ETV Bharat / sports

Sports in 2022: କ୍ରୀଡା କ୍ୟାଲେଣ୍ଡରରେ ବହୁ ପ୍ରତୀକ୍ଷିତ ଇଭେଣ୍ଟ

author img

By

Published : Jan 1, 2022, 7:11 PM IST

Updated : Jan 1, 2022, 10:00 PM IST

ମହାମାରୀ COVID-19 ଶେଷ ହୋଇନାହିଁ, ମାତ୍ର ଏପରି ପ୍ରତୀତ ହେଉଛି ଯେ ବିଶ୍ବ ଏହି ଭୟଙ୍କର ଭୂତାଣୁ ସହ ଜୀବନକୁ ଆପଣାଉଛି । ଏକାଧିକ ବଡ ଇଭେଣ୍ଟ ସହ ବର୍ଷ ୨୦୨୨ରେ କ୍ରୀଡା, ଆନନ୍ଦ ଓ ମନୋରଞ୍ଜନର ବଡ ଭୂମିକା ଗ୍ରହଣ କରିବାକୁ ଯାଉଛି । ନଜର ପକାନ୍ତୁ ବର୍ଷ ୨୦୨୨ର କ୍ରୀଡା କ୍ୟାଲେଣ୍ଡ ଉପରେ । ଅଧିକ ପଢନ୍ତୁ

Sports in 2022: sports is set to be a major source of joy
Sports in 2022: କ୍ରୀଡା କ୍ୟାଲେଣ୍ଡରରେ ବହୁ ପ୍ରତୀକ୍ଷିତ ଇଭେଣ୍ଟ

ହାଇଦ୍ରାବାଦ: ମହାମାରୀ COVID-19 ଶେଷ ହୋଇନାହିଁ, ମାତ୍ର ଏପରି ପ୍ରତୀତ ହେଉଛି ଯେ ବିଶ୍ବ ଏହି ଭୟଙ୍କର ଭୂତାଣୁ ସହ ଜୀବନକୁ ଆପଣାଉଛି । ଏକାଧିକ ବଡ ଇଭେଣ୍ଟ ସହ ବର୍ଷ ୨୦୨୨ରେ କ୍ରୀଡା, ଆନନ୍ଦ ଓ ମନୋରଞ୍ଜନର ବଡ ଭୂମିକା ଗ୍ରହଣ କରିବାକୁ ଯାଉଛି ।

Sports in 2022: sports is set to be a major source of joy
ଭାରତୀୟ ମହିଳା ହକି ଟିମ

ଟେନିସ ଗ୍ରାଣ୍ଡ ସ୍ଲାମ୍‌ ଓ ବ୍ୟାଡମିଣ୍ଟନ କ୍ୟାଲେଣ୍ଡର ଭଳି ବାର୍ଷିକ ଟୁର୍ଣ୍ଣାମେଣ୍ଟର ସାଧାରଣ ରୋଷ୍ଟର ବ୍ୟତୀତ ଭାରତ ତଥା ବିଶ୍ବରେ ବହୁ ପ୍ରତୀକ୍ଷିତ ମେଗା କ୍ରୀଡା ଇଭେଣ୍ଟ ଉପରେ ନଜର ପକାନ୍ତୁ...

କ୍ରିକେଟ

Sports in 2022: sports is set to be a major source of joy
କେଏଲ ରାହୁଲ

ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ(ଡିସେମ୍ବର ୨୬ରୁ ଜାନୁଆରୀ ୨୩): ସଂଘର୍ଷପୂର୍ଣ୍ଣ ଟେଷ୍ଟ ସିରିଜ ଆରମ୍ଭ ହୋଇସାରିଛି ଓ ଭାରତୀୟ ଟିମ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି । ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପରେ ୩ ଟିକିଆ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ଦେଖିବ ଲୋକେଶ ରାହୁଲଙ୍କ ଅଧିନାୟକତ୍ବ । ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ୍‌ ପଡିବା ପରେ ରାହୁଲଙ୍କ ନେତୃତ୍ବ ଭାର ମିଳିଛି ।

Sports in 2022: sports is set to be a major source of joy
ବେଜିଙ୍ଗ୍‌ରେ ଶୀତକାଳୀନ ଅଲମ୍ପିକ୍‌
Sports in 2022: sports is set to be a major source of joy
ମିତାଲି ରାଜ

ୱେଷ୍ଟଇଣ୍ଡିଜରେ ICC ୧୯ ବର୍ଷରୁ କମ ପୁରୁଷ ODI ବିଶ୍ବକପ(ଜାନୁଆରୀ ୧୫ରୁ ଫେବ୍ରୁଆରୀ ୫): ଦିଲ୍ଲୀ ବ୍ୟାଟର ୟଶ ଦୁଲ ଭାରତୀୟ ଜୁନିଅର ଟିମର ନେତୃତ୍ବ ନେଇପାରନ୍ତି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର ପଞ୍ଚମ ଟାଇଟେଲ ବିଜୟ ଲକ୍ଷ୍ୟ ରହିବ । ବୟସ ବର୍ଗ ଗ୍ରୁପ୍‌ ମେଗା ଇଭେଣ୍ଟରେ ମୋଟ ୧୬ଟି ଟିମ ଟାଇଟେଲ ପାଇଁ ଲଢେଇ କରିବେ ଓ ୪୮ଟି ମୁକାବିଲା ଖେଳାଯିବ ।

Sports in 2022: sports is set to be a major source of joy
AFC ଏସିଆନ ମହିଳା କପ୍‌

ନ୍ୟୁଜିଲାଣ୍ଡରେ ICC ମହିଳା ଦିନିକିଆ ବିଶ୍ବକପ(ମାର୍ଚ୍ଚ ୪ରୁ ଏପ୍ରିଲ ୩): ମହାମାରୀ ଯୋଗୁଁ ଗୋଟିଏ ବର୍ଷ ସ୍ଥଗିତ ହୋଇଥିବା ଏହି ମେଗା ଇଭେଣ୍ଟରେ ଭାରତ ଏକ ପ୍ରମୁଖ ଟ୍ରଫି ଦାବିଦାର ଟିମ ଭାବେ ଖେଳିବ । ୩୯ ବର୍ଷୀୟା ଭାରତୀୟ କ୍ୟାପଟେନ ମିତାଲି ରାଜଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ହୋଇପାରେ ଶେଷ ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଫଳରେ ଭଲ ପ୍ରଦର୍ଶନ ଓ ଟ୍ରଫି ବିଜୟ ସହ କ୍ରିକେଟର ବଡ ମଞ୍ଚକୁ ବିଦାୟ କହିପାରନ୍ତି କ୍ୟାପଟେନ ମିତାଲି । ଭାରତରେ ମହିଳା କ୍ରିକେଟରେ ସେ ନିଜର ପ୍ରଦର୍ଶନ, ଅସଂଖ୍ୟ କିର୍ତ୍ତୀମାନ ବଳରେ ମହାନ ମହିଳା କ୍ରିକେଟର କିମ୍ବଦନ୍ତୀ ହୋଇସାରିଛନ୍ତି ।

Sports in 2022: sports is set to be a major source of joy
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨

ଅଷ୍ଟ୍ରେଲିଆରେ ICC ମହିଳା ଟି-୨୦ ବିଶ୍ବକପ(ଅକ୍ଟୋବର ୧୬ରୁ ନଭେମ୍ବର ୧୩): ଟି-୨୦ ଫର୍ମାଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ ତାଜ୍‌ ପିନ୍ଧିବାର ଠିକ୍‌ ବର୍ଷକ ପରେ ଘରୋଇ ମାଟିରେ ଟାଇଟେଲ ଡିଫେଣ୍ଡ କରିବ କଙ୍ଗାରୁ ଟିମ । ଗତ ସଂସ୍କରଣରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେବାପରେ ଭାରତୀୟ ଟିମ ପାଇଁ ଭଲ ପ୍ରଦର୍ଶନ କରିବାକୁ ଭଲ ସୁଯୋଗ ରହିବ ।

ବହୁକ୍ରୀଡା(Multisports)

Sports in 2022: sports is set to be a major source of joy
ନୀରଜ ଚୋପ୍ରା

ଚାଇନାର ବେଜିଙ୍ଗ୍‌ରେ ଶୀତକାଳୀନ ଅଲମ୍ପିକ୍‌(ଫେବ୍ରୁଆରୀ ୪ରୁ ୨୦): ଚୀନ୍‌ର ମାନବିକ ଅଧିକାରର ଭାବମୂର୍ତ୍ତି ନ ଥିବାରୁ ରାଜନୈତିକ ବିବାଦ ଘେରରେ ରହିଛି ଏହି ମେଗା ଇଭେଣ୍ଟ । ପ୍ରତିଯୋଗିତା ପୂର୍ବରୁ ହିଁ ଆମେରିକା ଓ ବ୍ରିଟେନ ଭଳି ମହାଶକ୍ତି ଦେଶ ଦ୍ବାରା ରାଜନୈତିକ ରୂପରେ ଏହାର ବହିଷ୍କାର କରାଯାଇସାରିଛି । ତେବେ ଆଥଲେଟ୍‌ ନିଜ ତରଫରୁ ଏହା ସୁନିଶ୍ଚିତ କରିବାକୁ ପ୍ରୟାସ କରିବେ ଯେ ରାଜନୈତିକ ନାଟକ ସତ୍ତ୍ବେ ତାଙ୍କର ପ୍ରଦର୍ଶନ ଉପରେ ଧ୍ୟାନ କେନ୍ଦ୍ରୀତ ହେବ ।

ଶୀତକାଳୀନ କ୍ରୀଡାମହାକୁମ୍ଭରେ ଗୋଟିଏ ବି ପଦକ ଜିତିନଥିବା ଭାରତ ଏଥର ପଦକ ମରୁଡିକୁ ଶେଷ କରିବା ଲକ୍ଷ୍ୟରେ ରହିଛି । ସ୍କିର ଆରିଫଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସେ ଦୁଇଟି ଇଭେଣ୍ଟ- ସ୍ଳାଲମ ଓ ଜିଆଣ୍ଟ ସ୍ଳାଲମ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି ।

ଇଂଲଣ୍ଡର ବର୍ମିଂହାମରେ (Commonwealth games)ରାଜ୍ୟଗୋଷ୍ଠୀ କ୍ରୀଡା (ଜୁଲାଇ ୨୮ରୁ ଅଗଷ୍ଟ ୮): ଭାରତୀୟ ଆଥଲେଟ୍‌ଙ୍କ ପାଇଁ ଏହା ବହୁ ପ୍ରତୀକ୍ଷିତ ଇଭେଣ୍ଟ । ଟୋକିଓରେ ଅଲମ୍ପିକ୍‌ ଓ ପାରାଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ ପରେ ରାଜ୍ୟଗୋଷ୍ଠୀ କ୍ରୀଡା(CWC)ର ଏହି ସଂସ୍କରଣରେ ଇତିହାସ ରଚିବା ଲକ୍ଷ୍ୟରେ ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ଆଥଲେଟ୍‌ ।

ତେବେ ପ୍ରତିଯୋଗିତାର ଏହି ସଂସ୍କରଣରୁ ସୁଟିଂ ପ୍ରତିଯୋଗିତା ବାଦ୍‌ ପଡିଥିବାରୁ ଭାରତୀୟ ଟିମ ପାଇଁ ନିରାଶଜନକ ଖବର ହେବ । ମାତ୍ର ଏହା ବ୍ୟତୀତ ଭାରତୀୟ ଆଥଲେଟ୍‌ କିପରି ପଦକ ପ୍ରଦର୍ଶନକୁ ଅଧିକ କରିବାର ଆହ୍ବାନକୁ ପାର୍‌ କରିବେ ଦେଖିବା ରୋମାଞ୍ଚକର ହେବ । ବର୍ଷ ୧୬୬ରୁ ଡେବ୍ୟୁ ପରେ ଏହି ଖେଳରେ ମିଳିଥିବା ୧୩୫ ପଦକ ମଧ୍ୟରୁ ଦେଶର ପଦକ ସଂଖ୍ୟାରେ ୬୩ଟି ସ୍ବର୍ଣ୍ଣ ରହିଛି ।

ଚାଇନାର ହଙ୍ଗ୍‌ଝୋଉ(Asian Games) ଏସୀୟ କ୍ରୀଡା(ସେପ୍ଟେମ୍ବର ୧୦ରୁ ୨୫): ଭାରତ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ଅର୍ଥାତ ୨୦୧୮ ଏସିଆନ ଗେମ୍ସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଫଳରେ ଅଲମ୍ପିକରେ ଐତିହାସିକ ପ୍ରଦର୍ଶନକୁ ଏଠାରେ ଦୋହରାଇବା ଲକ୍ଷ୍ୟରେ ରହିବେ ଭାରତୀୟ ଆଥଲେଟ୍‌ ।

ଫୁଟବଲ୍‌

ଭାରତରେ AFC ଏସିଆନ ମହିଳା କପ୍‌(ଜାନୁଆରୀ ୨୦ରୁ ଫେବ୍ରୁଆରୀ ୬): ଦେଶରେ ମହିଳା ଫୁଟବ୍‌ଲର ଉନ୍ନତି ଦିଗରେ ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ବର୍ଷ ୧୯୭୯ ପରେ ପ୍ରଥମ ଥର ପାଇଁ ଏହି ପ୍ରମୁଖ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ ଦେଶ । ଏହି ଇଭେଣ୍ଟରେ ବର୍ଷ ୧୯୭୯ ଓ ୧୯୮୩ରେ ଦୁଇଥର ରନର୍ସଅପ୍‌ ରହିସାରିଛି ।

ଭାରତରେ FIFA 17 ବର୍ଷରୁ କମ ମହିଳା ବିଶ୍ବକପ(ଅକ୍ଟୋବର ୧୧ରୁ ୩୦): ଦେଶରେ ମହିଳା ଫୁଟବଲର ଅନ୍ୟଏକ ଉତ୍ସାହଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ବର୍ଷ ୨୦୨୧ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ସୂଚୀ ରହିଥିଲା, ମାତ୍ର COVID-19 ସଂକ୍ରମଣ ଭୟ ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପୁଣି ଚମତ୍କାର କରିବା ଆଶାରେ ରହିଛି ।

କ୍ବାତାରରେ FIFA ପୁରୁଷ ବିଶ୍ବକପ(ନଭେମ୍ବର ୨୧ରୁ ଡିସେମ୍ବର ୧୮): ଆରବ ବିଶ୍ବରେ ଏକ ଶୀତକାଳୀନ ଇଭେଣ୍ଟ ଭାବେ ପ୍ରଥମ ବିଶ୍ବକପ ଖେଳାଯିବ । ଜୁନ୍‌-ଜୁଲାଇରେ କ୍ବାତାରେ ଅତ୍ୟଧିକ ତାପମାତ୍ରା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।

ଏହାମଧ୍ୟ ପଢନ୍ତୁ: New Year 2022: ଦକ୍ଷିଣ ଆଫ୍ରିକାରେ ନୂଆବର୍ଷ ପାଳିଲା ଟିମ ଇଣ୍ଡିଆ

ଆଥଲେଟିକ୍‌ସ(Athletics)

ଆମେରିକାର ଇୟୁଜିନରେ IAAF ବିଶ୍ବ ଚାମ୍ପିଅନସିପ୍‌(ଜୁଲାଇ ୧୫ରୁ ୨୪): ମହାମାରୀ ଯୋଗୁଁ ଆଉ ଏକ ବଡ ଇଭେଣ୍ଟ ଚଳିତ ବର୍ଷକୁ ସ୍ଥଗିତ ହୋଇଥିଲା । ଏହି ମେଗା ଇଭେଣ୍ଟରେ ୨୦୦୩ରେ ଲଙ୍ଗ୍‌ ଜମ୍ପ୍‌ରେ ବ୍ରୋଞ୍ଜ୍‌ ପଦକ ସହ ଏକମାତ୍ର ଭାରତୀୟ ପଦକ ବିଜେତା ରହିଥିଲେ ଅଞ୍ଜୁ ବବି ଜର୍ଜ । ତେବେ ଅଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଏଥର ଭାରତ ପାଇଁ ଜାଭେଲିନରେ ନୂଆ ଗୌରବ ଆଣିବେ ବୋଲି ଆଶା ରଖିଛି ଭାରତ ।

ହକି

ସ୍ପେନ୍‌ ଓ ନେଦରଲ୍ୟାଣ୍ଡ୍‌ସରେ FIH ମହିଳା ବିଶ୍ବକପ(ଜୁଲାଇ ୧ରୁ ୨୪): ଟୋକିଓ ଅଲମ୍ପିକ୍‌ସରେ ଚତୁର୍ଥ ସ୍ଥାନରେ ଶେଷ କରିବା ପରେ ଭାରତୀୟ ମହିଳା ହକି ଟିମର ସ୍ତର ଢେର ମାତ୍ରାରେ ବୃଦ୍ଧି ପାଇଛି । ରାନୀ ରାମପାଲଙ୍କ ଟିମ ଐତିହାସିକ ଅଲମ୍ପିକ୍‌ ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି ।

୧୯୭୪ ସଂସ୍କରଣର ବିଶ୍ବକପରେ ଚତୁର୍ଥ ସ୍ଥାନରେ ରହିଥିଲା ଭାରତ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ମାତ୍ର ଇଂଲଣ୍ଡରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା ଟିମ ।

ସୁଇମିଂ

ଜାପାନର ଫୁକୁଓକାରେ FINA ବିଶ୍ବ ଆକ୍ବାଟିକ୍‌ସ ଚାମ୍ପିଅନସିପ୍‌ (ମଇ ୧ରୁ ୨୯): ସୁଇଂ, ଡ୍ରାଇଭିଂ, ହାଇ ଡ୍ରାଇଭିଂ, ଓପନ ୱାଟର ସୁଇମିଂ, ଆଟିଷ୍ଟିକ ସୁଇମିଂ ଓ ୱାଟର ପୋଲୋ ଭଳି ଉତ୍ସାହଜନକ ପ୍ରତିଯୋଗିତା ଏଥିରେ ଦେଖିବାକୁ ମିଳିବ । ଭାରତ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ପଦକ ଦାବିଦାର ନଥିଲେ ମଧ୍ୟ ଭାରତୀୟ କ୍ରୀଡାବିତ୍‌ଙ୍କ ଅଂଶଗ୍ରହଣ ପଦକ ବିଜୟର ସମ୍ଭାବନା ସୃଷ୍ଟି କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 1, 2022, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.