ଓଡିଶା

odisha

Harbhajan Singh Retirement: ଟର୍ବୋନେଟର ହରଭଜନଙ୍କୁ ଧନ୍ୟବାଦ ଜଣାଇଲା କ୍ରିକେଟ ଜଗତ

By

Published : Dec 24, 2021, 7:48 PM IST

ଭାରତୀୟ କ୍ରିକେଟକୁ ଷ୍ଟାର ସ୍ପିନର ହରଭଜନ ସିଂହଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ପାଇଁ କ୍ରିକେଟ ଖେଳାଳି ଧନ୍ୟବାଦ ଜଣାଇଛନ୍ତି । ହରଭଜନ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Harbhajan Singh Retires
ଟର୍ବୋନେଟର ହରଭଜନଙ୍କୁ ଧନ୍ୟବାଦ ଜଣାଇଲା କ୍ରିକେଟ ଜଗତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ଷ୍ଟାର ସ୍ପିନର ହରଭଜନ ସିଂହଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ପାଇଁ କ୍ରିକେଟ ଖେଳାଳି ଧନ୍ୟବାଦ ଜଣାଇଛନ୍ତି । ହରଭଜନ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା (harbhajan singh retire)କରିଛନ୍ତି । ଫଳରେ କ୍ରିକେଟରେ ଶେଷ ହୋଇଛି ହରଭଜନଙ୍କ ଯୁଗ । ମାର୍ଚ୍ଚ ୨୦୧୬ରେ UAE ବିପକ୍ଷରେ ଟି-୨୦ ମୁକାବିଲାରେ ଭାରତ ପାଇଁ ଖେଳିଥିଲେ । ଗତି କିଛି ଦିନ ଧରି ଅତ୍ୟନ୍ତ ସଫଳ ଅନ୍ତର୍ଜାତୀୟ କ୍ୟାରିଅରକୁ ଶେଷ କରିବାକୁ ବିଚାର କରୁଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ ହରଭଜନ ଦୁଇଟି ବିଶ୍ବକପ ଜିତିଛନ୍ତି । ବର୍ଷ ୨୦୦୭ରେ ପ୍ରଥମ ICC ଟି-୨୦ ବିଶ୍ବକପ ଓ ପରେ ବର୍ଷ ୨୦୧୧ରେ ODI ବିଶ୍ବକପ । ସେ ୧୦୩ଟି ଟେଷ୍ଟରୁ ୪୧୭ ୱିକେଟ, ୨୩୬ ଏକଦିବସୀୟ ମ୍ୟାଚ୍‌ରୁ ୨୬୯ ୱିକେଟ ଓ ୨୮ଟି ଟି-୨୦ ମ୍ୟାଚ୍‌ରୁ ୨୫ ୱିକେଟ ହାସଲ କରିଛନ୍ତି ।

ଭାରତୀୟ ଓପନର ଶିଖର ଧାୱନ, ହରଭଜନଙ୍କୁ ସଫଳ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଆଗାମୀ ଇଂନିସ ପାଇଁ ଶୁଭକାମନା ଜଣାଇଛନ୍ତି ।

ସେହିପରି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ମଧ୍ୟ ଟ୍ବିଟ୍‌ ଯୋଗେଁ ହରଭଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଏସ ଶ୍ରୀସାନ୍ତ, କେଏଲ ରାହୁଲ, ପାର୍ଥୀବ ପଟେଲ, ପ୍ରଜ୍ଞାନ ଓଝା, ଉମେଶ ଯାଦବ, ମୟଙ୍କ ଅଗ୍ରୱାଲ, ସୁରେଶ ରାଇନା ମଧ୍ୟ ଟର୍ବୋନେଟର ହରଭଜନଙ୍କୁ ଭାରତୀୟ କ୍ରିକେଟୁ ସଫଳ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଏହା ବି ପଢନ୍ତୁ: EXCLUSIVE: ପଦକ ନୁହେଁ ଲକ୍ଷ୍ୟ ଥିଲା ପ୍ରଭାବୀ ପ୍ରଦର୍ଶନ କହିଲେ ଶ୍ରୀକାନ୍ତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details