ଓଡିଶା

odisha

ଅବସର ପରେ ବିଷ ଓଗାଳିଲେ ଭଜି: ବାଦ୍‌ ପଡିବା ପାଇଁ BCCI, ଧୋନି ଦାୟୀ

By

Published : Jan 1, 2022, 9:21 PM IST

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାର ମାତ୍ର ଗୋଟିଏ ସପ୍ତାହ ନପୁରୁଣୁ ବିଷ ଓଗାଳିଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । ଜାତୀୟ ଟିମରୁ ସେ ବାଦ୍‌ ପଡିବାର କାରଣ ଭାରତୀୟ କ୍ରିକେଟ ବୋର୍ଡ(BCCI)ର କିଛି ଅଧିକାରୀ ଓ ପୂର୍ବତନ କ୍ୟାପଟେନ ଧୋନି ବୋଲି କହିଛନ୍ତି ଭଜି । ଅଧିକ ପଢନ୍ତୁ

'I would like a film or web series made on my life': Bhajji blames Dhoni, BCCI for Team India ouster
ଅବସର ପରେ ବିଷ ଓଗାଳିଲେ ଭଜି, ବାଦ୍‌ ପଡିବା ପାଇଁ BCCI

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାର ମାତ୍ର ଗୋଟିଏ ସପ୍ତାହ ନପୁରୁଣୁ ବିଷ ଓଗାଳିଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । BCCI ଓ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭଜି । ଜାତୀୟ ଟିମରୁ ସେ ବାଦ୍‌ ପଡିବାର କାରଣ ଭାରତୀୟ କ୍ରିକେଟ ବୋର୍ଡ(BCCI)ର କିଛି ଅଧିକାରୀ ଓ ପୂର୍ବତନ କ୍ୟାପଟେନ ଧୋନି ବୋଲି ଦର୍ଶାଇଛନ୍ତି ।

ଦୀର୍ଘ ସମୟ ଧରି ହରଭଜନ ଭାରତୀୟ ସ୍ପିନର ଭାବେ କ୍ରିକେଟ ମୈଦାନରେ ରାଜ୍‌ କରିଛନ୍ତି । ତେବେ କ୍ୟାରିୟରର ଶେଷ ଭାଗରେ ପ୍ରଦର୍ଶନର ଗ୍ରାଫ୍‌ ତଳମୁହାଁ ହେବାର ତାଙ୍କର ପ୍ରଭାବ କମ ହୋଇଥିଲା । ୪୧ ବର୍ଷୀୟ ଟର୍ବୋନେଟର ହରଭଜନ ଡିସେମ୍ବରରେ ସମସ୍ତ ପ୍ରକାର କ୍ରିକେଟକୁ ବିଦାୟ କହିଥିଲେ ।

ହରଭଜନ କହିଛନ୍ତି, "ଯେବେ ୩୧ ବର୍ଷରେ ଥିଲି ୪୦୦ ୱିକେଟ ହାସଲ କରିସାରିଥିଲି, ଅଧିକ ୪ରୁ ୫ ବର୍ଷ ଖେଳିବାକୁ ପ୍ରସ୍ତୁତ ଥିଲି । ପ୍ରଦର୍ଶନର ସ୍ତର ମଧ୍ୟ ସେଟ୍‌ କରିଥିଲି । ଯଦି ଏହାସମ୍ଭବ ହୋଇଥାନ୍ତା ତେବେ ଅଧିକ ୧୦୦-୧୫୦ ୱିକେଟ ହାସଲ ହୋଇପାରିଥାନ୍ତା । ସେ ସମୟରେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଥିଲେ, ଅନ୍ୟ ଖେଳାଳିଙ୍କ ପରି ସମର୍ଥନ ମିଲିଲାନି, ଏହା ଦୁଭାର୍ଗ୍ୟପୂର୍ଣ୍ଣ । BCCIର କିଛି ଅଧିକାରୀ ମଧ୍ୟ ସମର୍ଥନ କରିନଥିଲେ ।"

ଏହାମଧ୍ୟ ପଢନ୍ତୁ: Sports in 2022: କ୍ରୀଡା କ୍ୟାଲେଣ୍ଡରରେ ବହୁ ପ୍ରତୀକ୍ଷିତ ଇଭେଣ୍ଟ

"ପ୍ରତ୍ୟେକ ଖେଳାଳି ଚାହାନ୍ତି ଭାରତୀୟ ଜର୍ସି ପିନ୍ଧି ଅବସର ନେବାକୁ, ମାତ୍ର ଭାଗ୍ୟ ସାଥ୍‌ ଦେଲାନାହିଁ । ଭିଭିଏସ ଲକ୍ଷ୍ମଣ, ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହ୍ବାଗ ଓ ଅନେକ ଖେଳିବାର ସୁଯୋଗ ନପାଇ ଅବସର ନେଇଗଲେ ।"

ନିଜକ କ୍ରିକେଟ କ୍ୟାରିୟରକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ହରଭଜନ ଏକ ଇଚ୍ଛା ମଧ୍ୟ ଜାହିର କରିଛନ୍ତି ଯେ, ତାଙ୍କ କ୍ୟାରିୟରକୁ ନେଇ ଏକ ବାୟୋପିକ୍‌ ନିର୍ମାଣ ହେଉ ।

ଭଜି କହିଛନ୍ତି, "ଲୋକମାନେ ମଧ୍ୟ ମୋର କାହାଣୀ ଜାଣିବା ଉଚିତ୍‌ ଯେ, ମୁଁ କିପରି ଥିଲି ଓ ମୁଁ କ'ଣ କରିଥିଲି । ମୋ ବାୟୋପିକ୍‌ରେ କିଏ ଭିଲେନ ଚରିତ୍ରରେ ଅଭିନୟ କରିବେ କହିପାରିବିନି ମାତ୍ର ଜଣେ ନୁହଁନ୍ତି ଅନେକ ଜଣ ହେବେ ।"

IANS

ABOUT THE AUTHOR

...view details