ ପରେ ଏକ ଶୋଭାଯାତ୍ରା ଜରିଆରେ ହାଟପଦା ଠାରେ ରହିଥିବା ମୁଖ୍ୟ ଦରବାରକୁ ସମସ୍ତେ ପହଞ୍ଚିଥିଲେ । ସନ୍ଧ୍ୟା ୭ ଟା 30 ମିନିଟରେ ଫିତା କାଟି ୭୫ ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ଶୁଭାରମ୍ଭ କରିଥିଲେ ଅତିଥି ।

ଏହା ବି ପଢନ୍ତୁ- ଆଜି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟନ, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ

ବରଗଡବାସୀ ହେଉ ବା ବରଗଡକୁ ଆସୁଥିବା ସମସ୍ତ ଦର୍ଶକ ହେଉ ନା କାହିଁକି ସମସ୍ତେ ଅଜାଣତରେ ମଧ୍ୟ ହୋଇଯାନ୍ତି ୧୧ ଦିନର ଗୋଟେ ଗୋଟେ କଳାକାର । ଏହି ୧୧ ଦିନ ପାଇଁ ବରଗଡରେ ଜିଲ୍ଲା ପ୍ରଶାସନ ବା ଜିଲପାଳଙ୍କ ଶାସନ ନୁହେଁ ଏଠାରେ ଚାଲିବ ମହାରାଜ କଂସଙ୍କର ଶାସନ । ବରଗଡର ଏପରି ନିଆରା ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଦୂରଦୁରାନ୍ତରୁ ଲୋକେ ଆସିଥାନ୍ତି ଓ ଉପଭୋଗ କରିଥାନ୍ତି ।

ଏହା ବି ପଢନ୍ତୁ- ୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା; ବସିବ କଂସ ମହାରାଜାଙ୍କ ଦରବାର, ନିର୍ଦ୍ଦେଶ ମାନିବେ ପ୍ରଜାଗଣ

ଅନ୍ୟପଟେ ମୀନାବଜାର ଓ ବିଭିନ୍ନ ପ୍ରଦର୍ଶନୀରେ କ୍ରୟ ବିକ୍ରୟ ପାଇଁଦୂର ଦୁରାନ୍ତରୁ ଲୋକେ ଆସିଥାନ୍ତି । ଯାହା ଫଳରେ ଧନୁଯାତ୍ରା ବ୍ୟାପାରର ଏକ ପେଣ୍ଠ ସ୍ଥଳୀ ମଧ୍ୟ ପାଲଟିଯାଏ ବରଗଡ଼ ଜିଲ୍ଲା । ଆଜିର ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ, ଦୈବବାଣୀ, ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ସହିତ ଦେବକୀ ବାସୁଦେବଙ୍କୁ ବନ୍ଦୀ କରି କାରାଗାର ପ୍ରେରଣ ଆଦି କାର୍ଯ୍ୟକ୍ରମ ରହିଛି । ତେବେ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଗତ ବର୍ଷ ବିଶ୍ବ ଦରବାରରେ କଂସ ଅଭିନୟ କରିଥିବା ହୃଷୀକେଶ ଭୋଇଙ୍କ ସହ ସମସ୍ତ ମନ୍ତ୍ରୀ, ମହାମନ୍ତ୍ରୀ, ପରିଷଦ ବର୍ଗଙ୍କୁ ନେଇ ଅଭ୍ୟାସ ଆଖଡା ହୋଇଥିଲା । ନାଟ୍ୟ ଗୁରୁ ଶ୍ରୀଅଶୋକ ବେହେରାଙ୍କ ନିର୍ଦ୍ଦେଶନା କ୍ରମେ ସମସ୍ତ କଳାକାର ନିଜ ନିଜର ଅଭିନୟ ଅଭ୍ୟାସ କରିଥିଲେ ।

ଇଟିଭି ଭାରତ, ବରଗଡ଼

Last Updated :Jan 15, 2024, 10:50 PM IST

ABOUT THE AUTHOR

...view details