ETV Bharat / sports

EXCLUSIVE: ପଦକ ନୁହେଁ ଲକ୍ଷ୍ୟ ଥିଲା ପ୍ରଭାବୀ ପ୍ରଦର୍ଶନ କହିଲେ ଶ୍ରୀକାନ୍ତ

author img

By

Published : Dec 24, 2021, 5:39 PM IST

Updated : Dec 24, 2021, 6:06 PM IST

ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ୱାର୍ଲ୍ଡ ଚାମ୍ପିଅନସିପ୍‌ରେ ପ୍ରଥମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଐତିହାସିକ ରୌପ୍ୟ ପଦକ ଜିତିଥିବା କିଦାମ୍ବୀ ଶ୍ରୀକାନ୍ତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ବିଟ୍‌ ଦେଖିବା ପରେ ଖୁସି ଲାଗିଥିଲା । ଏହା ଅନେକାଂଶରେ ପ୍ରେରିତ କରିଛି । ଅଧିକ ପଢନ୍ତୁ

EXCLUSIVE: Focussed on playing well, not medal, says Kidambi Srikanth after historic silver at World Championships
EXCLUSIVE: କିଦାମ୍ବୀ ଶ୍ରୀକାନ୍ତ କହିଲେ ପଦକ ନୁହେଁ ଲକ୍ଷ ଥିଲା ପ୍ରଭାବୀ ପ୍ରଦର୍ଶନ

ହାଇଦ୍ରାବାଦ: ନିକଟରେ ଖେଳାଯାଇଥିବା ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଭାବେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ କିଦାମ୍ବୀ ଶ୍ରୀକାନ୍ତ । ଭାରତୀୟ ମହାନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ବର୍ଷ ୧୯୮୩ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ ଓ ଏଚ୍‌ଏସ୍‌ ପ୍ରଣୟ ବର୍ଷ ୨୦୧୯ରେ ସମାନ ଉପଲବ୍ଧି ହାସଲ କରିଥିଲେ । ୱାର୍ଲ୍ଡ ଚାମ୍ପିଅନସିପ୍‌ର ସଦ୍ୟତମ ସଂସ୍କରଣରେ ଲକ୍ଷ ସେନ୍‌ ମଧ୍ୟ ସମାନ କରିସ୍ମା କରିଦେଖାଇଥିଲେ ।

ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଏହାଥିଲା ଭାରତୀୟ ପୁରୁଷ ଖେଳାଳିଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ତେବେ କିଦାମ୍ବୀ ଶ୍ରୀକାନ୍ତ ଐତିହାସିକ ପ୍ରଦର୍ଶନ ସହ ରୌପ୍ୟ ପଦକ ହାତେଇଥିଲେ । ମାତ୍ର ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷରେ ଆଗାମୀ ମ୍ୟାଚ୍‌ ଉପରେ ଧ୍ୟାନ କେନ୍ଦ୍ରୀତ କରିବାସହ ଆସନ୍ତା ଅଲମ୍ପିକ୍‌ ଅର୍ଥାତ ୨୦୨୪ ପ୍ୟାରିସ୍‌ ଅଲମ୍ପିକ୍‌ରେ ପଦକ ହାତେଇଥିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଇଟିଭି ଭାରତକୁ କିଦାମ୍ବୀ ନିଜର ୱାର୍ଲ୍ଡ ଚାମ୍ପିଅନସିପ୍‌ ସଫଳ ଯାତ୍ରା, ସେମିଫାଇନାଲରେ ଲକ୍ଷ ସେନ୍‌ଙ୍କ ସହ ମୁହାଁମୁହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମିଳିଥିବା ପ୍ରେରଣା ଓ ପ୍ୟାରିସ ଅଲମ୍ପିକ୍‌ରେ ନିଜର ପ୍ରମୁଖ ଲକ୍ଷ୍ୟ ବିଷୟରେ କହିଛନ୍ତି ।

ପ୍ରଶ୍ନ: ତୁମେ ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ଚାମ୍ପିଅନସିପ୍‌ରେ ରୌପ୍ୟ ବିଜେତା । ଏହି ଅନୁଭବ ଏଯାବତ ରହିଛି ?

ଉତ୍ତର: ବାସ୍ତବରେ ଏହି ମୂହୂର୍ତ୍ତରେ ମୁଁ କିଛି ଭାବୁନାହିଁ । ୱାର୍ଲ୍ଡ ଚାମ୍ପିଅନସିପ୍‌ରେ ସଫଳ ପ୍ରଦର୍ଶନକୁ ଜାରି ରଖିବାକୁ ଚାହୁଁଛି ।

ପ୍ରଶ୍ନ: ସେମିଫାଇନାଲରେ ଭାରତୀୟ ପ୍ରତିପକ୍ଷ ଲକ୍ଷ ସେନ୍‌ଙ୍କ ବିପକ୍ଷରେ ଖେଳିବାର ଅନୁଭୁତି କିପରି ଥିଲା ? ମ୍ୟାଚ୍‌ ପରେ ତାଙ୍କ ସହ କିଛି ଆଲୋଚନା ହୋଇଥିଲା ?

  • Congratulations Kidambi Srikanth on becoming the first Indian to win a silver medal in men's singles at BWF World Badminton Championship. This is an outstanding feat. Your hard work and dedication are an inspiration for our youth. My best wishes for your bright future!

    — President of India (@rashtrapatibhvn) December 20, 2021 " class="align-text-top noRightClick twitterSection" data=" ">

ଉତ୍ତର: ନିଜ ଦେଶର ଖେଳାଳି ପ୍ରତିପକ୍ଷ ହୋଇଥିଲେ ସର୍ବଦା ଏହା ଆହ୍ବାନପୂର୍ଣ୍ଣ ହୋଇଥାଏ । ଏହା ଏକ ଟୁର୍ନାମେଣ୍ଟ ଥିଲା ଓ ଉଭୟ ଜିତିବା ଲକ୍ଷ୍ୟରେ ଖେଳିଥିଲୁ । ତେବେ ସେହି ମ୍ୟାଚ୍‌ରେ ମୁଁ ଜିତିବାକୁ ସକ୍ଷମ ହୋଇଥିବାରୁ ଖୁସିଥିଲି । ମ୍ୟାଚ୍‌ ପରେ ଆମେ କଥା ହୋଇଥିଲୁ ମାତ୍ର ଟୁର୍ନାମେଣ୍ଟର ମ୍ୟାଚ୍‌କୁ ନେଇ ନୁହେଁ ।

ପ୍ରଶ୍ନ: ଫାଇନାଲରେ ଲୋହ କିନ୍‌ ୟିଉଙ୍କ ଠାରୁ ପରାଜୟ ପରେ କିଛି ଅନୁତାପ ?

ଉତ୍ତର: କୌଣସି ଅନୁତାପ ନାହିଁ । ଫାଇନାଲରେ ଯେପରି ଖେଳିଥିଲି ସେଥିରେ ଖୁସି । ମାତ୍ର ଅଧିକ ଭଲ ପ୍ରଦର୍ଶନ କରିପାରିଥା'ନ୍ତି । ଏହି ହିଁ ଶିକ୍ଷା, ନିଜର ଭୁଲ୍‌ ଓ ତ୍ରୁଟିରୁ ଶିକ୍ଷାଗ୍ରହଣ କରିବା ଓ ଭବିଷ୍ୟତରେ ଭଲ କରିବାକୁ ଚେଷ୍ଟା କରିବାକୁ ହେବ ।

ପ୍ରଶ୍ନ: ତୁମେ ଏହା ପୂର୍ବରୁ ଏକାଧିକ ଟୁର୍ନାମେଣ୍ଟ ଖେଳିଥିଲ-ଯେପରି ସୁଦୀରମାନ କପ୍‌, ଥୋମାସ କପ୍‌ ଓ ଉବର କପ୍‌ । କେଉଁଠାରେ ଏହା ଅନୁଭବ ହୋଇଥିଲା ଯେ ପ୍ରଦର୍ଶନ ଭଲ ହେବାକୁ ଯାଉଛି ?

ଉତ୍ତର: ପ୍ରତି ଟୁର୍ନାମେଣ୍ଟରେ ଉନ୍ନତି ଦେଖିବାକୁ ପାଇଥିଲି । ଜର୍ମାନ ଓପନ ଓ ଫ୍ରେଞ୍ଚ୍‌ ଓପନ୍‌ ଖେଳିବା ସମୟରେ ନିଜର ଖେଳର ଭିନ୍ନତା ଦେଖିବାକୁ ପାଇଥିଲି । ୱାର୍ଲ୍ଡ ଚାମ୍ପିଅନସିପ୍‌କୁ ଯିବା ସମୟରେ ଭାବିନଥିଲି ପଦକ ବିଜେତା ହେବିବୋଲି, ତେବେ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ ସହ ବିଜେତା ହେବାକୁ ଲକ୍ଷ୍ୟ ରହିଥାଏ । ମୁଁ ଜାଣିଥିଲି, ଯଦି ମୁଁ ଭଲ ପ୍ରଦର୍ଶନ କରେ ତେବେ ମୁଁ ପଦକ ଜିତିପାରିବି । ମାତ୍ର ନିଜପାଇଁ ଟାର୍ଗେଟ ସେଟ୍‌ କରିନଥିଲି ।

ପ୍ରଶ୍ନ: ଏହା ୨୦୧୭ରେ ହାସଲ କରିଥିବା ସଫଳତା ଠାରୁ ଅଧିକ ଶ୍ରେଷ୍ଠ ?

ଉତ୍ତର: ନିଶ୍ଚିନ୍ତ

ପ୍ରଶ୍ନ: ମହାମାରୀ ପ୍ରଭାବ ଯୋଗୁଁ ଏକାଧିକ ମ୍ୟାଚ୍‌ ବାତିଲ ହୋଇଗଲା ଓ ତୁମେ ଟୋକିଓ ଅଲମ୍ପିକ୍‌ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହେଲ । କେତେ ନିରାଶ ହୋଇଥିଲ ?

ଉତ୍ତର: ବହୁତ ନିରାଶ ହୋଇଥିଲି । ପ୍ରାୟ ୭-୮ ଟୁର୍ନାମେଣ୍ଟ ସେହି ସମୟରେ ବାତିଲ ହୋଇଯାଇଥିଲା । ବିଶ୍ବ ମାନ୍ୟତାରେ ମୁଁ ୧୪ତମ ସ୍ଥାନରେ ଥିଲି ଓ ଶ୍ରେଷ୍ଠ ୧୬ ମାନ୍ୟତାରେ ଥିବା ଖେଳାଳିଙ୍କୁ ଅଲମ୍ପିକ୍‌ ଯୋଗ୍ୟତା ମିଳିବା କଥା । ମାତ୍ର ଏକାଧିକ ଟୁର୍ନାମେଣ୍ଟ ବାତିଲ ହେବାରୁ BWF ପୃଥକ ମାନ୍ୟତା ଜାରି କରିଥିଲା ଯେଉଁଥିରୁ ବାଦ୍‌ ହେବାକୁ ପଡିଲା । ତେବେ ଏସବୁ କିଛି ନିଜ ନିୟନ୍ତ୍ରଣରେ ନଥିଲା, ନିଜ ବିପକ୍ଷରେ ସବୁକିଛି ଘଟୁଥିବାରୁ ନିରାଶ ହେବାକୁ ପଡିଥିଲା ।

ପ୍ରଶ୍ନ: ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୁମର ବିଜୟ ପରେ ଟ୍ବିଟ୍‌ କରିଥିଲେ । ଏହା କିପରି ତୁମର ମାନସିକ ସ୍ଥିତିକୁ ଉତ୍ସାହିତ କରିଥିଲା ?

ଉତ୍ତର: ଏହା ଖୁସିର ମୂହୂର୍ତ୍ତ ଥିଲା । ମୋ ପାଇଁ ସେମାନଙ୍କ ଟ୍ବିଟ୍‌ କରିବା ଦେଖିବାପରେ ଖୁସି ଲାଗିଥିଲା । ଏହା ମୋତେ ଅନେକାଂଶରେ ପ୍ରେରିତ କରିଛି । ମୋର ବ୍ୟାଡ୍‌ମିଣ୍ଟନକୁ ସେମାନେ ଫଲୋ କରିଥିବାରୁ ବହୁତ ଖୁସି ।

ପ୍ରଶ୍ନ: ଏବେ ଭବିଷ୍ୟତର ଯୋଜନା ?

ଉତ୍ତର: ଜାନୁଆରୀରେ ଇଣ୍ଡିଆ ଓପନ । ଫଳରେ ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ମୁଁ ଧ୍ୟାନ ଦେଉଛି ।

ପ୍ରଶ୍ନ: ତୁମର ପ୍ରମୁଖ ଲକ୍ଷ୍ୟ ବିଷୟରେ କୁହନ୍ତୁ ?

ଉତ୍ତର: 2024ଅଲମ୍ପିକ୍‌ସରେ ପଦକ ଜିତିବା ପ୍ରମୁଖ ଲକ୍ଷ୍ୟ ରହିଛି । ତେବେ ସେହି ବଡ ଲକ୍ଷ୍ୟ ପାଇଁ ଅନ୍ୟ ଟୁର୍ନାମେଣ୍ଟକୁ ମଧ୍ୟ ଅଣଦେଖା କରିହେବନାହିଁ । ୨୦୨୪ରେ ବଡ ଲକ୍ଷ୍ୟକୁ ହାସଲ କରିବ ପୂର୍ବରୁ ଛୋଟ ଛୋଟ ପାହଚ ଅତିକ୍ରମ କରିବାକୁ ହେବ ।

ଆୟୁଷ୍ମାନ ପାଣ୍ଡେ

Last Updated :Dec 24, 2021, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.