ETV Bharat / state

ଆଜି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟନ, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ

author img

By ETV Bharat Odisha Team

Published : Jan 15, 2024, 5:24 PM IST

Updated : Jan 15, 2024, 5:45 PM IST

Bargarh Dhanu Yatra 2024
Bargarh Dhanu Yatra 2024

Bargarh Dhanu Yatra 2024: ଆଜି ସନ୍ଧ୍ୟା 7ଟାରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନୀ ସମାରୋହ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ଓ କଳାକାର ମଧ୍ୟ ପ୍ରସ୍ତୁତ । ଅଧିକ ପଢନ୍ତୁ

ଆଜି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟନ, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ

ବରଗଡ଼: ଆଜିଠୁ ବରଗଡ଼ରେ ଚାଲିବ ମହାପ୍ରତାପୀ ମହାରାଜା କଂସ ରାଜୁତି । ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ବରଗଡ ସହର ପାଲଟିଯିବ ମଥୁରା ନଗରୀ । ସନ୍ଧ୍ୟା 7ଟାରେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟନ ହେବାକୁ ଥିବା ବେଳେ ପୋଲିସ ଓ କଳାକାର ସମସ୍ତେ ପ୍ରସ୍ତୁତ । ସନ୍ଧ୍ୟା ସାଢେ 5ଟାରେ ମା' ସମଲେଶ୍ଵରୀ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରଯାଇ ହାଟପଦା ସ୍ଥିତ ମହାରାଜା କଂସଙ୍କ ଦରବାର ପର୍ଯ୍ୟନ୍ତ ଶୋଭାଯାତ୍ରା ପହଞ୍ଚି ଧନୁଯାତ୍ରାର ବିଶ୍ଵ ଦରବାର ଉଦଘାଟନ କରାଯିବ । ଉଦଘାଟନୀ ସମାରୋହରେ ଯୋଗଦେବେ ସାଂସଦ ସୁରେଶ ପୁଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ।

ଉଦଘାଟନ ପୂର୍ବରୁ ସାଂସ୍କୃତିକ ଶୋଭାଯାତ୍ରା:- ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଅପରାହ୍ନ 2ଟା 30ରେ ଆରମ୍ଭ ହୋଇଛି ଏକ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ । ଆଜିର ଏହି ସାଂସ୍କୃତିକ ଶୋଭାଯାତ୍ରାରେ 19ଟି ସଂସ୍କୃତିକ ସଂଗଠନ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିବେ । ଦୁଲଦୁଳି, ଘଣ୍ଟପାର୍ଟି, ଦଣ୍ଡ ନାଚ, ଘୁଡକା ନାଚ, କୀର୍ତ୍ତନ, ପଞ୍ଜାବୀ ଭାଙ୍ଗଡା, ଆଦିବାସୀ ନୃତ୍ୟ ଏପରି 19 ଗୋଟି ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀ ଛକଠାରୁ ଆରମ୍ଭ ହୋଇ ମା' ସମଲେଶ୍ଵରୀଙ୍କ ମନ୍ଦିରରେ ପହଞ୍ଚିବ ।

ଏହା ବି ପଢନ୍ତୁ- ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଆସନ୍ତାକାଲିଠୁ କମ୍ପିବ ମଥୁରା

ବରଗଡ଼ ପାଲଟିବ ମଥୁରା ନଗରୀ:- ଆଜିଠାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ବରଗଡ ସହର ପାଲଟିବ ମଥୁରା ନଗରୀ ଏବଂ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି । ଆମ୍ବାପାଳି ଆଜିଠାରୁ ପାଲଟିଯିବ ଗୋପପୁର ଏବଂ ଉଭୟ ବରଗଡ ଓ ଅମ୍ବାପାଳି ମଝିରେ ବହିଯାଇଥିବା ଜୀରା ନଦୀ ୧୧ ଦିନ ପାଇଁ ହୋଇଯିବ ଯମୁନା ନଦୀ । ବରଗଡବାସୀ ହେଉ ବା ବରଗଡକୁ ଆସୁଥିବା ସମସ୍ତ ଦର୍ଶକ ହେଉନା କାହିଁକି ସମସ୍ତେ ଅଜାଣତରେ ମଧ୍ୟ ହୋଇଯାନ୍ତି ୧୧ ଦିନର ଗୋଟେ ଗୋଟେ କଳାକାର । ଏହି ୧୧ ଦିନ ପାଇଁ ବରଗଡରେ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳଙ୍କ ଶାସନ ନୁହେଁ ଏଠାରେ ଚାଲିବ ମହାରାଜ କଂସଙ୍କ ଶାସନ ।

ଏହା ବି ପଢନ୍ତୁ- ୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା; ବସିବ କଂସ ମହାରାଜାଙ୍କ ଦରବାର, ନିର୍ଦ୍ଦେଶ ମାନିବେ ପ୍ରଜାଗଣ

ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା:- ଧନୁଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଧନୁଯାତ୍ରାରେ ହେଉଥିବା ଲୋକଙ୍କ ପ୍ରବଳ ଭିଡକୁ ଆଖିଆଗରେ ରଖି କିପରି ଟ୍ରାଫିକ ଅବ୍ୟବସ୍ଥା ନହେବ ସେନେଇ ବିଭିନ୍ନ ଛକ ମାନଙ୍କରେ ଟ୍ରାଫିକ ରୁଟଗୁଡିକ ପୋଲିସ ବିଭାଗ ପକ୍ଷରୁ ଦିଆଯାଇଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଟ୍ରାଫିକ ରୁଟ ଦିଆଯାଇଛି । ଜିଲ୍ଲା ତଥା ଜିଲା ବାହାରୁ ବ୍ୟାପକ ପୋଲିସଙ୍କୁ ଧନୁଯାତ୍ରାରେ ନିଯୋଜିତ କରାଯାଇଛି । ଅତିରିକ୍ତ ଏସପିଙ୍କ ସମେତ 7 ଜଣ DSP, 12ଜଣ ପୋଲିସ ଇନ୍ସପେକ୍ଟର, 105ଜଣ SI ଏବଂ ASI, 12 ପ୍ଲାଟୁନ ପୋଲିସ ଫୋର୍ସ, 6 ପ୍ଲାଟୁନ ହୋମଗାର୍ଡଙ୍କୁ ନିଯୋଜିତ କରାଯାଇଥିବା ଆଜି ବରଗଡ ଏସପି ପ୍ରହଲ୍ଲାଦ ସାହାୟୀ ମିନା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବରଗଡ଼

Last Updated :Jan 15, 2024, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.