ETV Bharat / sports

New Year 2022: ଦକ୍ଷିଣ ଆଫ୍ରିକାରେ ନୂଆବର୍ଷ ପାଳିଲା ଟିମ ଇଣ୍ଡିଆ

author img

By

Published : Jan 1, 2022, 4:15 PM IST

ରବିଚନ୍ଦ୍ରନ ଅଶ୍ବିନ ଏକ ଟ୍ବିଟ୍‌ କରିଛନ୍ତି ଯେଉଁଥିରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ସ୍କ୍ବାଡ୍‌ର ସମସ୍ତ ସଦସ୍ୟ ଜୋହାନ୍ସବର୍ଗରେ ନୂଆବର୍ଷ ପାଳନ କରିଛନ୍ତି । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସହିତ କ୍ୟାପଟେନ ବିରାଟ କୋହଲି ଓ ସମସ୍ତ ଖେଳାଳି ନୂଆବର୍ଷ ଉପଲକ୍ଷେ ଖୁସି ମନାଇଛନ୍ତି । ଅଧିକ ପଢନ୍ତୁ

Team India Celebrated New Year
New Year 2022: ଦକ୍ଷିଣ ଆଫ୍ରିକାରେ ନୂଆବର୍ଷ ପାଳିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଇଂରାଜୀ ନବବର୍ଷ ୨୦୨୨କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ସବୁଆଡେ ଶୁଭେଚ୍ଛା ଓ ଶୁଭକାମନାର ସୁଅ । ଏହି କ୍ରମରେ ଭାରତୀୟ କ୍ରିକେଟ ଜଗତ ମଧ୍ୟ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏକ ଟ୍ବିଟ୍‌ କରିଛନ୍ତି ଯେଉଁଥିରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ସ୍କ୍ବାଡ୍‌ର ସମସ୍ତ ସଦସ୍ୟ ଜୋହାନ୍ସବର୍ଗରେ ନୂଆବର୍ଷ ପାଳନ କରିଛନ୍ତି । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସହିତ କ୍ୟାପଟେନ ବିରାଟ କୋହଲି ଓ ସମସ୍ତ ଖେଳାଳି ନୂଆବର୍ଷ(New Year 2022) ଉପଲକ୍ଷେ ଖୁସି ମନାଇଛନ୍ତି ।

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ପ୍ରଥମ ଟେଷ୍ଟ ବିଜୟ ସହ ବର୍ଷ ୨୦୨୧ ଶେଷକରିଥିଲା ଭାରତ । ଏପରି ସ୍ଥିତିରେ ବିଜୟ ସହ ନୂଆବର୍ଷର ଆରମ୍ଭ କରିବାକୁ ଚାହିଁବ ଭାରତୀୟ ଟିମ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ୩ ଜାନୁଆରୀରୁ ଜୋହାନ୍ସବର୍ଗରେ ଖେଳାଯିବ । ଭାରତକୁ ଦକ୍ଷିଣ ଆଫ୍ରିକାରେ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାର ଅଛି ।

ଅନ୍ୟପଟେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ନୂଆବର୍ଷ ଅବସରରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ଅନୁଷ୍କାର ସେୟାର କରିଥିବା ଫଟୋରେ ଫ୍ୟାନ୍ସ ଲଗାତାର କମେଣ୍ଟ କରିବା ଜାରି ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍‌

ଅନ୍ୟପଟେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ନିଜର ବିନ୍ଦାସ୍‌ ଅନ୍ଦାଜରେ ନାଚଗୀତ ସହ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ସହ ଶାସ୍ତ୍ରୀ ଡ୍ୟାନ୍ସ କରିଛନ୍ତି । ବର୍ଷ ୨୦୨୦ ଓ ୨୦୨୧ ଅନେକ ଆହ୍ବାନପୂର୍ଣ୍ଣ ରହିଥିଲା । ତେବେ ବର୍ଷ ୨୦୨୨ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ସଫଳତାର ବର୍ଷ ହେଉ ବୋଲି କାମନା କରିଛନ୍ତି ଶାସ୍ତ୍ରୀ ।

  • That time of the year when we'll do 2̶0̶2̶1̶ 2022.

    Time for a reboot!

    Wishing everyone a healthy and happy new year 2022. 😊

    — Sachin Tendulkar (@sachin_rt) January 1, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Centurion Test: ମନ୍ଥର ବୋଲିଂ ପାଇଁ ଟିମ ଇଣ୍ଡିଆକୁ ଦଣ୍ଡ, କମିଲା WTC ପଏଣ୍ଟ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେହ୍ବାଗ ମଧ୍ୟ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

  • To a New Year, a New Journey, New Learnings and New Memories. Wishing you a happy, safe and healthy New Year .
    Happy New Year.

    — VVS Laxman (@VVSLaxman281) January 1, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.