ଓଡିଶା

odisha

Women's Reservation Bill: କ୍ୟାବିନେଟ ବୈଠକରେ ମଞ୍ଜୁରୀ, ନୂଆ ସଂସଦର ପ୍ରଥମ ବିଲ ଭାବେ ହେବ ଆଗତ !

By ETV Bharat Odisha Team

Published : Sep 18, 2023, 10:28 PM IST

Updated : Sep 18, 2023, 10:48 PM IST

କ୍ୟାବିନେଟ ବୈଠକରେ ମଞ୍ଜୁରୀ ପାଇଲା ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌ । ନୂଆ ସଂସଦରେ ଆସନ୍ତାକାଲି ପ୍ରଥମ ବିଲ୍‌ ଭାବେ ହେବ ଆଗତ । ଅଧିକ ପଢନ୍ତୁ

Women's Reservation Bill: କ୍ୟାବିନେଟ ବୈଠକରେ ମଞ୍ଜୁରୀ, କାଲି ହେବ ଆଗତ
Women's Reservation Bill: କ୍ୟାବିନେଟ ବୈଠକରେ ମଞ୍ଜୁରୀ, କାଲି ହେବ ଆଗତ

ନୂଆଦିଲ୍ଲୀ:ଆସନ୍ତାକାଲି ନୂତନ ସଂସଦ ଭବନରେ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସରେ ପ୍ରଥମ ବିଲ୍‌ ଭାବେ ଆଗତ ହେବ ବହୁଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌ । ଲୋକସଭା ତଥା ରାଜ୍ୟସଭାରେ ମହିଳାଙ୍କ ପାଇଁ ମୋଟ ଆସନର 33ପ୍ରତିଶତ ସିଟ୍ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଆସିବାକୁ ଯାଉଥିବା ଏହି ବିଲ୍‌କୁ ଆଜି ସଂଧ୍ୟାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି । ତେଣୁ ଆସନ୍ତାକାଲି ଏହା ଲୋକସଭାରେ ଆଗତ ହେବା ନେଇ ଏକପ୍ରକାର ପଥ ପରିଷ୍କାର ହୋଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଆରମ୍ଭ ହୋଇଥିଲା କେନ୍ଦ୍ର କ୍ୟାବିନେଟର ବୈଠକ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସମେତ ତମାମ କେନ୍ଦ୍ର ମନ୍ତ୍ରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ତେବେ ପୂର୍ବରୁ ଆଜି ସଂସଦର ନିମ୍ନ ସଦନକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଏହି ସ୍ବଳ୍ପ ଅବଧି ବିଶିଷ୍ଟ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ । ପରେ ସଂଧ୍ୟାରେ ଆୟୋଜିତ କ୍ୟାବିନେଟ ମିଟିଂରେ ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌କୁ ମଞ୍ଜୁରୀ ମିଳିଛି । ତେଣୁ ଆସନ୍ତାକାଲି ଚଳିତ ଅଧିବେଶନର ପ୍ରଥମ ବିଲ୍‌ ଭାବେ ମହିଳା ସଂରକ୍ଷଣ ବିଲ ଲୋକସଭାରେ ଆଗତ ହେବା ନେଇ ଆଶା ମଧ୍ୟ ଉଜ୍ବଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ, ଫୋକସରେ ଗୁରୁତ୍ବପୂର୍ଣ୍ଣ ବିଲ୍‌

ଆଜି ବୈଠକ ଆରମ୍ଭ ହେବା ପୂର୍ବରୁ ମହିଳା କିମ୍ବା ଅନ୍ୟ ପଛୁଆ ବର୍ଗର ସଂରକ୍ଷଣ, ‘‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’’ ଏବଂ ଦେଶର ସରକାରୀ ନାମ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ପରିବର୍ତ୍ତିତ କରିବା ନିଷ୍ପତ୍ତି ଉପରେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି 5ଦିନିଆ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ପୁରୁଣା ସଂସଦ ଭବନରେ ହୋଇଛି । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଜାରି ରହିବ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନର ପ୍ରଥମ ଦିବସରେ ଲୋକସଭାକୁ ସମ୍ବୋଧିତ କରିଛନ୍ତି । ସଂସଦର ଇତିହାସ ଏବଂ ମହତ୍ତ୍ୱକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଥିଲେ ପ୍ରଧାନମନ୍ତ୍ରୀ । 2024 ସାଧାରଣ ନିର୍ବାଚନରେ ସେ ପ୍ରଥମ ଥର ଉତ୍ତର ପ୍ରଦେଶ ବାରାଣାସୀ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଶପଥ ନେଇ ସଂସଦ ଆସିଥିବା କ୍ଷଣକୁ ମଧ୍ୟ ଅତି ଭାବପ୍ରବଣାତାର ସହ ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 18, 2023, 10:48 PM IST

ABOUT THE AUTHOR

...view details