ETV Bharat / sports

IPLରେ କୋହଲିଙ୍କ ରେକର୍ଡ, ପ୍ରଥମ ଖେଳାଳି ଭାବେ କଲେ 8000 ରନ - Virat Kohli

author img

By ETV Bharat Odisha Team

Published : May 23, 2024, 10:10 AM IST

Virat Kohli scripts history: ଆଇପଏଲରେ ଇତିହାସ ରଚିଲେ କୋହଲି । ପ୍ରଥମ ଖେଳାଳି ଭାବେ ପୂରଣ କଲେ 8000 ରନ । ଅଧିକ ପଢନ୍ତୁ

Virat Kohli
Virat Kohli (@RCBTweets)

ହାଇଦ୍ରାବାଦ: ଏଲିମିନେଟର ମ୍ୟାଚରେ ଆରସିବି ହାରିଛି ସତ କିନ୍ତୁ ଆଇପିଏଲରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଛି ବିରାଟ କୋହଲିଙ୍କ ନାମରେ । ଆଇପିଏଲ ଇତିହାସରେ 8000 ରନ ପୂରଣ କରିଛନ୍ତି କୋହଲି । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କୀର୍ତ୍ତିମାନ କରିପାରି ନାହାଁନ୍ତି। ପ୍ରଥମ ଖେଳାଳି ଭାବେ ସେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଚଳିତ ସିଜିନରେ ସେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ମଧ୍ୟ ହାତେଇଛନ୍ତି ।

ଆଇପିଏଲର ଶେଷ ଲିଗ ମ୍ୟାଚ ଚେନ୍ନାଇ ବିପକ୍ଷରେ ଖେଳି କୋହଲି 47 ରନ କରିଥିଲେ । ଏହାକୁ ମିଶାଇ ପୁରା ଆଇପିଏଲ ଇତିହାସରେ ତାଙ୍କର ରନ 7971 ହୋଇଥିଲା । 8000 ରନ ପୂରଣ କରିବାକୁ ଆଉ ମାତ୍ର 29 ରନର ଆବଶ୍ୟକ ଥିଲା । ପ୍ଲେ ଅଫ ଏଲିମିନେଟରରେ ରାଜସ୍ଥାନ ବିପକ୍ଷରେ ସେ 33 ରନ କରି ଆଇପିଏଲରେ ପ୍ରଥମ ଖେଳାଳି ଭାବେ ଆଠ ହଜାର ରନ ପୂରଣ କରିଛନ୍ତି । 252ଟି ଆଇପିଏଲ ମ୍ୟାଚରୁ ସେ 8003 ରନ ସଂଗ୍ରହ କରିଥିବା ବେଳେ ଏଥିରେ 8ଟି ଶତକ ଓ 55ଟି ଅର୍ଦ୍ଧଶତକ ସାମିଲ ରହିଛି । 6769 ରନ କରି ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶିଖର ଧାଓ୍ବନ । 6628 ରନ କରି ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା, 6565 ରନ କରି ଚତୁର୍ଥ ସ୍ଥାନରେ ରହିଛନ୍ତି ଡେଭିଡ ଓ୍ବାର୍ଣ୍ଣର ଓ 5528 ରନ କରି ପଞ୍ଚମ ସ୍ଥାନରେ ରହିଛନ୍ତି ସୁରେଶ ରାଇନା ।

ଏହା ମଧ୍ୟ ପଢନ୍ତୁ-କୋହଲିଙ୍କ ଫାଇନାଲ ଆଶା ଧୂଳିସାତ, RCBକୁ ହରାଇ ଦ୍ବିତୀୟ କ୍ବାଲିଫାୟର ଖେଳିବ ରାଜସ୍ଥାନ - IPL 2024

ଚଳିତ ଆଇପିଏଲରେ କୋହଲି 15ଟି ମ୍ୟାଚ ଖେଳି 741 ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ 5ଟି ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ଷ୍ଟ୍ରାଇକ ରେଟ 155 ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅରେଞ୍ଜ କ୍ୟାପ ତାଙ୍କ ଅଧିନରେ ରହିଛି । ଚେନ୍ନାଇକୁ ହରାଇବା ପରେ ପ୍ଲେ ଅଫରେ ପ୍ରବେଶ କରିଥିଲା ଆରସିବି । ଟ୍ରଫି ହାତେଇବା ଲକ୍ଷ୍ୟ ନେଇ ଗତକାଲି ରାଜସ୍ଥାନ ବିପକ୍ଷର ଏଲିମିନେଟର ମ୍ୟାଚ ଖେଳିଥିଲା । କିନ୍ତୁ 4 ଓ୍ବିକେଟରେ ଦଳ ପରାସ୍ତ ହୋଇ ପ୍ଲେ ଅଫରୁ ବାଦ ପଡିଛି । ଫଳରେ କୋହଲିଙ୍କ ଟ୍ରଫି ହାତେଇବା ସ୍ବପ୍ନ ଧୂଳିସାତ ହୋଇଛି । 17 ବର୍ଷର ସ୍ବପ୍ନ ସ୍ବପ୍ନରେ ରହିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.